Advertisment

ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେବେ ୱାହିଦା ରେହମାନ

ଅନୁରାଗ ଠାକୁର ଟ୍ୱିଟ କରି ସୂଚନା ଦେଇଛନ୍ତି, ଭାରତୀୟ ସିନେମା ପ୍ରତି ଦୀର୍ଘ ବର୍ଷର ଅବଦାନ ପାଇଁ ଚଳିତ ବର୍ଷ ୱାହିଦା ରେହମାନଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ।

author-image
Niharika Rout
ଅଦ୍ୟତନ ହୋଇଛି
Waheeda Rehman

Waheeda Rehman

ବର୍ଷୀୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଚଳିତ ବର୍ଷର ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।

Advertisment

ଅନୁରାଗ ଠାକୁର ଟ୍ୱିଟ କରି ସୂଚନା ଦେଇଛନ୍ତି, ଭାରତୀୟ ସିନେମା ପ୍ରତି ଦୀର୍ଘ ବର୍ଷର ଅବଦାନ ପାଇଁ ଚଳିତ ବର୍ଷ ୱାହିଦା ରେହମାନଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଘୋଷଣା କରି ମୁଁ ଖୁବ୍‌ ଖୁସି ଅନୁଭବ କରୁଛି।

‘ପ୍ୟାସା’, ‘କାଗଜ କେ ଫୁଲ’, ‘ଚୌଦଭି କା ଚାନ୍ଦ’, ‘ସାହେବ ବିବି ଔର ଗୁଲାମ’ ,’ଗାଇଡ’, ‘ଖାମୋସି’ ପରି ଫିଲ୍ମରେ ନିଜ ନିଖୁଣ ଅଭିନୟ ଦ୍ୱାରା ସେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି।

Advertisment

ନିଜ ୫ ଦଶନ୍ଧି କ୍ୟାରିଅର ମଧ୍ୟରେ ୮୫ ବର୍ଷିୟା ୱାହିଦା ରେହମାନ ବହୁ ସୁପରହିଟ୍‌ ଫିଲ୍ମ ଦେଇଥିବା ବେଳେ ବେଶ୍‌ ଲୋକପ୍ରିୟ ଅଭିନେତ୍ରୀ ହୋଇ ପାରିଥିଲେ। ନିଜ ନିଚ୍ଛକ ଅଭିନୟ ପାଇଁ ସେ ନ୍ୟାସନାଲ ଫିଲ୍ମ ଆୱାର୍ଡ, ପଦ୍ମଶ୍ରୀ, ପଦ୍ମ ବିଭୂଷଣ ଆୱାର୍ଡରେ ସମ୍ମାନିତ ହୋଇ ସାରିଛନ୍ତି। ନିଜ କଠିନ ପରିଶ୍ରମ ଯୋଗୁ ସେ ଭାରତୀୟ ଚଳଚ୍ଚିତ୍ର ଜଗତରେ ମାଇଲଖୁଣ୍ଟ ସ୍ଥାପନ କରି ପାରିଛନ୍ତି।  

ଏଥିସହ ଅନୁରାଗ ଠାକୁର ଟ୍ୱିଟ କରିଛନ୍ତି, ନାରୀ ଶକ୍ତି ବନ୍ଦନା ଅଧିନିୟମ ପରି ଐତିହାସିକ ବିଲ୍‌ ସାଂସଦରେ ପାସ୍‌ ହେବା ଯୋଗୁ ସମଗ୍ର ଦେଶରେ ଏବେ ଉତ୍ସବ ପାଳିତ ହେଉଛି। ଏପରି ସମୟରେ ଜଣେ ବର୍ଷୀୟାନ ଅଭିନେତ୍ରୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବା ବେଶ୍‌ ଗୌରବର ବିଷୟ । ଏଥିନିମନ୍ତେ ମୁଁ ହୃଦୟରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ତାଙ୍କ ଅବଦାନ ଚିର ଦିନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମନ୍ତ୍ରୀ ଠାକୁର ।

Dadasaheb Phalke Award