କାହିଁକି ଫ୍ଲପ୍‌ ହେଉଛି ହିନ୍ଦୀ ଫିଲ୍ମ? କାରଣ କହିଲେ ଅନୁରାଗ କଶ୍ୟପ

ମୁମ୍ବାଇ: ବକ୍ସ ଅଫିସରେ ଏବେ ସାଉଥ ଫିଲ୍ମର କ୍ରେଜ ଚାଲିଛି। ସେ ‘ପୁଷ୍ପା’ ହେଉ ଅବା ‘ଆର୍‌ଆର୍‌ଆର୍‌’। ‘କେଜିଏଫ୍‌-୨’ ହେଉ ଅବା ‘ବିକ୍ରମ’। ଚାରିଆଡେ ସାଉଥ ଫିଲ୍ମର ରହିଛି ଦବ୍‌ଦବା। ହିନ୍ଦୀ ଫିଲ୍ମଗୁଡିକ ସାଉଥ ଫିଲ୍ମ ଆଗରେ ଫିକା ପଡିଛି। ବକ୍ସ ଅଫିସରେ ଯେପରି ହିନ୍ଦୀ ଫିଲ୍ମର ମରୁଡି ପଡିଛି, ସେଭଳି ମନେ ହେଉଛି। ବାରମ୍ବାର ବକ୍ସ ଅଫିସରେ ଫ୍ଲପ୍‌ ହେବାରେ ଲାଗିଛି ହିନ୍ଦୀ ଫିଲ୍ମ। କେବଳ ଭୁଲ୍‌ ଭୁଲୟା-୨କୁ ଛାଡି ଦେଲେ ଆଉ ଯାହା ସବୁ […]

anurag-kashyap

anurag-kashyap

Madhupriya Mistry
  • Published: Thursday, 28 July 2022
  • Updated: 28 July 2022, 04:20 PM IST

Sports

Latest News

ମୁମ୍ବାଇ: ବକ୍ସ ଅଫିସରେ ଏବେ ସାଉଥ ଫିଲ୍ମର କ୍ରେଜ ଚାଲିଛି। ସେ 'ପୁଷ୍ପା' ହେଉ ଅବା 'ଆର୍‌ଆର୍‌ଆର୍‌'। 'କେଜିଏଫ୍‌-୨' ହେଉ ଅବା 'ବିକ୍ରମ'। ଚାରିଆଡେ ସାଉଥ ଫିଲ୍ମର ରହିଛି ଦବ୍‌ଦବା। ହିନ୍ଦୀ ଫିଲ୍ମଗୁଡିକ ସାଉଥ ଫିଲ୍ମ ଆଗରେ ଫିକା ପଡିଛି। ବକ୍ସ ଅଫିସରେ ଯେପରି ହିନ୍ଦୀ ଫିଲ୍ମର ମରୁଡି ପଡିଛି, ସେଭଳି ମନେ ହେଉଛି। ବାରମ୍ବାର ବକ୍ସ ଅଫିସରେ ଫ୍ଲପ୍‌ ହେବାରେ ଲାଗିଛି ହିନ୍ଦୀ ଫିଲ୍ମ। କେବଳ ଭୁଲ୍‌ ଭୁଲୟା-୨କୁ ଛାଡି ଦେଲେ ଆଉ ଯାହା ସବୁ ରିଲିଜ ହୋଇଛି ତାହା ବ୍ୟବସାୟ କରିବାରେ ସଫଳ ହୋଇପାରୁନାହିଁ। ତେବେ ଏଭଳି କାହିଁକି ହେଉଛି। ତା'ର କାରଣ କହିଛନ୍ତି ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପ।

ଅନୁରାଗ କଶ୍ୟପ ତାଙ୍କ ଅପ୍‌କମିଂ ଫିଲ୍ମ 'ଦୋବାରା'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ଲଞ୍ଚ ହୋଇଥିଲା। ଏହି ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ଅନୁରାଗ ହିନ୍ଦୀ ଫିଲ୍ମର ଖରାପ ବ୍ୟବସାୟ ବିଷୟରେ କହିଥିଲେ। କାହିଁକି ବକ୍ସ ଅଫିସରେ ଆଉ ହିନ୍ଦୀ ଫିଲ୍ମ ଗୁଡିକ ଚାଲି ପାରୁ ନାହିଁ ତାର କାରଣ ବଖାଣିଥିଲେ ସେ।

ବର୍ତ୍ତମାନ ଯେଉଁ ହିନ୍ଦୀ ଫିଲ୍ମ ତିଆରି ହେଉଛି ତା'ର କୌଣସି ମୂଳ କାହାଣୀ ନାହିଁ। କାରଣ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ପ୍ରଭାବିତ କରିବା ପାଇଁ ନିଜ ଷ୍ଟାଇଲ୍‌ରୁ ବାହାରକୁ ଚାଲିଯାଉଛନ୍ତି ଏବଂ ଏହି ଜିନିଷକୁ ଅଧିକ ଦର୍ଶକ ବୁଝି ପାରୁନାହାଁନ୍ତି। ତାମିଲ, ତେଲୁଗୁ, ମାଲୟାଲମ୍ ଫିଲ୍ମଗୁଡ଼ିକ ସେମାନଙ୍କର ସଂସ୍କୃତି ସହିତ ଜଡିତ। ମୁଖ୍ୟ ସ୍ରୋତ ସଂସ୍କୃତି ହେଉ ଅବା ଅଣ-ମୁଖ୍ୟ ସ୍ରୋତ, ସେହି ଫିଲ୍ମଗୁଡିକ ଦର୍ଶକଙ୍କୁ ମନକୁ ଛୁଇଁପାରୁଛି । କିନ୍ତୁ ହିନ୍ଦୀ ଫିଲ୍ମଗୁଡିକରେ ଏସବୁ ଦେଖିବାକୁ ମିଳୁନି ବୋଲି ନିର୍ଦ୍ଦେଶକ ଅନୁରାଗ କଶ୍ୟପ କହିଛନ୍ତି।

ସେ ଆହୁରି କହିଛନ୍ତି, 'ବର୍ତ୍ତମାନ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭଳି ଫିଲ୍ମ ନିର୍ମାତା ଅଛନ୍ତି ଯେଉଁମାନେ ଇଂରାଜୀ ଛଡା ଭଳରେ ହିନ୍ଦୀ ମଧ୍ୟ କହିପାରୁନାହାଁନ୍ତି ଏବଂ ସେହି ଜିନିଷ ସେମାନଙ୍କ ଫିଲ୍ମରେ ମଧ୍ୟ ଦୃଶ୍ୟମାନ ହେଉଛି। ଯେଉଁମାନେ ଇଂରାଜୀ କୁହନ୍ତି, ସେମାନେ ହିନ୍ଦୀ ଫିଲ୍ମ ନିର୍ମାଣ କରୁଛନ୍ତି।'

ଯେତେବେଳେ ମୁଖ୍ୟ ସ୍ରୋତର ଫିଲ୍ମ ନିର୍ମାତାମାନେ ନିଜ ନିଜ ଶୈଳୀର ଫିଲ୍ମ ନିର୍ମାଣ କରିବେ, ସେତେବେଳେ ନିଶ୍ଚିତ ରୂପେ ତାହା ବକ୍ସ ଅଫିସରେ ହିଟ୍‌ ହେବ ବୋଲି ଅନୁରାଗ କଶ୍ୟପଙ୍କ ବିଶ୍ୱାସ ରହିଛି।  ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ 'ଗଙ୍ଗୁବାଇ କାଠିଆୱାଡି' ଏବଂ ଆନିସ୍ ବାଜମିଙ୍କ 'ଭୁଲ ଭୁଳୟା-୨'ର ଉଦାହରଣ ଦେଇ ସେ କହିଛନ୍ତି, 'ଏହି ଦୁଇଟି ହିନ୍ଦୀ ଫିଲ୍ମ ଯାହା ମହାମାରୀରେ ହିଟ୍ ହୋଇପାରିଛି।'

ଅନୁରାଗ କଶ୍ୟପ ବର୍ତ୍ତମାନ ତାଙ୍କ ଅପ୍‌କମିଂ ଫିଲ୍ମ 'ଦୋବାରା'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଦମଦାର ଯୋଡି ଦେଖିବାକୁ ମିଳିବ। ଏହି ଫିଲ୍ମ ଟି ୨୦୧୮ରେ ଆସିଥିବା ସ୍ପେନିସ୍‌ ଫିଲ୍ମ 'ମିରାଜ'ର ରିମେକ୍‌। ଫିଲ୍ମର ପୂରା କାହାଣୀ ତାପସୀଙ୍କ ଚାରିପଟେ ଘୁରିବୁଲେ, ଯାହାକୁ ୧୨ ବର୍ଷର ଜଣେ ବାଳକଙ୍କ ଜୀବନ ବଞ୍ଚାଇବା ମଉକା ମିଳେ। ଆସନ୍ତା ୧୯ ଅଗଷ୍ଟରେ ଏହି ଫିଲ୍ମଟି ରିଲିଜ ହେବ।

https://youtu.be/DoAouCAhDW0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos