Advertisment

କାହିଁକି ବକ୍ସ ଅଫିସରେ ଫେଲ ମାରିଲା ସଲମାନ ଖାନଙ୍କ ‘ସିକନ୍ଦର’?

ଫିଲ୍ମ କାହିଁକି ବକ୍ସ ଅଫିସରେ ଚାଲି ପାରିଲା ନାହିଁ? ସଲମାନ ଓ ରଶ୍ମିକା ଥିଲେ ମଧ୍ୟ କାହିଁକି ସିନେମାକୁ ଲୋକେ ପସନ୍ଦ କଲେ ନାହିଁ?

Salman Khan

Salman Khan

Advertisment

ଚଳିତ ବର୍ଷର ବହୁପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ସଲମାନ ଖାନଙ୍କ ସିକନ୍ଦର। ସମସ୍ତେ ଏହି ଫିଲ୍ମକୁ ଅପେକ୍ଷା କରିଥିଲେ। ମାର୍ଚ୍ଚ ୩୦ ଅର୍ଥାତ ଇଦ୍‌ର ଗୋଟିଏ ଦିନ ପୂର୍ବରୁ ଏହି ସିନେମା ରିଲିଜ ହୋଇଥିଲା। ଲାଗୁଥିଲା ଏହା ସୁପର ହିଟ ହେବ। କିନ୍ତୁ ସିନେମା ବକ୍ସ ଅଫିସରେ ଫ୍ଲପ ହୋଇଛି। ଫିଲ୍ମ ରବିବାର ରିଲିଜ ହୋଇଥିବାରୁ ଦିନକରେ ୨୬ କୋଟି ଟଙ୍କା ଆୟ କରିଥିଲା। ଏହା ଏକ ଭଲ ନମ୍ବର।

Advertisment

ହେଲେ ସଲମାନ ଖାନଙ୍କ ପୂର୍ବ ଫିଲ୍ମ ଗୁଡ଼ିକ ତୁଳନାରେ ସିକନ୍ଦରର ପ୍ରଥମ ଦିନର ଆୟ ଯଥେଷ୍ଟ କମ ରହିଥିଲା। ରିଲିଜ ହେବା ପରେ ସଲମାନଙ୍କ ଫ୍ୟାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢ଼ିଥିଲା। ହେଲେ ୩ ଦିନ ପରେ ଏହାର ଆୟ ଖସିବା ଆରମ୍ଭ ହୋଇଥିଲା। ଫିଲ୍ମ ୧୦୦ କୋଟି କ୍ଲବରେ ପ୍ରବେଶ କରିବାକୁ ସଂଘର୍ଷ କରିଥିଲା। ବର୍ତ୍ତମାନ ସୁଦ୍ଧା ସଲମାନ ଖାନ ଓ ରଶ୍ମିକା ମନ୍ଧାନାଙ୍କ ସିକନ୍ଦର କେବଳ ୧୦୪.୨୭ କୋଟି ଟଙ୍କା ଆୟ କରି ପାରିଛି।

ସିକନ୍ଦର ଭଳି ହାଇ ବଜେଟ ଫିଲ୍ମର ଏପରି ବ୍ୟବସାୟ ସିନେମା ଜଗତକୁ ଚକିତ କରିଛି। ତେବେ ଫିଲ୍ମ କାହିଁକି ବକ୍ସ ଅଫିସରେ ଚାଲି ପାରିଲା ନାହିଁ? ସଲମାନ ଓ ରଶ୍ମିକା ଥିଲେ ମଧ୍ୟ କାହିଁକି ସିନେମାକୁ ଲୋକେ ପସନ୍ଦ କଲେ ନାହିଁ? ଏହାର କାରଣ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

Advertisment

ଖରାପ ବିଷୟବସ୍ତୁ ପାଇଁ ଷ୍ଟାର ପାୱାର ସିନେମାକୁ ବଞ୍ଚାଇ ପାରିଲେ ନାହିଁ

ସମସ୍ତ କ୍ରିଟିକ୍ସ କହିଛନ୍ତି ଯେ ସିକନ୍ଦରର ବିଷୟବସ୍ତୁରେ ତ୍ରୁଟି ରହିଥିଲା। ଏଥିପାଇଁ ସଲମାନ ଖାନଙ୍କ ଉପସ୍ଥିତି ସତ୍ତ୍ୱେ ଫିଲ୍ମ ଫ୍ଲପ ହେବାରୁ ବର୍ତ୍ତି ପାରିନାହିଁ। ଟ୍ରେଡ ବିଶେଷଜ୍ଞ ତରନ ଆଦର୍ଶ କହିଛନ୍ତି, “ସିନେମାର ସଂଳାପ ଓ ବିଷୟବସ୍ତୁ କାମ ଦେଇ ନାହିଁ। ବିଷୟବସ୍ତୁ ବେଶ ଦୁର୍ବଳ ରହିଥିଲା। ପ୍ରାରମ୍ଭିକ ଅବସ୍ଥାରେ ଉତ୍ସାହ ରହିଥିଲା। କିନ୍ତୁ ଆଗକୁ ସିନେମାରେ ସେମିତି କିଛି ନଥିଲା। ଆପଣମାନେ ଜାଣିଛନ୍ତି ଯେ ସିକନ୍ଦରର ପ୍ରଥମ ଦିନ ଆୟ ଭଲ ଥିଲା। ଦ୍ୱିତୀୟ ଓ ତୃତୀୟ ଦିନ ଇଦ ଯୋଗୁ ଠିକ ଠାକ ବ୍ୟବସାୟ କରିଥିଲା। କିନ୍ତୁ ଏହାପରେ ସିନେମା ଭୁଶୁଡ଼ି ପଡ଼ିଛି। ସିନେମା ପୂରା ଆଣ୍ଠେଇ ପଡ଼ିଛି। ସଲମାନ ଖାନଙ୍କ ଅଭିନୀତ ସିନେମା ଏପରି ବ୍ୟବସାୟ କରିବା ଆଶ୍ଚର୍ଯ୍ୟକର ଘଟଣା।”

ଲୋକମାନେ କ’ଣ ମତ ରଖିଛନ୍ତି?

ସଲମାନ ଖାନଙ୍କ ସିନେମା ମାନେ ଭିଡ଼ ହେବା ସୁନିଶ୍ଚିତ। ସଲମାନ ଖାନ ବି ସିନେମାର ଜୋରଦାର ପ୍ରଚାର କରିଥିଲେ। ହେଲେ ଗୋଟିଏ ଦୁଇଟି ହଲକୁ ଛାଡ଼ି ଦେଲେ ବାକି ସବୁଠାରେ ଦର୍ଶକଙ୍କ ସଂଖ୍ୟା କମ ରହିଥିଲା। ଜି୭ ମଲ୍ଟିପ୍ଲେକ୍ସ ଓ ମରାଠା ମନ୍ଦିର ସିନେମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ ଦେଶାଇ କହିଛନ୍ତି, “ଏହି ସିନେମା ଆଉ କିଛି ଫିଲ୍ମର କପି ଓ ହିରୋଇନ ଆରମ୍ଭରୁ ପ୍ରାଣ ହରାଇଥିଲେ। ମୁଁ ସିନେମାର କୌଣସି ଗୋଟିଏ ହେଲେ ଫ୍ରେମ ଦେଖିନି। କିନ୍ତୁ ଲୋକମାନେ ମୋତେ ଯାହା କହିଛନ୍ତି, ସେକଥା ମୁଁ ଆପଣମାନଙ୍କୁ କହୁଛୁ। ଏହାବାଦ ଲୋକମାନେ ସିନେମା ହଲକୁ ସଲମାନଙ୍କ ପାଇଁ ଯାଇଥାଆନ୍ତେ। ହେଲେ ଏହାର ଲିକ ଭର୍ସନ ଲୋକଙ୍କ ପାଖରେ ପହଞ୍ଚି ଯିବାରୁ ସେମାନେ ସେଠାରେ ଏହାକୁ ଦେଖିଛନ୍ତି। ଏବେ ଓଟିଟିର ଚାହିଦା ରହିଥିବାରୁ ଲୋକମାନେ ଘରେ ହିଁ ଲିକ ଭର୍ସନରେ ସିନେମା ଦେଖିବାକୁ ବେଶୀ ପସନ୍ଦ କରୁଛନ୍ତି।”

ଦେଶାଇଙ୍କ କହିବା କଥା ଯେ ବିଭିନ୍ନ କାରଣ ପାଇଁ ସିନେମା ହଲରେ ଦେଖିବା ଯୋଗ୍ୟ ବୋଲି ଲୋକେ ଅନୁଭବ କରି ନାହାନ୍ତି। ସିନେମାର ବିଷୟବସ୍ତୁ ଠିକ ନଥିଲେ ଷ୍ଟାର ପାୱାରର ଚମକ କମିଯାଏ ବୋଲି ସେ ମତ ରଖିଛନ୍ତି।

ସଂଳାପରେ ଓ କାହାଣୀରେ ଦମ ନଥିଲା

ସିକନ୍ଦରକୁ ଗୋଟିଏ ବର୍ଷ ହେଲା ସମସ୍ତେ ଅପେକ୍ଷା କରିଥିଲେ। ଚଳିତ ବର୍ଷ ପ୍ରଥମେ ପୁଷ୍ପା ୨ କମାଲ କରିଥିଲା ଓ ମାର୍ଚ୍ଚରେ ଭିକ୍କି କୌଶଲଙ୍କ ଛାବାର ସଫଳତା ପାଇଥିଲା। ତେଣୁ ମାର୍ଚ୍ଚ ଶେଷରେ ରିଲିଜ ହେବାକୁ ଥିବା ସିକନ୍ଦର ମଧ୍ୟ କମାଲ କରିବ ବୋଲି ସମସ୍ତେ ଆଶା କରିଥିଲେ। ଏହାପୂର୍ବରୁ ଡିପ୍ଲୋମାଟ ରିଲିଜ ହୋଇଥିଲା। କିନ୍ତୁ ଏହି ସିନେମାକୁ କେହି ଅଧିକ ଗୁରୁତ୍ୱ ଦେଇ ନଥିଲେ। ତେଣୁ ସମସ୍ତଙ୍କ ନଜର ସିକନ୍ଦର ଉପରେ ରହିଥିଲା। ହେଲେ ଏହାର ସଂଳାପ ଆଦୌ ଭଲ ନଥିଲା। ଏହା ଏତେ ଖରାପ ଥିଲା ଯେ ଲୋକମାନେ ବୋରିଂ ହୋଇ ଯାଇଥିଲେ। ଲୋକମାନେ ଏହାକୁ ନିଜ ସହ ଯୋଡ଼ି ପାରି ନଥିଲେ। କାହାଣୀରେ ମଧ୍ୟ ସେତେଟା ଦମ ନଥିଲା। ସିନେମାରେ ସଲମାନ ଖାନ ମଧ୍ୟ ଚାପରେ ଥିବା ଜଣା ପଡ଼ୁଥିଲା। ସଲମାନ ବାଧ୍ୟ ହୋଇ ଅଭିନୟ କରୁଥିବା ସ୍କ୍ରିନରୁ ସ୍ପଷ୍ଟ ଭାବେ ଦେଖା ଯାଉଥିଲା। ଏମିତି ସଲମାନ ଦେଖାଯିବାର କାରଣ କାହାକୁ ବି ଜଣାନାହିଁ।

ସଲମାନ ଖାନଙ୍କ ଫ୍ୟାନ୍ସ ନିରାଶ

ସିକନ୍ଦର ଦେଖି ସଲମାନ ଖାନଙ୍କ ଫ୍ୟାନ୍ସ ନିରାଶ ହୋଇଛନ୍ତି। ପୂର୍ବରୁ ଯଦି ସଲମାନଙ୍କ କୌଣସି ସିନେମାକୁ କ୍ରିଟିକ୍ସ ସମାଲୋଚନା କରନ୍ତି, ତା’ହେଲେ ତାଙ୍କ ଫ୍ୟାନ୍ସ ଆଗକୁ ଆସନ୍ତି। ସେମାନେ ହଲରେ ଭିଡ଼ କରି ଫିଲ୍ମ ହିଟ ବୋଲି ପ୍ରମାଣିତ କରନ୍ତି। ହେଲେ ସିକନ୍ଦର କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖାଦେଇଛି। ସଲମାନଙ୍କ ଫ୍ୟାନ୍ସ ମଧ୍ୟ ସିନେମା ଦେଖି ନିରାଶ ହୋଇଛନ୍ତି।

ମୁହଁରୁ ବାହାରୁଥିବା କଥା ସବୁବେଳେ ଦ୍ରୁତଗତିରେ ବ୍ୟାପି ଯାଏ। ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼େ ନାହିଁ। ପ୍ରଥମ କଥା ହେଲା ସଲମାନଙ୍କ ଫ୍ୟାନ୍ସ ହିଁ ତାଙ୍କ ସିନେମାର ରକ୍ଷାକବଚ। ସେମାନେ ନିଜ ଆଡ଼ୁ ଏହାର ପ୍ରଚାର ପ୍ରସାର କରନ୍ତି। କିନ୍ତୁ ଏଥର ସିକନ୍ଦରର କାହାଣୀ ଦେଖି ସେମାନେ ମଧ୍ୟ ଏହାକୁ ଖରାପ ବୋଲି କହି ପ୍ରଚାର କରି ନାହାନ୍ତି। କ୍ରିଟିକ୍ସଙ୍କ ଠାରୁ ଆରମ୍ଭ କରି ସାଧାରଣ ଫ୍ୟାନ୍ସ ସିକନ୍ଦରର ସଂଳାପ ଓ କାହାଣୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସଲମାନଙ୍କ ଅନ୍ୟ ସିନେମା ଗୁଡ଼ିକରେ ତୁଳନାରେ ଏହା ସଂଗୀତ ମଧ୍ୟ ସେତେଟା ଭଲ ନାହିଁ ବୋଲି କ୍ରିଟିକ୍ସ ମତ ରଖିଛନ୍ତି। 

Bollywood News Bollywood Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe