Advertisment

ବାଘ ଖୋଜିବାକୁ ବାହାରିଲେ ବିଦ୍ୟା

ମୁମ୍ବାଇ: ଚିନ୍ତା ବଢ଼ାଇଛି ବାଘ। ଜଙ୍ଗଲ ଭିତରେ ସମସ୍ତ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗାଁ ଲୋକଙ୍କ ନାକେଦମ୍ କରିଛି ଏହି ବାଘ । ଏହି ବାଘକୁ ଖୋଜିବାକୁ ସମସ୍ତେ ଲାଗିପଡିଛନ୍ତି। ଏହି ବାଘ ଖୋଜା ଅଭିଯାନରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ। ରିଲିଜ ହୋଇଥିବା ବିଦ୍ୟାଙ୍କ ଅପ୍‌କମିଂ ଫିଲ୍ମ ‘ଶେରନୀ’ର ଟ୍ରେଲରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ବନ ବିଭାଗ ଅଫିସର ସାଜି ବିଦ୍ୟା ଘଞ୍ଚ ଜଙ୍ଗଲ ଭିତରେ ବାଘକୁ ଖୋଜିବା […]

ବାଘ ଖୋଜିବାକୁ ବାହାରିଲେ ବିଦ୍ୟା

Vidya-Balan

Advertisment

ମୁମ୍ବାଇ: ଚିନ୍ତା ବଢ଼ାଇଛି ବାଘ। ଜଙ୍ଗଲ ଭିତରେ ସମସ୍ତ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗାଁ ଲୋକଙ୍କ ନାକେଦମ୍ କରିଛି ଏହି ବାଘ । ଏହି ବାଘକୁ ଖୋଜିବାକୁ ସମସ୍ତେ ଲାଗିପଡିଛନ୍ତି। ଏହି ବାଘ ଖୋଜା ଅଭିଯାନରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ।

Advertisment

ରିଲିଜ ହୋଇଥିବା ବିଦ୍ୟାଙ୍କ ଅପ୍‌କମିଂ ଫିଲ୍ମ ‘ଶେରନୀ’ର ଟ୍ରେଲରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ବନ ବିଭାଗ ଅଫିସର ସାଜି ବିଦ୍ୟା ଘଞ୍ଚ ଜଙ୍ଗଲ ଭିତରେ ବାଘକୁ ଖୋଜିବା ପାଇଁ ବାହାରି ପଡିଛନ୍ତି। ତାଙ୍କ ସହ ବନ ବିଭାଗର ଅନ୍ୟ କର୍ମଚାରୀମାନେ ମଧ୍ୟ ଅଛନ୍ତି। ବିଦ୍ୟା ଜଙ୍ଗଲ ଏବଂ ଗାଁ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଚେଷ୍ଟା କରୁଛନ୍ତି।

ନିର୍ଦ୍ଦେଶକ ଅମିତ ମସୁରକରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ମାନବ ଜାତି ଏବଂ ପଶୁଙ୍କ ମଧ୍ୟରେ ସଂଘର୍ଷର କାହାଣୀ ଉପରେ ଆଧାରିତ। ଏଥିରେ ବିଦ୍ୟା ବାଲନ ଲିଡ୍ ରୋଲରେ ଅଛନ୍ତି  ତାଙ୍କୁ ଏଥିରେ ଜଣେ ମଧ୍ୟସ୍ତରୀୟ ଫରେଷ୍ଟ ଅଫିସର ଭୂମିକାରେ ଦେଖିବାକୁ ମିଳିବ।

Advertisment

ବିଦ୍ୟାଙ୍କ ବ୍ୟତୀତ ଏହି ଫିଲ୍ମରେ ଶରତ ସକ୍‌ସେନା, ବିଜୟ ରାଜ, ମୁକୁଲ ଚଡ୍ଡା, ଇଲା ଅରୁଣ, ବ୍ରିଜେନ୍ଦ୍ର କଲା ଏବଂ ନୀରଜ କାବି ଭଳି ଷ୍ଟାର ଅଛନ୍ତି। ଆସନ୍ତା ୧୮ ତାରିଖରେ ଫିଲ୍ମଟି ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମରେ ରିଲିଜ ହେବ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe