ସୁଶାନ୍ତଙ୍କୁ ମନେପକାଇ ଏମିତି ଭାବବିହ୍ୱଳ କଥା ଲେଖିଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ଆଜି ତାଙ୍କ ଶ୍ରାଦ୍ଧବାର୍ଷିକରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ବେଶ ଭାବବିହ୍ୱଳ ହୋଇଛନ୍ତି। ସୁଶାନ୍ତଙ୍କ ପ୍ରତି ତାଙ୍କ ଭଲପାଇବାକୁ ସେ ଆଜି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ରିୟା ଆଜି ସୁଶାନ୍ତଙ୍କ ସହ ଉଠାଇଥିବା ଗୋଟିଏ ରୋମାଣ୍ଟିକ ଫଟୋକୁ ଶେୟାର କରି “ତୁମ ବିନା ଜୀବନର ମାନେ କିଛି ନାହିଁ” ବୋଲି ଲେଖିଛନ୍ତି। ଏଥିସହ ସେ ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି […]

Reha

Reha

Hemant Lenka
  • Published: Monday, 14 June 2021
  • Updated: 14 June 2021, 11:12 PM IST

Sports

Latest News

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ଆଜି ତାଙ୍କ ଶ୍ରାଦ୍ଧବାର୍ଷିକରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ବେଶ ଭାବବିହ୍ୱଳ ହୋଇଛନ୍ତି। ସୁଶାନ୍ତଙ୍କ ପ୍ରତି ତାଙ୍କ ଭଲପାଇବାକୁ ସେ ଆଜି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ରିୟା ଆଜି ସୁଶାନ୍ତଙ୍କ ସହ ଉଠାଇଥିବା ଗୋଟିଏ ରୋମାଣ୍ଟିକ ଫଟୋକୁ ଶେୟାର କରି “ତୁମ ବିନା ଜୀବନର ମାନେ କିଛି ନାହିଁ” ବୋଲି ଲେଖିଛନ୍ତି। ଏଥିସହ ସେ ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି ଓ ସବୁଦିନ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ବସିଥିବା ମଧ୍ୟ କହିଛନ୍ତି।

ରିୟା ଲେଖିଛନ୍ତି, “କେଉଁଦିନ ଏମିତି ଗୋଟିଏ ମୁହୂର୍ତ୍ତ ନାହିଁ ଯେଉଁଦିନ ତୁମେ ଏଠି ନାହଁ ବୋଲି ମୁଁ ବିଶ୍ୱାସ କରିଛି। କୁହାଯାଏ ଯେ ସମୟ ସବୁ କିଛିକୁ ଠିକ କରିଦିଏ। କିନ୍ତୁ ତୁମେ ମୋର ସମୟ ଓ ମୋର ସବୁକିଛି। ମୁଁ ଜାଣେ ତୁମେ ମୋର ଅଭିଭାବକ ଆଞ୍ଜେଲ ଓ ତୁମର ବାଇନୋକୁଲାରରେ ମୋତେ ଚନ୍ଦ୍ରରୁ ଦେଖୁଛ।

ମୋତେ ସୁରକ୍ଷା ଯୋଗାଇ ଦେଉଛ। ମୁଁ ପ୍ରତିଦିନ ତୁମକୁ ଅପେକ୍ଷା କରେ ଯେ ତୁମେ ମୋତେ ନେବାକୁ ଆସିବ। ମୁଁ ତୁମକୁ ସବୁଆଡ଼େ ଦେଖେ। ମୁଁ ଜାଣେ ତୁମେ ମୋ ସହିତ ଏଠି ଅଛ। ତୁମର ଅବର୍ତ୍ତମାନ ସବୁଦିନ କନ୍ଦାଏ। କିନ୍ତୁ ତମ କଥା ମନେ ପକାଇ ଆଗକୁ ବ‍ଢ଼େ। ତୁମ ବିନା ଜୀବନର ମାନେ କିଛି ନାହିଁ। ତୁମେ ଏହାକୁ ନିଜ ସହ ନେଇଯାଇଛ। ଏହି ଶୂନ୍ୟସ୍ଥାନ କେବେ ବି ପୂରଣ ହୋଇପାରିବ ନାହିଁ।

ତୁମ ବିନା, ମୁଁ ଆଜି ପଥର ପାଲଟି ଯାଇଛି। ମୋର ସ୍ୱିଟ ସନଶାଇନ ବୟ। ମୁଁ ତୁମକୁ କଥା ଦେଉଛି ମୁଁ ତୁମକୁ ପ୍ରତିଦିନ 'ମାଲପୁଆ' ଦେବି ଓ ଦୁନିଆର ସମସ୍ତ କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନ ପୁସ୍ତକ ପଢ଼ାଇବି। ଦୟା କରି ମୋ ପାଖକୁ ଫେରିଆସ। ମୁଁ ତୁମକୁ ବହୁତ ମିସ କରୁଛି ମୋର ବନ୍ଧୁ, ମୋର ପ୍ରେମ ବେବୁ ଓ ପୁଟପୁଟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos