Advertisment

ସଲମାନ୍ ଖାନଙ୍କ ଆଗରେ କ୍ୟାଟ୍ରିନାଙ୍କୁ ପ୍ରପୋଜ୍ କରିଦେଲେ ଭିକି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଦୁହେଁ ଏ ସମ୍ବନ୍ଧରେ ଖୁଲମଖୁଲା କିଛି କହୁନାହାନ୍ତି, କିନ୍ତୁ ବି- ଟାଉନର ଗଳିକନ୍ଦିରେ ଚର୍ଚ୍ଚା ଜୋର୍ ଧରିଛି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି, ଯେଉଁଥିପାଇଁ ଲୋକଙ୍କ ମନରେ ନାହିଁ ନଥିବା ସନ୍ଦେହ ସୃଷ୍ଟି କରୁଛି। ଏହାରି ଭିତରେ ଦୁହିଁଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ଭିକି […]

ଅଦ୍ୟତନ ହୋଇଛି
ସଲମାନ୍ ଖାନଙ୍କ ଆଗରେ କ୍ୟାଟ୍ରିନାଙ୍କୁ ପ୍ରପୋଜ୍ କରିଦେଲେ ଭିକି

vicky-kaushal

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଦୁହେଁ ଏ ସମ୍ବନ୍ଧରେ ଖୁଲମଖୁଲା କିଛି କହୁନାହାନ୍ତି, କିନ୍ତୁ ବି- ଟାଉନର ଗଳିକନ୍ଦିରେ ଚର୍ଚ୍ଚା ଜୋର୍ ଧରିଛି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି, ଯେଉଁଥିପାଇଁ ଲୋକଙ୍କ ମନରେ ନାହିଁ ନଥିବା ସନ୍ଦେହ ସୃଷ୍ଟି କରୁଛି। ଏହାରି ଭିତରେ ଦୁହିଁଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ଭିକି କୌଶଲ୍ କ୍ୟାଟ୍ରିନାଙ୍କୁ 'ମୁଝସେ ଶାଦୀ କରୋଗୀ' ବା 'ମୋତେ ବିବାହ କରିବ' କହୁଥିବା ଦେଖିବାକୁ ମିଳିଛି।

Advertisment

ସବୁଠାରୁ ବଡ଼ କଥା ହେଲା ଏହି ଭିଡିଓରେ ସଲମାନ୍ ଖାନ୍ ନଜର ଆସୁଛନ୍ତି। ଏହି ଭିଡିଓ କୌଣସି ଏକ ଆୱାର୍ଡ ଶୋ' ବୋଲି ଜଣାପଡ଼ିଛି, ଯେଉଁଥିରେ ଭିକି କୌଶଲ, କ୍ୟାଟ୍ରିନାଙ୍କୁ କହୁଛନ୍ତି ଆପଣ ଭିକି କୌଶଲଙ୍କ ଭଳି ଭଲ ଯୁବକଙ୍କୁ ଖୋଜି ତାଙ୍କୁ ବିବାହ କାହିଁକି କରୁନାହାନ୍ତି? ଏବେ ବିବାହର ସିଜନ୍ ଚାଲିଛି, ମୋତେ ଲାଗୁଛି ଆପଣ ମଧ୍ୟ ଏହା କରିବା ଦରକାର। କ୍ୟାଟ୍ରିନା ତୁରନ୍ତ ପ୍ରତିକ୍ରିୟା ଦେଇ କହିଥିଲେ କ'ଣ? ଏହାରି ଭିତରେ ବ୍ୟାକଗ୍ରାଉଣ୍ଡରେ 'ମୁଝସେ ଶାଦୀ କରୋଗୀ' ମ୍ୟୁଜିକ୍ ବାଜିଥିଲା।

Advertisment

ଭିକି ମଧ୍ୟ ମ୍ୟୁଜିକ୍ ତାଳରେ ଲାଜ କରି 'ମୁଝସେ ଶାଦୀ କରୋଗୀ' ଗୁଣୁଗୁଣୁ ହୋଇ ଗାଇଥିଲେ। କ୍ୟାଟ୍ ହସିକି ଜବାବ ଦେଲେ, ସାହସ ନାହିଁ। ତେବେ ମଜାଦାର କଥା ହେଉଛି ଯେ ଦର୍ଶକଙ୍କ ସିଟରେ ସଲମାନ୍ ବସି ଭିନ୍ନ ପ୍ରତିକ୍ରିୟା ଦେଇଥିଲେ।

ସୂଚନାଯୋଗ୍ୟ, ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ଏକ ରୋମାଣ୍ଟିକ ଫିଲ୍ମରେ ଏକାଠି ନଜର ଆସିବେ। କ୍ୟାଟ୍ରିନା କୈଫ୍ ଶେଷଥର ପାଇଁ ଇଂରାଜୀ ମିଡିୟମର ଗୀତ ‘କୁଡି ନୁ ନଚନେ’ରେ ଦେଖିବାକୁ ମିଳିଥିଲା। ତାଙ୍କ ହାତରେ ଏବେ ସୂର୍ଯ୍ୟବଂଶୀ, ଫୋନ୍ ଭୂତ ଓ ଟାଇଗର୍-3 ସମେତ ଅନେକ ପ୍ରୋଜେକ୍ଟ ରହିଛି। ଭିକି ଶେଷଥର ଲାଗି ଭୂତ୍ ଫିଲ୍ମରେ ନଜର ଆସିଥିଲେ। ଏହା ପରେ ତାଙ୍କ ପାଖରେ ସର୍ଦ୍ଦାର ଉଦ୍ଧମ ସିଂହ, ସାମ ବାହାଦୁର ଓ ‘ମିଷ୍ଟର୍ ଲେଲେ୍’ ଆଦି ଫିଲ୍ମ ଅଛି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe