Advertisment

ତନୁଶ୍ରୀଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ, କିଏ କାର୍‌ କାଚ ଭାଙ୍ଗୁଛି ତ’ ଆଉ କିଏ ଲିକ୍‌ କରୁଛି , ଦେଖନ୍ତୁ ଭିଡିଓ

ମୁମ୍ବାଇ: ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ତନୁଶ୍ରୀ ଦତ୍ତଙ୍କର ୧୦ ବର୍ଷ ପୁରୁଣା ଏକ ଭିଡିଓ ଏବେ ଭାଇରାଲ ହେଉଛି।  ଯେଉଁ ଭିଡିଓରେ ତାଙ୍କ କାର ଉପରକୁ ଆକ୍ରମଣ କରାଯାଉଥିବା ଦେଖାଯାଉଛି। ୧୦ ବର୍ଷର ପରୁଣା ଏହି ଭିଡିଓ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ସୁଟିଂ ସେଟର ବୋଲି କୁହାଯାଉଛି। ଯାହାକୁ ନେଇ ଗୋଟିଏ ସପ୍ତାହ ପୂର୍ବରୁ ତନୁଶ୍ରୀ ଖୁଲାସା କରିଥିଲେ। ନିକଟରେ ତନୁଶ୍ରୀ ବଲିଉଡ୍‌ର ଖ୍ୟାତନାମା ଅଭିନେତା ନାନା ପାଟେକରଙ୍କ […]

ତନୁଶ୍ରୀଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ,  କିଏ କାର୍‌ କାଚ ଭାଙ୍ଗୁଛି ତ’ ଆଉ କିଏ ଲିକ୍‌ କରୁଛି , ଦେଖନ୍ତୁ ଭିଡିଓ

tanu

Advertisment

ମୁମ୍ବାଇ: ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ତନୁଶ୍ରୀ ଦତ୍ତଙ୍କର ୧୦ ବର୍ଷ ପୁରୁଣା ଏକ ଭିଡିଓ ଏବେ ଭାଇରାଲ ହେଉଛି।  ଯେଉଁ ଭିଡିଓରେ ତାଙ୍କ କାର ଉପରକୁ ଆକ୍ରମଣ କରାଯାଉଥିବା ଦେଖାଯାଉଛି। ୧୦ ବର୍ଷର ପରୁଣା ଏହି ଭିଡିଓ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ସୁଟିଂ ସେଟର ବୋଲି କୁହାଯାଉଛି। ଯାହାକୁ ନେଇ ଗୋଟିଏ ସପ୍ତାହ ପୂର୍ବରୁ ତନୁଶ୍ରୀ ଖୁଲାସା କରିଥିଲେ। ନିକଟରେ ତନୁଶ୍ରୀ ବଲିଉଡ୍‌ର ଖ୍ୟାତନାମା ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ।

Advertisment

ତନୁଶ୍ରୀ କହିଥିଲେ ଯେ, ଯେତେବେଳେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ସୁଟିଂ ଚାଲୁଥିଲା ନାନାପାଟେକରଙ୍କ ଆଚରଣରେ ସେ ଅତିଷ୍ଠ ହୋଇ ଫିଲ୍ମକୁ ଅଧାରୁ ଛାଡ଼ିଥିଲେ।

ସେତେବେଳେ ନାନାପାଟେକର ଗୁଣ୍ଡା ପଠାଇ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଛି ଯେ, ଉକ୍ତ କାର୍‌ରରେ ତନୁଶ୍ରୀ ପଛ ସିଟ୍‌ରେ ବସି କାହା ସହିତ ଫୋନ୍‌ରେ କଥା ହେଉଛନ୍ତି। ଏହି ସମୟରେ ତାଙ୍କ କାରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଆଉ କେତେ ଜଣ ଘେରି ରହିଛନ୍ତି। କେତେକ ପାଟିତୁଣ୍ଡ କରି ତାଙ୍କ କାରକୁ ଭଙ୍ଗାରୁଜା କରୁଥିବା ସହ ଆଉ କେତେ ଜଣ ତାଙ୍କ କାର ଚକାର ପମ୍ପ ଖୋଲୁଛନ୍ତି। ତେବେ କିଛି ସମୟ ପରେ ପୁଲିସ ଆସି ତନୁଶ୍ରୀଙ୍କୁ କାର ଭିତରୁ ବାହାର କରି ସୁରକ୍ଷିତଭାବେ ନେଇଯାଉଛି।

Advertisment

ଏହି ଘଟଣାରେ ତନୁଶ୍ରୀ କହିଛନ୍ତି ଯେ ମତେ ଡରାଇବା ପାଇଁ ମୋ କାର ଉପରକୁ ଆକ୍ରମଣ କରାଯାଇଥିଲା। ଏମିତି କାରନାମା ଦୀର୍ଘ ସମୟ ଧରି ଚାଲିଥିଲା। ନାନା ପାଟେକରଙ୍କ ଇସାରାରେ ରାଜନୀତିକ ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି।

https://twitter.com/twitter/statuses/1046585527531524096

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe