Advertisment

ଫିଲ୍ମ ଷ୍ଟାଇଲରେ ବାଇକ୍‌ ଚଲାଇଲେ, କଟିଲା ଚାଲାଣ

ମୁମ୍ବାଇ: ଫସିଲେ ବଲିଉଡ ଅଭିନେତା ବିବେକ ଓବରୟ। ପତ୍ନୀଙ୍କୁ ପଛରେ ବସାଇ ଫିଲ୍ମ ଷ୍ଟାଇଲରେ ରାଜରାସ୍ତାରେ ବାଇକ୍ ଚଲାଇ ସେ ଫସିଗଲେ। ଚାଲାଣ କାଟିଲା ଟ୍ରାଫିକ ପୁଲିସ । ବିନା ହେଲମେଟ୍‌ ଏବଂ ମାସ୍କରେ ବାଇକ ଚଳାଇଥିବା ଯୋଗୁଁ ତାଙ୍କ ବିରୋଧରେ ଟ୍ରାଫିକ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିବେକ ଓବରୟ ଫେବ୍ରୁଆରୀ ୧୪ ତଥା ଭାଲେଣ୍ଟାଇନ ଦିନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପ୍‌ଲୋଡ୍ କରିଥିଲେ। ଏଥିରେ ସେ ବିନା ହେଲ୍‌ମେଟ୍‌ରେ ପଛରେ ନିଜ ପତ୍ନୀ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଫିଲ୍ମ ଷ୍ଟାଇଲରେ ବାଇକ୍‌ ଚଲାଇଲେ, କଟିଲା ଚାଲାଣ

Vivek Oberoi

ମୁମ୍ବାଇ: ଫସିଲେ ବଲିଉଡ ଅଭିନେତା ବିବେକ ଓବରୟ। ପତ୍ନୀଙ୍କୁ ପଛରେ ବସାଇ ଫିଲ୍ମ ଷ୍ଟାଇଲରେ ରାଜରାସ୍ତାରେ ବାଇକ୍ ଚଲାଇ ସେ ଫସିଗଲେ। ଚାଲାଣ କାଟିଲା ଟ୍ରାଫିକ ପୁଲିସ । ବିନା ହେଲମେଟ୍‌ ଏବଂ ମାସ୍କରେ ବାଇକ ଚଳାଇଥିବା ଯୋଗୁଁ ତାଙ୍କ ବିରୋଧରେ ଟ୍ରାଫିକ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି।

Advertisment

ବିବେକ ଓବରୟ ଫେବ୍ରୁଆରୀ ୧୪ ତଥା ଭାଲେଣ୍ଟାଇନ ଦିନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପ୍‌ଲୋଡ୍ କରିଥିଲେ। ଏଥିରେ ସେ ବିନା ହେଲ୍‌ମେଟ୍‌ରେ ପଛରେ ନିଜ ପତ୍ନୀ ପ୍ରିୟଙ୍କାଙ୍କୁ ବସାଇ ବୁଲିବାର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ସେ କରୋନା ନିୟମ ମଧ୍ୟ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା। ସେ ଏବଂ ତାଙ୍କ ପତ୍ନୀ ମାସ୍କ ପିନ୍ଧି ନଥିଲେ।

ମୁମ୍ବାଇ ପୁଲିସକୁ ସୋଶାଲ ମିଡିଆରେ ସାମାଜିକ କାର୍ଯ୍ୟକତ୍ତା ଡା.ବିନୁ ଭର୍ଗିସ ନାମକ ଜଣେ ବ୍ୟକ୍ତି ଏନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଛି। ବିବେଙ୍କ ନାଁ ୫୦୦ ଟଙ୍କାର ଚାଲାଣ କଟିଛି।  ଏହା ଛଡ଼ା ମୁମ୍ବାଇ ପୁଲିସ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ମାମଲା ମଧ୍ୟ ରୁଜୁ କରିଛି।

Advertisment

ଫିଲ୍ମ ଷ୍ଟାଇଲ୍‌ରେ ରାସ୍ତାରେ ଗାଡ଼ି ଚଲାଇବା ଯୋଗୁ ପୁଲିସ୍‌ ଆଇପିସିର ଧାରା ୧୮୮, ୨୬୯, ମୋଟର ଭେଇକିଲ ଆକ୍ଟର ଧାରା ୧୨୯, ୧୭୭ ଓ ଏପିଡେମିକ ଆକ୍ଟରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି।

Bollywood