'ଖୁଦା ହାଫିଜ'ର ଗୀତକୁ ନେଇ ବିବାଦ, ବଦଳିଲା ଶବ୍ଦ

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଖୁଦା ହାଫିଜ: ଚାପ୍ଟର-୨’କୁ ନେଇ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ପୁଣିଥରେ ଏହି ଫିଲ୍ମରେ ଅଭିନେତା ବିଦ୍ୟୁତ ଜାମୱାଲ ନିଜର ଦମ୍‌ଦାର ଆକ୍ସନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଫିଲ୍ମଟି ରିଲିଜ ପୂର୍ବରୁ ବିବାଦ ମଧ୍ୟକୁ ଟାଣି ହୋଇଛି। ଫିଲ୍ମର ଏକ ଗୀତକୁ ନେଇ ବିବାଦ ଉପୁଜିଛି। ନିକଟରେ ଫିଲ୍ମର ଏକ ଗୀତ ‘ହକ ହୁସେନ’ ରିଲିଜ ହୋଇଥିଲା। ଏହି ଗୀତକୁ ନେଇ ଏବେ ବିବାଦ ଜୋର ଧରିଛି। ଶିଆ ସମ୍ପ୍ରଦାୟ ଏହାକୁ […]

khuda-haafiz-2

Madhupriya Mistry
  • Published: Tuesday, 05 July 2022
  • , Updated: 05 July 2022, 04:02 PM IST

ମୁମ୍ବାଇ: ଅପ୍‌କମିଂ ଫିଲ୍ମ 'ଖୁଦା ହାଫିଜ: ଚାପ୍ଟର-୨'କୁ ନେଇ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ପୁଣିଥରେ ଏହି ଫିଲ୍ମରେ ଅଭିନେତା ବିଦ୍ୟୁତ ଜାମୱାଲ ନିଜର ଦମ୍‌ଦାର ଆକ୍ସନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଫିଲ୍ମଟି ରିଲିଜ ପୂର୍ବରୁ ବିବାଦ ମଧ୍ୟକୁ ଟାଣି ହୋଇଛି। ଫିଲ୍ମର ଏକ ଗୀତକୁ ନେଇ ବିବାଦ ଉପୁଜିଛି।

ନିକଟରେ ଫିଲ୍ମର ଏକ ଗୀତ 'ହକ ହୁସେନ' ରିଲିଜ ହୋଇଥିଲା। ଏହି ଗୀତକୁ ନେଇ ଏବେ ବିବାଦ ଜୋର ଧରିଛି। ଶିଆ ସମ୍ପ୍ରଦାୟ ଏହାକୁ ନେଇ ଆପତ୍ତି ଉଠାଇଛି। ବିବାଦ ବଢ଼ିବା ପରେ ଫିଲ୍ମର ମେକର୍ସମାନେ ଶିଆ ସମ୍ପ୍ରଦାୟ ଓ ମୁସଲିମମାନଙ୍କୁ କ୍ଷମା ମାଗିଛନ୍ତି। ତାଙ୍କ ଉଦ୍ଦେଶ୍ୟ କାହାର ଧାର୍ମିକ ଭାବନାକୁ ଆଘତ ପହଞ୍ଚାଇବା ନଥିଲା। ଗୀତରେ ଥିବା ଆପତ୍ତିଜନକ ଶବ୍ବକୁ ପରିବର୍ତ୍ତନ କରାଯାଇଥିବା ଫିଲ୍ମର ମେକର୍ସମାନେ ସୋଶାଲ ମିଡିଆରେ ନିଜ ବୟାନ ଶେଆର କରି କହିଛନ୍ତି।

ଶିଆ ସମ୍ପ୍ରଦାୟର ଲକୋ ଗୀତରେ ଥିବା 'ହୁସେନ୍‌' ଓ ମାତମ ଜଞ୍ଜିର ଶବ୍ଦକୁ ନେଇ ଆପତ୍ତି ଉଠାଇଥିଲେ। ସେନ୍ସର ବୋର୍ଡର ପରାମର୍ଶ ନେଇ ଏବେ ଗୀତରୁ ଏହି ଦୁଇ ଶବ୍ଦକୁ ହଟାଇ ଦିଆଯାଇଥିବା ଫିଲ୍ମ ନିର୍ମାତା କହିଛନ୍ତି। ହକ୍‌ ହୁସେନ୍‌ ବଦଳରେ ଏବେ ଗୀତରେ ଜୁନୁନ ଶବ୍ଦ ବ୍ୟବହାର କରାଯାଇଛି।

'ଖୁଦା ହାଫିଜ: ଚାପ୍ଟର-୨ ଅଗ୍ନିପରୀକ୍ଷା' ଫିଲ୍ମଟି ୨୦୨୦ରେ ରିଲିଜ ହୋଇଥିବା ବିଦ୍ୟୁତ ଜାମୱାଲ ଓ ଶିବାଲିକା ଓବରୟଙ୍କ ଫିଲ୍ମ 'ଖୁଦା ହାଫିଜ'ର ସିକ୍ୱେଲ ପାର୍ଟ। ପ୍ରଥମେ ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ଡିଜ୍ନି ପ୍ଲସ ହଟ୍‌ଷ୍ଟାର୍‌ରେ ରିଲିଜ ହୋଇଥିଲା। ଏବେ ଏହି ଫିଲ୍ମ ସିକ୍ୱେଲ ପାର୍ଟକୁ ବଡ ପରଦାରେ ଜୁଲାଇ ୮ ତାରିଖରେ ରିଲିଜ କରାଯିବ।

https://youtu.be/nfS6CKGwPX8

Related story