ବିମାନ ଭିତରେ ୫ ଘଣ୍ଟା ଫସିଲେ ଅଭିନେତା

ମୁମ୍ବାଇ: ଅଭିନେତା ତଥା ଭାରତୀୟ ଷ୍ଟାଣ୍ଡଅପ୍ କମେଡିଆନ୍ ବୀର ଦାସ ଏବେ ପୁଣି ଚର୍ଚ୍ଚାରେ। ବିବାଦୀୟ ବୟାନ ଓ କମେଡିକୁ ନେଇ ଚର୍ଚ୍ଚାରେ ରହୁଥିବା ବୀର ଦାସ ଏବେ ପୁଣିଥରେ ଲାଇମ ଲାଇଟ୍କୁ ଆସିଛନ୍ତି। ସେ ବିମାନରେ ୫ ଘଣ୍ଟା ଫସି ଯାଇଥିବା ଖବର ସାମ୍ନାକୁ ଆସିଛି।
ନିକଟରେ ବିମାନରେ ଯାତ୍ରା କରୁଥିବା ଅଭିନେତା ବୀର ଦାସଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ଏହା ପରେ ସେ ସୋସିଆଲ ମିଡିଆର ସାହାଯ୍ୟ ନେଇ ୟୁଜର୍ସମାନଙ୍କୁ ତାଙ୍କର ଖରାପ ଅନୁଭୂତି ବିଷୟରେ ବଖାଣିଥିଲେ। ବିମାନ ଯାତ୍ରା ସମୟରେ ସେ ପ୍ରାୟ ପାଞ୍ଚ ଘଣ୍ଟା ଧରି ଫସି ରହିଥିଲେ। ଯେଉଁଥିପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ବୋଲି ଟୁଇଟ୍ କରି କହିଛନ୍ତି।
ଟ୍ୱିଟ୍ ମାଧ୍ୟମରେ ନିଜ ବିମାନ ଯାତ୍ରାର ଅଭିଜ୍ଞତା ବାଣ୍ଟି ସେ କହିଛନ୍ତି ‘ବିମାନ ଉଡ଼ାଣ ସମୟରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କ ସହ ମୋର ଯୁକ୍ତିତର୍କ ହୋଇଥିଲା। ଏଥିଯୋଗୁଁ ମୁଁ ଏବଂ ମୋ ସହିତ ବିମାନରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀମାନଙ୍କୁ ସେଠାରେ ପ୍ରାୟ ୫ ଘଣ୍ଟା ଧରି ଅଟକ ରହିବାକୁ ପଡ଼ିଲା। ପ୍ରବଳ ଯୁକ୍ତିତର୍କ ଏବଂ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।’
ବୀର ଦାସ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ ଆମେ ସମସ୍ତେ ପାଞ୍ଚ ଘଣ୍ଟା ପାଇଁ ଏୟାର ଇଣ୍ଡିଆରେ ଅଟକି ରହିଛୁ। ଏୟାର ଇଣ୍ଡିଆର ମ୍ୟାନେଜର ଲୋକଙ୍କୁ ବସିବାକୁ କହୁଛନ୍ତି ଏବଂ ଯାତ୍ରୀମାନେ ପାଟି କରୁଛନ୍ତି।’ ପାଞ୍ଚ ଘଣ୍ଟା ପରେ ବିମାନ ଭିତରେ ବସିବା ପରେ ଉଡ଼ାଣ ଭରିଥିବା ଅଭିନେତା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
Hope he drives safe.
PUBLIC STANDS WITH MUNAWAR— Anirudh Singh (@AniRuSSharma) July 16, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।