Advertisment

କିଏ ନେବ ବାପି ଦା'ଙ୍କ ସବୁ ସୁନା?

ମୁମ୍ବାଇ: ସଙ୍ଗୀତ ଆଉ ସୁନା। ବାପି ଲାହିରିଙ୍କ ଏ ଦୁଇଟି ଜିନିଷ ପ୍ରତି ଥିଲା ଅହେତୁକ ଦୁର୍ବଳତା। ସେ ତାଙ୍କ ସୁନା ପାଇଁ ମଧ୍ୟ ଥିଲେ ପ୍ରସିଦ୍ଧ। ସେ ବେକରେ ପିନ୍ଧୁଥିଲେ ପୁଳାପୁଳି ସୁନା। କେବଳ ବେକ ନୁହେଁ ହାତରେ ମଧ୍ୟ ଥିଲା ତାଙ୍କର ସୁନାର ମୋଟା ମୋଟା ବ୍ରେସଲେଟ୍‌। ସର୍ବଦା ସୁନାରେ ଲଦି ହୋଇ ରହୁଥିବା ବାପି ଦା’ ସୁନାକୁ ନିଜର ‘ଲକି ଚାର୍ମ’ ବୋଲି ମାନୁଥିଲେ। ଏବେ ଲାହିରିଙ୍କ ଅବର୍ତ୍ତମାନରେ ତାଙ୍କର ଥିବା ପୁଳା […]

author-image
Madhupriya Mistry
ଅଦ୍ୟତନ ହୋଇଛି
 କିଏ ନେବ ବାପି ଦା'ଙ୍କ ସବୁ ସୁନା?

Bappi lahiri gold

ମୁମ୍ବାଇ: ସଙ୍ଗୀତ ଆଉ ସୁନା। ବାପି ଲାହିରିଙ୍କ ଏ ଦୁଇଟି ଜିନିଷ ପ୍ରତି ଥିଲା ଅହେତୁକ ଦୁର୍ବଳତା। ସେ ତାଙ୍କ ସୁନା ପାଇଁ ମଧ୍ୟ ଥିଲେ ପ୍ରସିଦ୍ଧ। ସେ ବେକରେ ପିନ୍ଧୁଥିଲେ ପୁଳାପୁଳି ସୁନା। କେବଳ ବେକ ନୁହେଁ ହାତରେ ମଧ୍ୟ ଥିଲା ତାଙ୍କର ସୁନାର ମୋଟା ମୋଟା ବ୍ରେସଲେଟ୍‌। ସର୍ବଦା ସୁନାରେ ଲଦି ହୋଇ ରହୁଥିବା ବାପି ଦା' ସୁନାକୁ ନିଜର 'ଲକି ଚାର୍ମ' ବୋଲି ମାନୁଥିଲେ। ଏବେ ଲାହିରିଙ୍କ ଅବର୍ତ୍ତମାନରେ ତାଙ୍କର ଥିବା ପୁଳା ପୁଳା ସୁନା କ'ଣ ହେବ, କାହାକୁ ମିଳିବ ଏହି ସୁନା?

Advertisment

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ ସୂତ୍ରରୁ ଜଣାପଡିଛି ଯେ, ବାପି ଦା' ନିଜ ସୁନାକୁ ବେଶ୍‌ ସୁରକ୍ଷିତ ଭାବେ ରଖୁଥିଲେ। ସେ ଏଗୁଡିକୁ ଏକ ସୁରକ୍ଷିତ ଲକର୍‌ରେ ସମ୍ଭଳି ରଖିବା ସହ ପ୍ରତିଦିନ ଅଳଙ୍କାର ଗୁଡିକର ସଫାସୁତୁରା ମଧ୍ୟ କରୁଥିଲେ।

Bappi Lahiri Gold: सोने से लदे रहते थे बप्पी लाहिड़ी, पति-पत्नी के पास कुल इतने की ज्वेलरी - Bappi Lahiri Gold Love Silver Daimond jewellery elvis presley indian idol election tuts -

ବାପି ଦା'ଙ୍କ ଜଣେ ନିକଟ ସମ୍ପର୍କୀୟଙ୍କ କହିବା ମୁତାବକ, 'ସୁନା ସହ ତାଙ୍କର ଥିଲା ଗଭୀର ଏବଂ ବ୍ୟକ୍ତିଗତ ସମ୍ପର୍କ ଥିଲା। ଏହା ତାଙ୍କ ପାଇଁ କେବଳ ଅଳଙ୍କାର ନଥିଲା, ଏହାଥିଲା ତାଙ୍କର ସିଗ୍‌ନେଚର ଲୁକ୍‌। ସେ ଏହି କଥାକୁ ଭଲଭାବେ ହୃଦୟଙ୍ଗମ ମଧ୍ୟ କରିଥିଲେ। ସେ ନିଜ ପିନ୍ଧି ରଖୁଥିବା ସୁନା ପାଇଁ ନିଜର ଏକ ଆଇକ୍‌ନିକ୍‌ ଲୁକ୍‌ ତିଆରି କରିଥିବା ଲାଗି ବେଶ୍‌ ଖୁସିଥିଲେ।

