Advertisment

ଅଡ଼ୁଆରେ ବିଜୟ ଦେବରକୋଣ୍ଡା, ଅପକମିଂ ଫିଲ୍ମ ‘ଲାଇଗର’କୁ ବୟକଟ୍ ଆହ୍ୱାନ

ମୁମ୍ୱାଇ: ଅଡ଼ୁଆରେ ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା। ବଲିଉଡ୍‌ ସୁପରଷ୍ଟାର ଆମୀର ଖାନ୍ ଓ ଅକ୍ଷୟ କୁମାରଙ୍କ ପରେ ଏବେ ସୋଶାଲ ମିଡିଆ ୟୁଜର୍ସଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି ବିଜୟ ଦେବରକୋଣ୍ଡା। ତାଙ୍କ ଅପକମିଂ ଫିଲ୍ମକୁ ବୟକଟ କରିବାକୁ ଦିଆଯାଇଛି ଆହ୍ୱାନ। ଫଳସ୍ୱରୂପ ‘ବୟକଟ୍ ଲାଲ୍ ସିଂହ ଚଡ୍ଡା’ ଓ ‘ବୟକଟ୍ ରକ୍ଷା ବନ୍ଧନ’ ପରେ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ୍ ହେଉଛି #BoycottLigerMovie। ତେବେ ଆସନ୍ତୁ ଜାଣିବା କାହିଁକି ବିଜୟଙ୍କ ଅପକମିଂ ଫିଲ୍ମକୁ ବୟକଟ୍ […]

author-image
Sonali Kabi
ଅଦ୍ୟତନ ହୋଇଛି
ଅଡ଼ୁଆରେ ବିଜୟ ଦେବରକୋଣ୍ଡା, ଅପକମିଂ ଫିଲ୍ମ ‘ଲାଇଗର’କୁ ବୟକଟ୍ ଆହ୍ୱାନ

vijay devarakonda

ମୁମ୍ୱାଇ: ଅଡ଼ୁଆରେ ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା। ବଲିଉଡ୍‌ ସୁପରଷ୍ଟାର ଆମୀର ଖାନ୍ ଓ ଅକ୍ଷୟ କୁମାରଙ୍କ ପରେ ଏବେ ସୋଶାଲ ମିଡିଆ ୟୁଜର୍ସଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି ବିଜୟ ଦେବରକୋଣ୍ଡା। ତାଙ୍କ ଅପକମିଂ ଫିଲ୍ମକୁ ବୟକଟ କରିବାକୁ ଦିଆଯାଇଛି ଆହ୍ୱାନ। ଫଳସ୍ୱରୂପ ‘ବୟକଟ୍ ଲାଲ୍ ସିଂହ ଚଡ୍ଡା’ ଓ ‘ବୟକଟ୍ ରକ୍ଷା ବନ୍ଧନ’ ପରେ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ୍ ହେଉଛି #BoycottLigerMovie। ତେବେ ଆସନ୍ତୁ ଜାଣିବା କାହିଁକି ବିଜୟଙ୍କ ଅପକମିଂ ଫିଲ୍ମକୁ ବୟକଟ୍ କରିବାକୁ ଦିଆଯାଇଛି ଆହ୍ୱାନ।

Advertisment

ନିକଟରେ ବିଜୟ ଦେବରକୋଣ୍ଡା ‘ଇଣ୍ଡିଆ ଟୁଡେ’ରେ ଏକ ସାକ୍ଷାତକାର ଦେଇଥିଲେ। ଏଥିରେ ସେ ସୋଶାଲ ମିଡିଆରେ ଚାଲିଥିବା ‘ବୟକଟ୍ ଟ୍ରେଣ୍ଡ୍’ ଉପରେ ମଧ୍ୟ ନିଜ ମତାମତ ରଖିଥିଲେ। ଆଲୋଚନା ବେଳେ ସେ ଆମୀର ଖାନଙ୍କୁ ସମର୍ଥନ କରିଥିଲେ। ‘ଲାଲ୍ ସିଂହ ଚଡ୍ଡା’କୁ ବୟକଟ୍ କରିବା ଦ୍ୱାରା ଏହାର ପ୍ରଭାବ କେବଳ ଆମୀରଙ୍କ ଉପରେ ନୁହେଁ ବରଂ ଅନେକ ପରିବାରର ରୋଜଗାର ଉପରେ ପଡ଼ିଛି ବୋଲି ସେ କହିଥିଲେ।

