Advertisment

କଙ୍ଗନାଙ୍କୁ ନେଇ ବଲିଉଡ ଦି-ଫାଳ; ମହିଳା କନଷ୍ଟେବଲଙ୍କୁ ଚାକିରି ଅଫର କଲେ ବିଶାଲ ଦଦଲାନି

ବଲିଉଡର ଏକ ଗୋଷ୍ଠି କଙ୍ଗନାଙ୍କ ସପକ୍ଷରେ ବାହାରିଥିବାର ବେଳେ ତାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫର ମହିଳା କନଷ୍ଟେବଲଙ୍କୁ ସମର୍ଥନ ଜଣାଇଛନ୍ତି ମ୍ୟୁଜିକ୍‌ ସିଙ୍ଗର- କମ୍ପୋଜର ବିଶାଲ ଦଦଲାନି।

vishal-dadlani,kangana-ranaut, kulwinder-kaur

vishal-dadlani,kangana-ranaut, kulwinder-kaur

Advertisment

ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିବା ଘଟଣା ନେଇ ଦି-ଫାଳ ହୋଇ ଯାଇଛି ବଲିଉଡ। ବଲିଉଡର ଏକ ଗୋଷ୍ଠି କଙ୍ଗନାଙ୍କ ସପକ୍ଷରେ ବାହାରିଥିବାର ବେଳେ ତାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫର ମହିଳା କନଷ୍ଟେବଲଙ୍କୁ ସମର୍ଥନ ଜଣାଇଛନ୍ତି ମ୍ୟୁଜିକ୍‌ ସିଙ୍ଗର- କମ୍ପୋଜର ବିଶାଲ ଦଦଲାନି।

Advertisment

କଙ୍ଗନାଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସିଆଇଏସଏଫର ମହିଳା କନଷ୍ଟେବଲ କୁଲୱିନ୍ଦର କୌରଙ୍କୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି। ଏହା ବିରୋଧରେ ଚାଷୀମାନେ ଆସନ୍ତା ୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଘୋଷଣା କରିଥିବା ବେଳେ କୁଲୱିନ୍ଦରଙ୍କ ସମର୍ଥନରେ ପାଟି ଫିଟାଇଛନ୍ତି ବିଶାଲ। ଏପରିକି କୁଲୱିନ୍ଦରଙ୍କୁ ସେ ଚାକିରି ଅଫର ବି କରିଛନ୍ତି।

ନିଜ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ବିଶାଲ ଉଲ୍ଲେଖ କରିଛନ୍ତି, ମୁଁ କେବେ ବି ହିଂସାକୁ ସମର୍ଥନ କରେନି। ମାତ୍ର ଉକ୍ତ ସିଆଇଏସଏଫ ମହିଳା କନଷ୍ଟେବଲଙ୍କ କ୍ରୋଧକୁ ବୁଝି ପାରୁଛି। ତେଣୁ ସିଆଇଏସଏଫ ତାଙ୍କୁ ଚାକିରିରୁ ବିଦା କଲେ ତାଙ୍କ ପାଇଁ ଅଉ ଏକ ନୂଆ ଚାକିରି ଅପେକ୍ଷା କରିଛି। ତାହାକୁ ଗ୍ରହଣ କରିବା ନ କରିବା ତାଙ୍କ ଉପରେ ନିର୍ଭର କରେ।

Advertisment

ଅପରପକ୍ଷେ, ଏହି ଘଟଣାରେ ବଲିଉଡ ଅଭିନେତା ଅନୁପମ ଖେର, ଶେଖ ସୁମନ, ନାନା ପାଟେକର ପ୍ରମୁଖ କଙ୍ଗନାଙ୍କ ସପକ୍ଷରେ ବାହାରିବା ସହ ଉକ୍ତ ମହିଳା କନଷ୍ଟେବଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାକୁ ଦାବି କରିଛନ୍ତି।

ଅନୁପମ ଖେର କହିଛନ୍ତି, ନିଜ କ୍ଷମତାର ବ୍ୟବହାର କରି ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ଉପରେ ଏପରି ଆକ୍ରମଣ କରିବା ଖୁବ୍‌ ଲଜ୍ଜାଜନକ ଘଟଣା। ନିଜ ଭିତରେ ଥିବା ଆକ୍ରୋଶକୁ ଆପଣ ଭିନ୍ନ ଉପାୟରେ ପ୍ରକାଶ କରି ପାରିଥାନ୍ତେ। ମାତ୍ରା ଯାହା ହୋଇଛି ତାହା କଦାପି ଠିକ୍‌ ନୁହେଁ।

ବଲିଉଡର ବର୍ଷିୟାନ ଅଭିନେତା ନାନା ପାଟେକର କହିଛନ୍ତି, ଯାହା ହୋଇଛି ବହୁତ ଭୁଲ୍‌ ହୋଇଛି। ଏହା ବହୁତ ଚିନ୍ତାଜନକ ବିଷୟ । ବଲିଉଡ ଅଭିନେତା ଶେଖର ସୁମନ କହିଛନ୍ତି, ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ। କାହା ସହ ବି ଏପରି ବ୍ୟବହାର ହେବା ଉଚିତ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ବେନିୟମ କାର୍ଯ୍ୟ। ତେଣୁ ଏପରି କାଣ୍ଡ ଘଟାଇଥିବା ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

ହିମାଚଳ ମଣ୍ଡିରୁ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଜିତିଥିବା କଙ୍ଗନା ଗୁରୁବାର ଅଭିଯୋଗ କରିଥିଲେ ଯେ ସେ ଦିଲ୍ଲୀ ଫେରିବା ପାଇଁ ଚଣ୍ଡିଗଡ଼ ଏୟାରପୋର୍ଟରେ ପହଞ୍ଚିଥିଲେ। ତେବେ ସୁରକ୍ଷା ଯାଞ୍ଚ ପରେ ସେ ଭିତରକୁ ଯାଉଥିବା ବେଳେ ତାଙ୍କୁ ମହିଳା କନଷ୍ଟେବଲ କୌର ଚାପୁଡ଼ା ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଚାଷୀ ଆନ୍ଦୋଳନ ବେଳେ ପଞ୍ଜାବର ମହିଳାଙ୍କ ପ୍ରତି କଙ୍ଗନା ଅସଭ୍ୟ ବୟାନ ଦେଇଥିବାରୁ କୌର ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଜଣାପଡ଼ିଛି।

ଘଟଣା ପରେ ୩୫ ବର୍ଷୀୟ କନଷ୍ଟେବଲଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ସେ କହିଥିଲେ, “ମୋ ମା’ ଚାଷୀମାନେ କରୁଥିବା ଆନ୍ଦୋଳନରେ ସାମିଲ ହୋଇଥିଲେ। କଙ୍ଗନା କହିଥିଲେ ଯେ ମହିଳାମାନେ ୧୦୦ରୁ ୨୦୦ ଟଙ୍କା ନେଇ ଆନ୍ଦୋଳନ କରୁଛନ୍ତି। ଏହା ମୋ ମା’ଙ୍କ ପ୍ରତି ଅପମାନ ଥିଲା।”

Kangana Ranaut Chandigarh Kangana Ranaut Slapped CISF Constable
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe