Advertisment

ନିଞ୍ଜା ଟେକ୍‌ନିକ୍ ଦେଖାଇଲେ ଉର୍ବଶୀ

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍ ଏବଂ ସବୁଠୁ ଫ୍ୟାଶନେବୁଲ ଅଭିନେତ୍ରୀ ମଧ୍ୟରୁ ଜଣେ ଉର୍ବଶୀ ରାଉତେଲା। ଷ୍ଟାଇଲିସ୍ ଅନ୍ଦାଜ ପରେ ଏବେ ତାଙ୍କର ସାମ୍ନାକୁ ଆସିଛି ଆକ୍ସନ ଅନ୍ଦାଜ। ତାଙ୍କର ଏହି ଆକ୍ସନ ଅନ୍ଦାଜକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ଉର୍ବଶୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେଆର କରିଛନ୍ତି। ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ନିଜର କିକ୍ ପାୱାର ପ୍ରଦର୍ଶନ କରିଛନ୍ତି। ଏଥିସହ ନିଞ୍ଜା ଟେକ୍‌ନିକ୍ ଦେଖାଇଛନ୍ତି। […]

ଅଦ୍ୟତନ ହୋଇଛି
ନିଞ୍ଜା ଟେକ୍‌ନିକ୍ ଦେଖାଇଲେ ଉର୍ବଶୀ

Urvashi

Advertisment

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍ ଏବଂ ସବୁଠୁ ଫ୍ୟାଶନେବୁଲ ଅଭିନେତ୍ରୀ ମଧ୍ୟରୁ ଜଣେ ଉର୍ବଶୀ ରାଉତେଲା। ଷ୍ଟାଇଲିସ୍ ଅନ୍ଦାଜ ପରେ ଏବେ ତାଙ୍କର ସାମ୍ନାକୁ ଆସିଛି ଆକ୍ସନ ଅନ୍ଦାଜ। ତାଙ୍କର ଏହି ଆକ୍ସନ ଅନ୍ଦାଜକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

Advertisment

ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ଉର୍ବଶୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେଆର କରିଛନ୍ତି। ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ନିଜର କିକ୍ ପାୱାର ପ୍ରଦର୍ଶନ କରିଛନ୍ତି। ଏଥିସହ ନିଞ୍ଜା ଟେକ୍‌ନିକ୍ ଦେଖାଇଛନ୍ତି। ଏହାକୁ ସେଆର କରି ସେ ଲେଖିଛନ୍ତି, ‘ମୁଁ ମୋ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛି, ଯାହା ଆକ୍ସନ ଏବଂ ଷ୍ଟଣ୍ଟରେ ଭରପୁର ରୋମାଂଚକ ଫିଲ୍ମ।’

ଉର୍ବଶୀଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍ ପସନ୍ଦ କରିଛନ୍ତି। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧.୬ ମିଲିଅନ୍ ଥର ଦେଖାଯାଇଛି। ଜଣେ ୟୁଜର୍ ତାଙ୍କୁ କହିଛନ୍ତି ଫିଟ୍ ରହିବାର ଏହା ହିଟ୍ ଟେକ୍‌ନିକ୍।

Advertisment

ସୂଚନା ମୁତାବକ ନିକଟରେ ଅରବର ସୁପରଷ୍ଟାର ମହୋମ୍ମଦ ରମାଦାନଙ୍କ ସହ ‘ବର୍ସାଚେ ବେବି’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କୁ ଜିଓ ଷ୍ଟୁଡିଓଜ୍‌ର ଅପ୍‌କମିଂ ୱେବସିରିଜ୍ ‘ଇନ୍‌ସପେକ୍ଟର ଅଭିନାଶ’ରେ ଦେଖିବାକୁ ମିଳିବ। ଏଥିରେ ସେ ରଣଦୀପ ହୁଡ୍ଡାଙ୍କ ଅପୋଜିଟ୍‌ରେ ନଜର ଆସିବେ। ଏଥିସହ ଉର୍ବଶୀ ଖୁବଶୀଘ୍ର ନିଜର ତାମିଲ ଡେବ୍ୟୁ ମଧ୍ୟ କରିବାକୁ ଯାଉଛନ୍ତି।

Urvashi Rautela Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe