Advertisment

ଅଭିନୟରୁ ବ୍ରେକ୍‌ ନେଲେ ବିକ୍ରାନ୍ତ ମେସି

୩୭ ବର୍ଷ ବୟସରେ ଅଭିନୟ ଛାଡିବା ନେଇ ଘୋଷଣା କରିଛନ୍ତି 12th Fail ଅଭିନେତା ବିକ୍ରାନ୍ତ ମେସି।

author-image
Madhupriya Mistry
ଅଦ୍ୟତନ ହୋଇଛି
Vikrant Messey

Vikrant Messey

ବଲିଉଡର ଷ୍ଟାର୍‌ ଅଭିନେତା ବିକ୍ରାନ୍ତ ମେସି। 12th Fail ହେଉ ଅବା ଛପାକ୍‌, ନିଜ ଦମ୍‌ଦାର ଅଭିନୟ ବଳରେ ଦର୍ଶକଙ୍କୁ କରିଛନ୍ତି କ୍ଲିନ୍‌ ବୋଲ୍ଡ।  କଡ଼ା ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ନାଁ କରିଛନ୍ତି ବିକ୍ରାନ୍ତ। ଟିଭିରୁ ଆରମ୍ଭ କରି ଫିଲ୍ମ ସବୁଠି ସେ ନିଜ ଅଭିନୟର ଏକ ନିଆରା ଛାପ ଛାଡିଛନ୍ତି। ଆଜି ସେ ଇଣ୍ଡଷ୍ଟ୍ରିର ଟ୍ୟାଲେଣ୍ଟେଡ ଷ୍ଟାର୍‌ ମଧ୍ୟରୁ ଜଣେ। ତେବେ କ୍ୟାରିୟରର ପିକ୍‌ରେ ବିକ୍ରାନ୍ତ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ସେ ହଠାତ୍‌ ଅଭିନୟରୁ ବ୍ରେକ୍ ନେବା ନେଇ ଘୋଷଣା କରିଛନ୍ତି।

Advertisment

ଅଭିନୟ ଛାଡିବାକୁ ନିଷ୍ପିତ୍ତି ନେଇଛନ୍ତି ବିକ୍ରାନ୍ତ ମେସି। ଏନେଇ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ସୂଚନା ଦେଇଛନ୍ତି। ଏବେ ନିଜ ପରିବାର ଉପରେ ଫୋକସ୍‌ କରିବେ ବୋଲି ସେ କହିଛନ୍ତି।  ଏହି ସୂଚନା ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଲାଗିଛି।

ବିକ୍ରାନ୍ତ କହିଛନ୍ତି, 'ଗତ କିଛି ବର୍ଷ ବେଶ୍‌ ଚମତ୍କାର ହୋଇଛି। ଆପଣଙ୍କର ସମର୍ଥନ ପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ବର୍ତ୍ତମାନ ନିଜକୁ ରିସେଟ୍ କରିବାର ସମୟ ଆସିଛି। ମଁ ଅନୁଭବ କରୁଛି ଯେ, ଏବେ ସମୟ ଆସିଛି ଜଣେ ବାପା, ସ୍ୱାମୀ ଓ ପୁଅ ଏବଂ ଅଭିନେତା ରୂପେ ନିଜକୁ ନିଜେ ସମ୍ଭାଳି ଘରକୁ ଫେରିବା ପାଇଁ। ସଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ୨୦୨୫ରେ ଶେଷ ଥର ପାଇଁ ଆପଣଙ୍କୁ ଭେଟିବ। ଦୁଇଟି ଶେଷ ଚଳଚ୍ଚିତ୍ର ଏବଂ ଅଗଣିତ ସ୍ମୃତି। ସବୁକିଛି ଦେଇଥିବାରୁ ଧନ୍ୟବାଦ। ସବୁବେଳେ କୃତଜ୍ଞ ରହିବି।'

Advertisment

ବିକ୍ରାନ୍ତ ମେସିଙ୍କ ଇଣ୍ଡଷ୍ଟ୍ରିରୁ ସନ୍ନ୍ୟାସ ନେବା ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି। ଅନେକ ଫ୍ୟାନ୍‌ ତାଙ୍କୁ ଇଣ୍ଡଷ୍ଟ୍ରି ନ ଛାଡିବାକୁ ଅନୁରୋଧ କରିଛନ୍ତି। ସେହିପରି ଅନେକ ଫ୍ୟାନ୍ସ ତାଙ୍କର ଅଭିନୟ ଛାଡିବା କଥା ଶୁଣି ଭାବୁକ ମଧ୍ୟ ହୋଇ ପଡିଛନ୍ତି। 

ଛୋଟ ପରଦାରୁ ସେ ନିଜ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ବଡ଼ ପରଦାରେ ସେ ନିଜ ଅଭିନୟ ଛାପ ଛାଡ଼ିଥିଲେ। ୨୦୦୪ରେ ସେ ପ୍ରଥମ ଥର ପାଇଁ ଟେଲିଭିଜନ ସିରିଏଲ୍‌ 'କାହାଁ ହୁଁ ମେଁ'ରୁ ତାଙ୍କୁ ଆକ୍ଟିଂର ପ୍ରଥମ ବ୍ରେକ୍‌ ମିଳିଥିଲା। ଏହାପରେ ଧରମ ବୀର, ବାଲିକା ବଧୂ, କୁବୁଲ୍‌ ହୈ ଭଳି ହିଟ୍‌ ଶୋ'ରେ ସେ କାମ କରିଥିଲେ। ତେବେ ୨୦୧୩ରେ ଫିଲ୍ମ 'ଲୁଟେରା'ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ।

ତେବେ ନିକଟରେ ରିଲିଜ ହୋଇଥିବା ଫିଲ୍ମ '12th Fail' ତାଙ୍କୁ ବେଶ୍‌ ବଡ଼ ସଫଳତା ଦେଇଛି। ଏଥିସହ ତାଙ୍କ ଫିଲ୍ମ 'ସାବରମତି ରିପୋର୍ଟ'କୁ ମଧ୍ୟ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି।

Bollywood Vikrant Massey Vikrant Massey Quits Industry