Advertisment

ପୁଣି ମା' ହେବେ ଅନୁଷ୍କା, ଖୁସି ଖବର ଦେଲେ ଡିଭିଲିୟର୍ସ

ନିଜ ଦ୍ୱିତୀୟ ସନ୍ତାନକୁ ଘରକୁ ସ୍ୱାଗତ କରିବେ ବିରୁଷ୍କା।

anushka virat

anushka virat

Advertisment

ପୁଣି ମା' ହେବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ବାପା ହେବେ ଭାରତୀୟ ଟିମ୍‌ର ଷ୍ଟାର୍‌ କ୍ରିକେଟର୍ ବିରାଟ କୋହଲି। ନିଜ ଦ୍ୱିତୀୟ ସନ୍ତାନକୁ ଘରକୁ ସ୍ୱାଗତ କରିବେ ବିରୁଷ୍କା। ଏନେଇ ଖୁଲାସା କରିଛନ୍ତି ବିରାଟ କୋହଲିଙ୍କ ବନ୍ଧୁ ତଥା ଆର୍‌ସିବିର ପୂର୍ବତନ ଖେଳାଳି ଏବି ଡିଭିଲିୟର୍ସ। ସେ ଏକ ଭିଡିଓ ସେଆର କରି ଏହି ଖୁସି ଖବର ଦେଇଛନ୍ତି। ଫଳରେ ସମସ୍ତ ଚର୍ଚ୍ଚା ଉପରୁ ପରଦା ଉଠିଛି।

Advertisment

ଦୀର୍ଘ ଦିନ ହେବ ଅନୁଷ୍କା ଶର୍ମା ପୁଣିଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିଲା। ଭାରତୀୟ ଟିମ୍‌ର ଷ୍ଟାର୍‌ ଖେଳାଳି ବିରାଟ କୋହଲି ମଧ୍ୟ ମ୍ୟାଚ୍‌ରୁ ଛୁଟି ନେଇଥିଲେ। ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ରୁ ସେ ବିସିସିଆଇକୁ ଛୁଟି ମାଗିଥିଲେ। ତେବେ କାହିଁକି ଛୁଟି ନେଉଛନ୍ତି ସେ ନେଇ କିଛି ଜଣାଇ ନଥିଲେ। ଏବେ ବିରାଟ କାହିଁକି ଟେଷ୍ଟ ମ୍ୟାଚ୍‌ରୁ ବିରତି ନେଇଥିଲେ ତା'ର ଖୁଲାସା କରିଛନ୍ତି ଡିଭିଲିୟର୍ସ।

ଭାରତ ଓ ଇଂଲଣ୍ଡର ଟେଷ୍ଟ ମ୍ୟାଚ୍‌ ପରେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ ଆସିଥଇଲେ ଏବି ଡିଭିଲିୟର୍ସ। ଲାଇଭ୍‌ରେ ଆସି ସେ ଫ୍ୟାନ୍‌ମାନଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ ବିରାଟଙ୍କ ସହ ଫୋନ୍‌ରେ କଥା ହୋଇଥିବା କହିଥିଲେ। ଏଥିସହ ଅନୁଷ୍କା ଓ ବିରାଟ ପୁଣି ଥରେ ବାପା-ମା' ହେବାକୁ ଯାଉଥିବା ନେଇ ସେ ଘୋଷଣା କରିଥିଲେ। ଉଭୟ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ଏଥିପାଇଁ ବିରାଟ ନିଜ ପରିବାର ସହ ସମୟ ବିତାଉଛନ୍ତି ବୋଲି ଡିଭିଲିୟର୍ସ କହିଛନ୍ତି।

Advertisment

ଏହି ଖବର ଏବେ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି। ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍‌ମାନେ ବେଶ୍‌ ଖୁସି ହୋଇପଡିଛନ୍ତି। ଚାରିଆଡୁ ବିରିଷ୍କାଙ୍କୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି। ତେବେ ବିରାଟ ଓ ଅନୁଷ୍କା କିନ୍ତୁ ଏଯାଏଁ ଦ୍ୱିତୀୟ ସନ୍ତାନ ବିଷୟରେ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି।

Virat Kohli Indian Cricket Team Bollywood News Anushka Sharma AB De Villiers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe