Advertisment

ଇମ୍ରାନ୍‌ଙ୍କୁ ପାଗଳ କରିଥିଲେ ରେଖା, ଏହି କାରଣ ପାଇଁ ବାହାଘର ଭାଙ୍ଗିଗଲା

ମୁମ୍ବାଇ: ୭୦ ଓ ୮୦ ଦଶକର ବଲିଉଡ କୁଇନ୍‌ ରେଖା। ତାଙ୍କ ପ୍ରମେରେ ଅନେକ ଥିଲେ ପାଗଳ। ତାଙ୍କ ସୁନ୍ଦରତା ଆଗରେ ବଡ ବଡ ଅଭିନେତ୍ରୀ ମଧ୍ୟ ମାରୁଥିଲେ ଫେଲ୍‌। ଏହି ୮୦ ଦଶକର ବଲିଉଡ କୁଇନ୍‌ଙ୍କ ଅନେକ ଦିୱାନା ଥିଲେ, ଆଉ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ରେଖାଙ୍କ ଏହି ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଥିଲେ। ରେଖାଙ୍କ ପାଇଁ ପାଗଳ ଥିଲେ ଇମ୍ରାନ୍‌। ତାଙ୍କ ପ୍ରମରେ […]

author-image
Madhupriya Mistry
ଇମ୍ରାନ୍‌ଙ୍କୁ ପାଗଳ କରିଥିଲେ ରେଖା, ଏହି କାରଣ ପାଇଁ ବାହାଘର ଭାଙ୍ଗିଗଲା

Imran and Rekha

ମୁମ୍ବାଇ: ୭୦ ଓ ୮୦ ଦଶକର ବଲିଉଡ କୁଇନ୍‌ ରେଖା। ତାଙ୍କ ପ୍ରମେରେ ଅନେକ ଥିଲେ ପାଗଳ। ତାଙ୍କ ସୁନ୍ଦରତା ଆଗରେ ବଡ ବଡ ଅଭିନେତ୍ରୀ ମଧ୍ୟ ମାରୁଥିଲେ ଫେଲ୍‌। ଏହି ୮୦ ଦଶକର ବଲିଉଡ କୁଇନ୍‌ଙ୍କ ଅନେକ ଦିୱାନା ଥିଲେ, ଆଉ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ରେଖାଙ୍କ ଏହି ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଥିଲେ।

Advertisment

ରେଖାଙ୍କ ପାଇଁ ପାଗଳ ଥିଲେ ଇମ୍ରାନ୍‌। ତାଙ୍କ ପ୍ରମରେ ସେ ହେଉଥିଲେ ଉବୁଟୁବୁ। ଏପରିକି ସେ ରେଖାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ସେହିପରି ଇମ୍ରାନ୍‌ ଖାନ୍‌ଙ୍କ ସହ ସମ୍ପର୍କକୁ ନେଇ ରେଖା ମଧ୍ୟ ଅନେକ ଚର୍ଚ୍ଚାକୁ ଆସିଥିଲେ। ରେଖା ମଧ୍ୟ ଇମ୍ରାନଙ୍କୁ କୁଆଡେ ପସନ୍ଦ କରୁଥିଲେ। ସେ ତାଙ୍କୁ ଭଲ ପାଉଥିଲେ। ସେ ମଧ୍ୟ ତାଙ୍କୁ ବିବାହ କରିବାକୁ ଚାହୁଁଥିବା ଚର୍ଚ୍ଚା ହୋଇଥିଲା।

When former Pakistan skipper Imran Khan almost got married to Bollywood diva Rekha - here's full story

ଇମ୍ରାନ୍‌ ଖାନ୍‌ ଏବଂ ରେଖା ବିବାହ କରିବା ଏକ ପ୍ରକାର ପକ୍କା ହୋଇ ଯାଇଥିଲା। ଏହି ବିବାହକୁ ନେଇ ରେଖାଙ୍କ ମା' ବେଶ ଖୁସି ହୋଇ ପଡିଥିଲେ। ରେଖାଙ୍କ ମା' ଦୁହିଁଙ୍କ ବିବାହକୁ ନେଇ ଜ୍ୟୋତିଶଙ୍କୁ ପଚରାଉଚରା ମଧ୍ୟ ସାରି ଦେଇଥିଲେ। ତିଥି ନକ୍ଷତ୍ରେ ମଧ୍ୟ ଗଣାଇ ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ବିବାହ ଭାଙ୍ଗି ଯାଇଥିଲା।

Advertisment

Blast From The Past: Bollywood Actress Rekha And Former Pakistan Skipper  Imran Khan Had Almost Got Married | StumpsandBails.com

ରେଖାଙ୍କ ସହ ନିଜ ସମ୍ପର୍କକୁ ନେଇ ଇମ୍ରାନ୍‌ ଖାନ୍‌ ୧୯୯୫ ଜୁନ୍‌ ୧୧ ତାରିଖରେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ। ସେ କହିଥିଲେ, କିଛି ସମୟ ପାଇଁ ରେଖାଙ୍କ ସାଥ ତାଙ୍କୁ ଭଲ ଲାଗିଥିଲା। ସେ ତାଙ୍କୁ ପସନ୍ଦ କରୁଥିଲେ। ଉଭୟ ଖୁବ୍‌ ଏନ୍‌ଜୟ କାରିଥିଲେ। କିନ୍ତୁ ସେ କୌଣସି ଫିଲ୍ମ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଇଚ୍ଛା ରଖିନଥିଲେ ବୋଲି କହିଥିଲେ। ଏଥିପାଇଁ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଉଛି।

Former Pakistan Skipper Imran Khan Had an Affair With Rekha? This Post Will  Take You Back in Time

କେବଳ ରେଖା ନୁହନ୍ତି ଇମ୍ରାନ୍‌ ଖାନ୍‌ଙ୍କ ନାଁ ବଲିଉଡ ଅଭିନେତ୍ରୀ ଶବାନା ଆଜମୀ, ଜିନତ ଅମାନ୍‌ ଓ ମୁନ୍‌ମୁନ୍‌ ସେନ୍‌ଙ୍କ ମଧ୍ୟ ଯୋଡି ହୋଇଥିଲା। ସେତେବେଳେ ଜଣେ କ୍ରିକେଟର୍‌ ରୂପେ ଇମ୍ରାନ୍‌ଙ୍କ ଇମେଜ୍‌ ଏକ ପ୍ଲେବୟ ଭଳି ଥିଲା। ଇମ୍ରାନ ଖାନ୍‌ଙ୍କ ସହ ସମ୍ପର୍କକୁ ନେଇ କିନ୍ତୁ ଏହି ତିନି ଅଭିନେତ୍ରୀ କେବେବି ମୁହଁ ଖୋଲି ନାହାନ୍ତି। ଅଭିନେତ୍ରୀ ଜିନତ ଅମାନ ମଧ୍ୟ ଇମ୍ରାନ୍‌ଙ୍କୁ ପ୍ରେମ କରୁଥିଲେ ବୋଲି କୁହା ଯାଉଥିଲା।

From Rekha to Zeenat: Look at alleged love affairs of ex-cricketer and  Pakistan PM Imran Khan with Bollywood actresses