Advertisment

‘ଶୋଲେ’କୁ ଯଦି ଦିଆଯିବ ହଲିଉଡ ଛୁଙ୍କ, ତେବେ କିପରି ଲାଗିବ ଫିଲ୍ମ, ଆସିଲା AI ଭିଡିଓ

କେବେ ଭାବିଛନ୍ତି ବଲିଉଡ ଦର୍ଶକଙ୍କ ଏହି ଅଲ- ଟାଇମ୍‌- ଫେଭରାଇଟ ଫିଲ୍ମରେ ଯଦି ହଲିଉଡ ଛୁଙ୍କ ଦିଆଯିବ ତେବେ ଏହା କିପରି ଲାଗିବ ।

author-image
Niharika Rout
ଅଦ୍ୟତନ ହୋଇଛି
sholay

sholay

ବଲିଉଡର ସୁପରହିଟ୍‌ ଫିଲ୍ମ ‘ଶୋଲେ’ ଏବେ ବି ଦର୍ଶକଙ୍କ ହୃଦୟରେ ରାଜ କରୁଛି। ଜୟ, ବୀରୁ ସାଙ୍ଗକୁ ବସନ୍ତୀ ଚରିତ୍ରକୁ ଏଯାଏ ଲୋକେ ଭୁଲି ପାରୁ ନାହାନ୍ତି। ଶୋଲେ ଫିଲ୍ମର ଡାଏଲଗକୁ ଏବେ ବି ଦର୍ଶକ ମନେ ପକାଉଛନ୍ତି। ଫିଲ୍ମର ଡାଏଲଗ, ଗୀତ ତଥା ଆକ୍ସନକୁ ଏପର୍ଯ୍ୟନ୍ତ ଦର୍ଶକ ଭୁଲି ପାରୁ ନାହାନ୍ତି । ତେବେ କେବେ ଭାବିଛନ୍ତି ବଲିଉଡ ଦର୍ଶକଙ୍କ ଏହି ଅଲ- ଟାଇମ୍‌- ଫେଭରାଇଟ ଫିଲ୍ମରେ ଯଦି ହଲିଉଡ ଛୁଙ୍କ ଦିଆଯିବ ତେବେ ଏହା କିପରି ଲାଗିବ । Artificial Intelligence (AI) ଜ୍ଞାନ କୌଶଳ ଯୋଗୁ ଏହା ସମ୍ଭବ ହୋଇ ପାରିଥିବା ବେଳେ ଏହା ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଧର୍ମେନ୍ଦ୍ର, ହେମାମାଲିନୀ, ସଞ୍ଜୀବ କୁମାର, ଅମଜାଦ ଖାନଙ୍କ ପରି ହେଭି ଷ୍ଟାରଙ୍କୁ ନେଇ ନିର୍ମିତ ହୋଇଥିବା ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ସବୁବେଳେ ଆଦୃତ ହୋଇ ଆସିଛି। ଦର୍ଶକ ଏହାର ପାର୍ଟ-୨ ନିର୍ମାଣ ପାଇଁ ମେକର୍ସଙ୍କୁ କହୁଥିବା ବେଳେ ଏବେ ଏହାର ଏପରି ଏକ ଭିଡିଓ ଆସିଛି ଯାହାକି ସମସ୍ତଙ୍କୁ ଚକିତ କରିଛି।

ଏବେ Artificial Intelligence (AI) ଯୁଗ ଆରମ୍ଭ ହୋଇ ଯାଇଥିବା ବେଳେ ଏହାର ପ୍ରୟୋଗ କରି ‘ଶୋଲେ’ ଫିଲ୍ମର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବଲିଉଡର ଏହି ସୁପରହିଟ୍‌ ଫିଲ୍ମ ହଲିଉଡରେ ନିର୍ମିତ ହୋଇଥିଲେ ତାହାର ଲୁକ୍‌ କିପରି ରହିଥାନ୍ତା, ତାହା (AI) ଭିଡିଓରେ ଦେଖାଯାଇଛି। ଏହା ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ଏଆଇ ପାକିନୋଙ୍କୁ ବୀରୁ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ଜୟ ଭାବେ ରବର୍ଟ ଦି ନିରୋ, ଠାକୁର ବଳଦେବ ସିଂ ଭାବେ କେଭିନ ସ୍ପେଶି, ବସନ୍ତି ଚରିତ୍ରରେ ଜୁଲିଆ ରବର୍ଟ୍ସ ଓ ଗବ୍ବର ସିଂ ଚରିତ୍ରରେ ଆଣ୍ଟୋନୀ ହୋପକିନ୍ସଙ୍କୁ ଦେଖିବାକୁ ମିଳିଛି। Reddit ପକ୍ଷରୁ ଏହାକୁ ସୋଶାଲ ମିଡିଆରେ ଶେଆର କରାଯାଇଛି। ଏହା ଏବେ ଖୁବ୍ ପପୁଲାର ହେବାରେ ଲାଗିଛି। 

Film Sholay;