ଥମୁନି ବେଶରମ୍ ରଙ୍ଗ... ବିବାଦ, NHRCରେ ପହଞ୍ଚିଲା ମାମଲା

ମୁମ୍ବାଇ: ଥମିବାର ନାଁ ଧରୁନି ଶାହରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ପଠାନ୍‌ର ବେଶରମ୍ ରଙ୍ଗ… ଗୀତକୁ ନେଇ ବିବାଦ। ପ୍ରଥମେ ହିନ୍ଦୁ ସଙ୍ଗଠନ ଏହି ଗୀତର କିଛି ଦୃଶ୍ୟକୁ ନେଇ ଆପତ୍ତି ଉଠାଇଥିଲା। ତାକୁ ଏଡିଟ୍ କରିବାକୁ ଦାବି କରିଥିଲା। ଏବେ କିନ୍ତୁ ଏହି ବିବାଦରେ ଆର୍‌ଟିଆଇ କାର୍ଯ୍ୟକର୍ତ୍ତା ଦାନିଶ ଖାନ୍ ଓ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏଣ୍ଟ୍ରି ମାରିଛନ୍ତି। ଏପରିକି ଏହି ମମଲା ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି। ଗୀତରେ ଦୀପିକା ପାଦୁକୋନ […]

pathan-controversy

Madhupriya Mistry
  • Published: Monday, 19 December 2022
  • , Updated: 19 December 2022, 03:22 PM IST

ମୁମ୍ବାଇ: ଥମିବାର ନାଁ ଧରୁନି ଶାହରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ପଠାନ୍‌ର ବେଶରମ୍ ରଙ୍ଗ... ଗୀତକୁ ନେଇ ବିବାଦ। ପ୍ରଥମେ ହିନ୍ଦୁ ସଙ୍ଗଠନ ଏହି ଗୀତର କିଛି ଦୃଶ୍ୟକୁ ନେଇ ଆପତ୍ତି ଉଠାଇଥିଲା। ତାକୁ ଏଡିଟ୍ କରିବାକୁ ଦାବି କରିଥିଲା। ଏବେ କିନ୍ତୁ ଏହି ବିବାଦରେ ଆର୍‌ଟିଆଇ କାର୍ଯ୍ୟକର୍ତ୍ତା ଦାନିଶ ଖାନ୍ ଓ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏଣ୍ଟ୍ରି ମାରିଛନ୍ତି। ଏପରିକି ଏହି ମମଲା ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି।

ଗୀତରେ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନୀକୁ ଓ କିଛି ଦୃଶ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି ଆର୍‌ଟିଆଇ କାର୍ଯ୍ୟକର୍ତ୍ତା ଦାନିଶ ଖାନ୍। ଏନେଇ ସେ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ମଧ୍ୟ କରିଛନ୍ତି। ସେ ନିଜ ଅଭିଯୋଗରେ ଫିଲ୍ମରୁ ଏହି ଗୀତକୁ ହଟାଇବା ପାଇଁ ଦାବି କରିଛନ୍ତି। ଫିଲ୍ମର ଗୀତ ହିନ୍ଦୁ ମୁସଲମାନ ଏକତା ଭାବନାକୁ ଆଘାତ ପହଞ୍ଚାଇଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ଫିଲ୍ମ ପଠାନର ଏହି ଗୀତକୁ ନେଇ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଗିରିଶ ଗୌତମ ମଧ୍ୟ ବିରୋଧ କରିଛନ୍ତି। ସେ ଶାହରୁଖ ଖାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ‘ଶାହରୁଖ ତାଙ୍କ ଝିଅ ସହ ମିଶି ଏହି ଫିଲ୍ମ ଦେଖିବା ଉଚିତ। ଫିଲ୍ମ ଦେଖିବା ପରେ ଏକ ଫଟୋ ଅପ୍‌ଲୋଡ୍ କରି ଦୁନିଆକୁ କହିବା ଉଚିତ ଯେ ସେ ନିଜ ଝିଅ ସହ ମିଶି ଏହି ଫିଲ୍ମ ଦେଖିଲେ। ପ୍ରଫେଟ ମହମ୍ମଦଙ୍କ ଉପରେ ଏଭଳି ହିଁ ଏକ ଫିଲ୍ମ ତିଆରି କରିବାକୁ ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି।’

ହଲ୍‌ରେ ଫିଲ୍ମ ପଠାନ ରିଲିଜ ଉପରେ ରୋକ ଲଗାଇବା ଦାବି ଜାରି ରହିଛି। ଏହାରି ଭିତରେ ଆଜିଠୁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଶୀତ ଅଧିବେଶନ ପୂର୍ବରୁ ବିଧାନସଭା ବାଚସ୍ପତି ଗୌତମ ଏଭଳି କହି ଶାହରୁଖଙ୍କୁ ଚେତାବନୀ ଦେଇଛନ୍ତି।

ଫିଲ୍ମ ପଠାନର ଗୀତ ବେଶରମ୍ ରଙ୍ଗ ଗତ ସପ୍ତାହରେ ରିଲିଜ ହୋଇଥିଲା। ଗୀତ ରିଲିଜ ହେବାର ଦିନକ ଭିତରେ ଏହାକୁ ନେଇ ବିବାଦ ଜୋର ଧରିଥିଲା। ଏହି ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଚାରିଆଡୁ ଏହି ଗୀତକୁ ବିରୋଧ କରି ବିଭିନ୍ନ ମାମଲା ମଧ୍ୟ ରୁଜୁ ହୋଇଛି।

Related story