ବିଜୟ କହିଥିଲ, ‘ଗୋଟିଏ ଫିଲ୍ମରେ ହୀରୋ, ହୀରୋଇନ୍ ଓ ନିର୍ଦ୍ଦେଶକଙ୍କ ବ୍ୟତୀତ ଆହୁରି ଅନେକ ଲୋକ ସାମିଲ ହୁଅନ୍ତି। ଗୋଟିଏ ଫିଲ୍ମ ନିର୍ମାଣରେ କଳାକାରଙ୍କୁ ମିଶାଇ ୨୦୦ରୁ ୩୦୦ ଲୋକ ସାମିଲ ହୁଅନ୍ତି। ତେଣୁ ଗୋଟିଏ ଫିଲ୍ମ ଅନେକ ଲୋକଙ୍କୁ ରୋଜଗାର ଦେଇଥାଏ। କେତେକ ଲୋକଙ୍କ ପାଇଁ ଏହା ଜୀବନ ବଞ୍ଚିବାର ମାଧ୍ୟମ।’

Advertisment

ସେ ଆହୁରି କହିଥିଲେ, ‘ଆମୀର ସାର୍ ଏମିତି ଜଣେ ବ୍ୟକ୍ତି, ଯିଏ ନିଜ ଅଭିନୟ ବଳରେ ଲୋକଙ୍କୁ ହଲ୍‌ ପର୍ଯ୍ୟନ୍ତ ଟାଣି ଆଣିଥା’ନ୍ତି। ମୋତେ ଜଣାନାହିଁ କାହିଁକି ତାଙ୍କ ଫିଲ୍ମକୁ ବୟକଟ୍ କରାଯାଉଛି। ହେଲେ ଯେଉଁ ଭୁଲ ବୁଝାମଣା ଯୋଗୁଁ ଏପରି ହେଉଛି, ତାହା କେବଳ ଏକା ଆମୀର ଖାନଙ୍କୁ ନୁହେଁ, ଏହି ଫିଲ୍ମ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ପ୍ରଭାବିତ କରିଛି।

ବିଜୟ ଦେବରକୋଣ୍ଡାଙ୍କ ଏହି ପ୍ରତିକ୍ରିୟା ଉପରେ ଅନେକ ଲୋକ ଅସନ୍ତୋଷ ଜାହିର କରିଛନ୍ତି। ଏମିତିକି ଏହାକୁ ନେଇ ସୋଶାଲ୍ ମିଡିଆରେ ୟୁଜର୍ସ ବିଜୟ ଦେବରକୋଣ୍ଡାଙ୍କ ଉପରେ ପ୍ରବଳ ବର୍ଷୁଛନ୍ତି। ଏହାସହ ସେମାନେ ଦେବରକୋଣ୍ଡାଙ୍କ ଅପ୍‌କମିଂ ଫିଲ୍ମ ‘ଲାଇଗର’କୁ ବୟକଟ୍ କରିବାକୁ ଆହ୍ୱାନ ଦେଉଛନ୍ତି। ଫଳରେ ଟ୍ୱିଟରରେ ଏବେ #BoycottLigerMovie ଟ୍ରେଣ୍ଡିଂ କରୁଛି।

https://twitter.com/NamitaJaiHind/status/1560673207413526528?s=20&t=-tW0a5pSQCcjr9UgrZwlNw

https://twitter.com/MeghnaS41391597/status/1560558064990056450?s=20&t=QJgjQhMgmrP95gDq-i_-Pg

#BoycottLigerMovie

#BoycottLigerMovie

#BoycottLigerMovie

ସୂଚନାଯୋଗ୍ୟ, ଅଗଷ୍ଟ ୨୫ ତାରିଖରେ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଲାଇଗର’ ବଡ଼ ପରଦାରେ ରିଲିଜ୍ ହେବ। ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଏଥିରେ ଅଛନ୍ତି। ଫିଲ୍ମଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ହେଲେ ଏବେ ‘ବୟକଟ୍’ ଟ୍ରେଣ୍ଡର ପ୍ରଭାବ ଏହି ଫିଲ୍ମ ଉପରେ କିପରି ଭାବେ ପଡୁଛି, ତାହା ଦେଖିବାକୁ ବାକି ରହିଲା।

[caption id="attachment_759214" align="alignnone" width="300"]Liger (Liger Movie poster)[/caption]

Boycott Boycott Culture Boycott Liger Movie Vijay Deverakonda