Advertisment

ବାପି ଦା'ଙ୍କୁ ପାଶ୍ୱାତ୍ୟର ହିପ୍‌-ହପ୍‌ ଏବଂ ଆର୍‌ ଆଣ୍ଡ ବି ମ୍ୟୁଜିକ ବେଶ୍‌ ପ୍ରଭାବିତ କରିଥିଲା। ସେ ନିଜକୁ ହଲିଉଡ ମ୍ୟୁଜିକ କମ୍ପୋଜର ଏବଂ ଲିଜେଣ୍ଡ୍ରି ପ୍ରଡ୍ୟୁସରଙ୍କ ଭଳି ଓ ଅନ୍ୟ ହିପ୍‌ ହପ୍‌ କଳାକାରଙ୍କ ଲିଗ୍‌ରେ ସାମିଲ କରିଥିଲେ। ସେ ନିଜ ପିନ୍ଧିଥିବା ସୁନା ଓ ହୀରା ଅଳଙ୍କାରଗୁଡିକୁ 'Ice' କହୁଥିଲେ।'

Bappi Lahiri passes away: Akshay Kumar, AR Rahman, Ajay Devgn remember India's Disco King-Entertainment News , Firstpostବାପି ଲାହିରିଙ୍କ ଜଣେ ଆସିଷ୍ଟାଣ୍ଟ ଓ ହେଲପର୍‌ ଥିଲେ, ଯିଏ ତାଙ୍କ ସୁନା ଅଳକଙ୍କାରଗୁଡିକୁ ଜଗୁଥିଲେ।  ସେ ଏହି ସମସ୍ତ ସୁନା ଅଳଙ୍କାରର ଏକ ବ୍ୟକ୍ତିଗତ ତାଲିକା ମଧ୍ୟ ରଖୁଥିଲେ। ଖବର ଅନୁଯାୟୀ, ବାପି ଦା' ତାଙ୍କ ରୋଜଗାରରୁ ସୁନା କିଣୁଥିଲେ। ସୁନା ସହିତ ତାଙ୍କର ସମ୍ପର୍କ ଆଧ୍ୟାତ୍ମିକ ଥିଲା। ବାପି ଦା କାହାକୁ ତାଙ୍କ ସୁନା ଛୁଇଁବାକୁ ଦେଇନଥିଲେ। ତାଙ୍କ ଦେହାନ୍ତ ପରେ ଏବେ ତାଙ୍କର ଏହି ସୁନା ଅଳଙ୍କାର ଗୁଡିକ କ’ଣ ହେବ କିଏ ନେବ?

ସୂତ୍ର ଅନୁଯାୟୀ, ବାପି ଦା'ଙ୍କ ପାଖରେ ଏତେ ବର୍ଷ ଭିତରେ ସୁନା ଚେନ୍, ସୁନାର ବଡ ବଡ ଲକେଟ୍‌, ରିଙ୍ଗ୍, ବ୍ରେସଲେଟ୍, ସୁନାର ଗଣେଶଙ୍କ ପ୍ରତିମା, ହୀରା ଖଚିତ ଲକି ଚାର୍ମ ବ୍ରେସଲେଟ୍, ସୁନାର ଫ୍ରେମ୍ ଏବଂ ସୁନା କଫଲିଙ୍କ ରହିଛି।

singer bappi lahiri reacts on fake reports of losing his voice , Bappi  Lahri Post: आवाज खो देने की बात को बप्‍पी लाहिड़ी ने बताया Fake, बोले- दुखी  हूं ऐसी खबरों से |

ଏହି ସମସ୍ତ ସୁନା ଅଳଙ୍କାରଗୁଡିକ ଲକ୍‌ ଥିବା ଆଲମାରୀ ଓ ଲକର୍‌ରେ ଭିତରେ ଟ୍ରାନ୍ସପରେଟ୍‌ ବାକ୍ସ ଏବଂ ଡବାରେ ରଖାଯାଇଛି। ଏ ସବୁ ସୁନା ଏବେ ବାପି ଲାହିରିଙ୍କ ସମ୍ପତ୍ତିରେ ମିଶିବ। ବାପି ଦା'ଙ୍କ ପୁଅ ବପ୍ପା ଏବଂ ଝିଅ ରିମା ନିଜ ବାପାଙ୍କ ସମସ୍ତ ସୁନା ଅଳଙ୍କାରକୁ ସଂରକ୍ଷିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ନିଜ ବାପାଙ୍କ ସ୍ମୃତିକୁ ସର୍ବଦା ସାଇତି ରଖିବେ ବୋଲି ପ୍ଲାନିଂ କରିଛନ୍ତି।

सोने से था बप्पी लहरी को बेहद प्यार,धरनतेरस पर गोल्ड टी सेट...जानिए पहली सोने की चेन से लेकर अब तक की कहानी bappi lahiri love gold bought gold tea set on dhanteras