Mamata
ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ଦି କଶ୍ମୀର ଫାଇଲ୍ସ ଓ ଦି କେରଳ ଷ୍ଟୋରୀ ଭଳି ଫିଲ୍କକୁ ସମାଜର କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଟାର୍ଗେଟ କରିବା ପାଇଁ ତିଆରି ହୋଇଥିବା ମମତା କହିଥିଲେ।
ଏଥିସହ ସେ କେରଳ ଷ୍ଟୋରୀ ଫିଲ୍ମକୁ ବେଙ୍ଗଲରେ ବ୍ୟାନ କରିଥିଲେ। ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ହେଉଛନ୍ତି ବିବେକ। ତେଣୁ ସେ ମମତାଙ୍କ ଏପରି ବୟାନକୁ ବିରୋଧ କରି ତାଙ୍କ ପାଖକୁ ନୋଟିସ କରିଛନ୍ତି।
ବିବେକ ଅଗ୍ନିହୋତ୍ରି ଲିଗାଲ ନୋଟିସର ସ୍କ୍ରିନ ଶଟ୍କୁ ସୋଶାଲ ମିଡିଆରେ ଶେୟାର କରି କହିଛନ୍ତି, ମୁଁ, ଅଭିଷେକ ଅଗ୍ରୱାଲ ଓ ପଲ୍ଲବୀ ଯୋଶୀ ମିଳିତ ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲିଗାଲ ନୋଟିସ ଜାରି କରିଛୁ।
ସେ ଦେଇଥିବା ମିଥ୍ୟା ଓ ଅତ୍ୟନ୍ତ ଆପତ୍ତି ଜନକ ବୟାନ ପାଇଁ ଏପରି ନୋଟିସ କରାଯାଇଛି। ସେ ଜାଣିଶୁଣି ଆମକୁ ଓ ଆମ ଫିଲ୍ମ ଦି କଶ୍ମୀର ଫାଇଲ୍ସ ଓ ୨୦୨୪ରେ ରିଲିଜ ହେବାକୁ ଥିବା ଦି ଦିଲ୍ଲୀ ଫାଇଲ୍ସକୁ ବଦନାମ କରିଥିବା ବିବେକ ଅଭିଯୋଗ କରିଛନ୍ତି।
ଗତକାଲି ମମତା ରାଜ୍ୟ ସଚିବାଳୟରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ “ଦି କଶ୍ମୀର ଫାଇଲ୍ସ କ’ଣ ଥିଲା? ଏହା ଗୋଟିଏ ବର୍ଗଙ୍କୁ ଅପମାନିତ କରିବାକୁ ତିଆରି ହୋଇଥିଲା। ଦି କେରଳ ଷ୍ଟୋରୀ କ’ଣ?
ଏହା ଏକ ବିଦ୍ୱେଷ ସୃଷ୍ଟି ତଥା ମୋଡ଼ି ମକଚି ତିଆରି ହୋଇଥିବା ଷ୍ଟୋରୀ। ବିଜେପି ଦି କେରଳ ଷ୍ଟୋରୀ ଦେଖାଉଛି। କିଛି ଦିନ ତଳେ ବିଜେପି ଦ୍ୱାରା ପାଣ୍ଠି ପାଇଥିବା ଷ୍ଟାରମାନେ ବେଙ୍ଗଲ ଆସିଥିଲେ। ସେମାନେ ବିପଦପୂର୍ଣ୍ଣ ଓ ମନଗଢ଼ା ଷ୍ଟୋରୀ ରଚନା କରିଥିଲେ। ସେମାନେ ବେଙ୍ଗଲ ଫାଇଲ୍ସ ପ୍ରସ୍ତୁତ କରୁଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Mamata__1683647109.jpg)