Advertisment

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବିକ୍କି କୌଶଲଙ୍କ ବାପା

ମୁମ୍ବାଇ: ଆତ୍ମହତ୍ୟା କରିବେ କି ବିକ୍କି କୌଶଲଙ୍କ ବାପା ଶ୍ୟାମ କୌଶଲ? ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶ୍ୟାମ କୌଶଲ। ଏପରିକି ୩ ତାଲା ବିଲ୍ଡିଂ ଉପରୁ ଡେଇଁ ନିଜ ଜୀବନ ହାରିବାକୁ ମଧ୍ୟ କରିଥିଲେ ମନସ୍ତି। ଏକଥା ଆମେ କହୁନୁ ନିକଟରେ ସେ ନିଜେ ଏହାର ଖୁଲାସା କରିଛନ୍ତି। ଆଉ ବଖାଣିଛନ୍ତି ନିଜ ଜୀବନର ଯନ୍ତ୍ରଣା। ବିକ୍କି କୌଶଲଙ୍କ ବାପା ଶ୍ୟାମ କୌଶଲ। ଦୀର୍ଘ ୪୨ ବର୍ଷ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସେ କାମ କରିଆସୁଛନ୍ତି। ଦଙ୍ଗଲ, […]

ଅଦ୍ୟତନ ହୋଇଛି
ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବିକ୍କି କୌଶଲଙ୍କ ବାପା

vicky kaushal

Advertisment

ମୁମ୍ବାଇ: ଆତ୍ମହତ୍ୟା କରିବେ କି ବିକ୍କି କୌଶଲଙ୍କ ବାପା ଶ୍ୟାମ କୌଶଲ? ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶ୍ୟାମ କୌଶଲ। ଏପରିକି ୩ ତାଲା ବିଲ୍ଡିଂ ଉପରୁ ଡେଇଁ ନିଜ ଜୀବନ ହାରିବାକୁ ମଧ୍ୟ କରିଥିଲେ ମନସ୍ତି। ଏକଥା ଆମେ କହୁନୁ ନିକଟରେ ସେ ନିଜେ ଏହାର ଖୁଲାସା କରିଛନ୍ତି। ଆଉ ବଖାଣିଛନ୍ତି ନିଜ ଜୀବନର ଯନ୍ତ୍ରଣା।

Advertisment

ବିକ୍କି କୌଶଲଙ୍କ ବାପା ଶ୍ୟାମ କୌଶଲ। ଦୀର୍ଘ ୪୨ ବର୍ଷ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସେ କାମ କରିଆସୁଛନ୍ତି। ଦଙ୍ଗଲ, ପଦ୍ମାବତ୍‌, ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର ଏବଂ ଗଙ୍ଗୁବାଈ କାଠିଆବାଡ଼ି ଭଳି ସୁପରହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ସେ ବି-ଟାଉନରେ ପାଖାପାଖି ନିଜର ୪ ଦଶକ ପୂରା କରିସାରିଲେଣି। ତେବେ ଏତେ ସବୁ ସଫଳତା ପରେ ବି ତାଙ୍କ ଜୀବନରେ ଏଭଳି ଏକ କଳା ଦିନ ଆସିଥିଲା ଯେତେବେଳେ କି ସେ ଆତ୍ମହତ୍ୟା କରିବାକୁ ଚାହିଁଥିଲେ। ନିକଟରେ ଏକ ସାକ୍ଷାତକାର୍‌ରେ ସେ ଏହା କହିଛନ୍ତି।

ସେପ୍ଟେମ୍ବର ୨୦୦୩। ଲଦାଖରୁ ହ୍ରିତିକ୍‌ ରୋସନ୍‌ଙ୍କ ଫିଲ୍ମ 'ଲକ୍ଷ୍ୟ'ର ସୁଟିଂ ସାରି ଫେରିବା ବେଳେ ଶ୍ୟାମ ପେଟରେ ସମସ୍ୟା ଅନୁଭବ କରିଥିଲେ। ଏହାପରେ ଶ୍ୟାମ ବେନେଗଲଙ୍କ ଫିଲ୍ମ 'ନେତାଜୀ ସୁବାଷ ଚନ୍ଦ୍ର ବୋଷ' ଫିଲ୍ମର ସୁଟିଂ ସରିବା ପରେ ସେ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ନାନାବାତି ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କା ଅପରେସନ୍‌ ହୋଇଥିଲା।

Advertisment

ଏହାର କିଛି ଦିନ ପରେ ଶ୍ୟାମ୍‌ଙ୍କର ପୁଣି ଥରେ ଆପେଣ୍ଡିକ୍ସ ଅପରେସନ୍‌ ହୋଇଥିଲା। ଏହି ଅପରେସନ୍‌ ପରେ ଶ୍ୟାମଙ୍କ ପେଟ୍‌ରେ ଇନ୍‌ଫେକ୍ସନ ବଢ଼ି ଯାଇଥିଲେ। ଡକ୍ତର ତାଙ୍କ ନମୂନା ପରୀକ୍ଷା ପାଇଁ ପଠାଇଥିଲେ। ରିପୋର୍ଟ ଆସିବା ପରେ ତାଙ୍କୁ ଷ୍ଟୋମାକ୍‌ ତଥା ପେଟରେ କ୍ୟାନସର ହୋଇଥିବା ଜଣାପଡିଥିଲା ବୋଲି ଶ୍ୟାମ ସାକ୍ଷାତକାରରେ କହିଛନ୍ତି।

ସେ ଆହୁରି କହିଛନ୍ତି, 'ନିଜ ରୋଗ ବିଷଯରେ ଜାଣି ମୁଁ  ଚିନ୍ତିତ ହୋଇଯାଇଥିଲେ। ମୁଁ ଭାବୁଥିଲି ମୋ ପାଖରେ ବଞ୍ଚିବାର ସୁଯୋଗ ନାହିଁ। ତେଣୁ ମୁଁ ୩ ମହଲାରୁ ଡେଇଁ ନିଜ ଜୀବନ ହାରି ଦେବାକୁ ସ୍ଥିର କରିଥିଲି। ହେଲେ ପେଟର ଅପରେସନ୍ ହୋଇଥିବାରୁ ମୁଁ ଖଟରୁ ଉଠି ପାରୁନଥିଲି। ଏହାପରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲି। ୫୦ ଦିନ ହସ୍ପିଟାଲରେ ରହିବା ପରେ ମୁଁ ଘରକୁ ଫେରିଥିଲି।'

ବଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ବ୍ୟକ୍ତି ହେଉଛନ୍ତି ଶ୍ୟାମ କୌଶଲ। ସେ ବିଟାଉନର ଜଣେ ଫେମସ୍‌ ଆକ୍ସନ କୋରିଓଗ୍ରାଫର୍‌। ସେ ତାଙ୍କ କ୍ୟାରିଅର୍‌ରେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଶ୍ୟାମ୍‌ ଫେମସ୍‌ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ସହ ମିଶି ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁରରେ କାମ କରିଥିଲେ। ଏହି ଫିଲ୍ମରେ ଶ୍ୟାମଙ୍କ ପୁଅ ବିକ୍କି କୌଶଲ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe