Advertisment

ଆଓ୍ୱାର୍ଡ ଶୋ'କୁ ଡ଼ାକି ଅଭିନେତାଙ୍କୁ ଅପହରଣ, ଲୁଟି ନେଲେ ୨ ଲକ୍ଷ

ଅପହରଣ ପରେ ଅଭିନେତାଙ୍କ ଠାରୁ ମୋଇବାଲଇ ଛଡ଼ାଇ ନିଆଯାଇଥିଲା। ୧୨ ଘଣ୍ଟା ଧରି ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

Mushtaq Khan

Mushtaq Khan

Advertisment

ହାସ୍ୟ ଅଭିନେତା ସୁନୀଲ ପାଲ୍‌ଙ୍କ ପରେ ଅପରହଣ ହେଲେ ଆଉ ଜଣେ ଅଭିନେତା। ଆଓ୍ୱାର୍ଡ ଶୋ'କୁ ଡାକି ଅଭିନେତା ମୁସ୍ତାକ ଖାନ୍‌ଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ। ୧୨ ଘଣ୍ଟା ଧରି ତାଙ୍କୁ ନିର୍ଯାତନା ଦେବା ପରେ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଲେ।

Advertisment

ବଲିଉଡର ଜଣାଶୁଣା ଅଭିନେତା ମୁସ୍ତାକ ଖାନଙ୍କୁ ନଭେମ୍ବର ୨୦ ତାରିଖରେ ଦିଲ୍ଲୀ-ମେରଠ ଜାତୀୟ ରାଜପଥରୁ ଅପରହଣ କରି ନେଇଥିଲେ ଦୁର୍ବୃତ୍ତ। ତାଙ୍କୁ ଉତ୍ତରପ୍ରଦେଶ ମେରଠର ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ଡକା ଯାଇଥିଲେ। ଏଥିପାଇଁ ସେ ବିଜନୌର ଆସୁଥିଲେ। ଏତିକି ବେଳେ ତାଙ୍କୁ ରାଜପଥରୁ ହିଁ ଦୁର୍ବୃତ୍ତମାନେ ଅପହରଣ କରି ନେଇ ବନ୍ଧକ ରଖିଥିଲେ।

ଏନେଇ ଅଭିନେତାଙ୍କ ଇଭେଣ୍ଟ ମ୍ୟାନେଜର ଶିବମ ଦୁବେ ଥାନାରେ ଅଭିଯୋଗ କରିଛନ୍ତି। ରିପୋର୍ଟ ମୁତାବକ, ଅପହରଣ ପରେ ଅଭିନେତାଙ୍କ ଠାରୁ ମୋଇବାଲଇ ଛଡ଼ାଇ ନିଆଯାଇଥିଲା। ୧୨ ଘଣ୍ଟା ଧରି ତାଙ୍କୁ ଦିଆଯାଇଥିଲା ନିର୍ଯାତନା। ଏହାପରେ ତାଙ୍କୁ ମୁକ୍ତ କରିବା ପାଇଁ ତାଙ୍କୁ ଠାରୁ ଲୁଟି ନେଇଥିଲେ ୨ ଲକ୍ଷ। କେବଳ ସେତିକି ନୁହେଁ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।

Advertisment

ଏହାପରେ ମୁସ୍ତାକ୍ କୌଣସି ପ୍ରକାରେ ଅପହରଣକାରୀଙ୍କୁ ଘଉଡାଇବାରେ ସଫଳ ହୋଇ ନିକଟସ୍ଥ ଏକ ମସଜିଦରେ ପହଞ୍ଚି ଥିଲେ। ସେଠାରେ ସେ ସାହାଯ୍ୟ ମାଗିଥିଲେ। ମୌଲବିଙ୍କ ସାହାୟତାରେ ଅଭିନେତା ମୁମ୍ବାଇରେ ପହଞ୍ଚିଥିଲେ। ବର୍ତ୍ତମାନ ତାଙ୍କ ଅଭିଯୋଗ ଉପରେ ବିଜନୌର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବିଜନୋର ପୁଲିସର ସୂଚନାନୁସାରେ, ଅଭିନେତା ମୁସ୍ତାକ ଖାନଙ୍କୁ ମେରଠର ରାହୁଲ ସୈନି ନାମକ ଜଣେ ବ୍ୟକ୍ତି ବରିଷ୍ଠ ଲୋକଙ୍କୁ ସମ୍ମାନୀତ କରିବା ପାଇଁ ଏକ ଇଭେଣ୍ଟରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଏଥିପାଇଁ ଅଭିନେତାଙ୍କୁ ସେ ଆଡଭାନ୍ସ ୫୦ ହଜାର ଟଙ୍କା ଦୋଇଥିଲେ। ନଭେମ୍ବର ୨୦ରେ ଅଭିନେତା ମୁସ୍ତାକ ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ। ସେ କ୍ୟାବ ଯୋଗେ ଦିଲ୍ଲୀ ବିମାନବନ୍ଦରରୁ ମେରଠ ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ ଜାତୀୟ ରାଜପଥରେ ତାଙ୍କୁ ଅହରଣ କରି ନିଆଯାଇଥିଲା। ଏହି ଘଟଣା ପରେ ମୁସ୍ତାକ ଥାନାରେ ମାମଲା ଦାୟର କରିଛନ୍ତି।

ସୂଚନା ମୁତାବକ, ଅପହରଣକାରୀମାନେ ମୁସ୍ତାକ ଖାନଙ୍କୁ ମାରପିଟ୍ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ନିକଟରେ କମେଡ଼ିଆନ ସୁନୀଲ ପାଲଙ୍କ ଅପହରଣ ଘଟଣା ଉପରୁ ପରଦା ହଟି ନଥିବା ବେଳେ ପୁଣି ଜଣେ କଳାକାରଙ୍କ ସହ ଏପରି ଘଟିଛି।

Bollywood Meerut Mushtaq Khan Kidnapped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe