Advertisment

Rajpal Yadav: ଟଙ୍କା ନାହିଁ, ବନ୍ଧୁ ନାହାନ୍ତି: ଆତ୍ମସମର୍ପଣ ପରେ ତିହାର ଜେଲରେ ରାଜପାଲ ଯାଦବ

ଏକାଧିକ ସୁପରହିଟ ବଲିଉଡ ସିନେମାରେ ଅଭିନୟ କରିଥିବା ୫୪ ବର୍ଷୀୟ ରାଜପାଲ କହିଛନ୍ତି ଯେ ତାଙ୍କ ପାଖରେ କୌଣସି ଟଙ୍କା ନାହିଁ ଓ ତାଙ୍କର କେହି ବି ବନ୍ଧୁ ନାହାନ୍ତି। ତେଣୁ ଆତ୍ମସମର୍ପଣ ହିଁ ତାଙ୍କ ପାଖରେ ଏକମାତ୍ର ବିକଳ୍ପ।

author-image
Hemant Lenka
Raj-pal

ରାଜପାଲ ଯାଦବ

ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଦେଶର ପ୍ରତିଟି ଲୋକ ଜାଣନ୍ତି। ନିଜର କମେଡି ପାଇଁ ସେ ବେଶ ପରିଚିତ। ଅନ୍ୟକୁ ସବୁବେଳେ ହସାଉଥିବା ରାଜପାଲଙ୍କ ଜୀବନର ମୋଡ ଏବେ ବଦଳି ଯାଇଛି। ସେ ନିଜର ଆର୍ଥିକ ସଂଘର୍ଷ କଥା ସର୍ବସମ୍ମୁଖରେ କହିଛନ୍ତି। ଦିଲ୍ଲୀର ତିହାର ଜେଲରେ ଫେବୃଆରୀ ୫ରୁ ସେ ବନ୍ଦୀ ଜୀବନ କାଟୁଛନ୍ତି। ଜେଲରେ ଆତ୍ମସମର୍ପଣ କରିବା ପୂର୍ବରୁ ସେ ନିଜ ଅନ୍ତରର ଦୁଃଖ ସମସ୍ତଙ୍କୁ ଜଣାଇଥିଲେ।

Advertisment

ଗୋଟିଏ ଚେକ ବାଉନ୍ସ ମାମଲାରେ ତାଙ୍କୁ ତିହାର(Tihar Jail)ରେ ଆତ୍ମସମର୍ପଣ କରିବାକୁ ପଡ଼ିଛି। ଏକାଧିକ ସୁପରହିଟ ବଲିଉଡ ସିନେମାରେ ଅଭିନୟ କରିଥିବା ୫୪ ବର୍ଷୀୟ ରାଜପାଲ କହିଛନ୍ତି ଯେ ତାଙ୍କ ପାଖରେ କୌଣସି ଟଙ୍କା ନାହିଁ ଓ ତାଙ୍କର କେହି ବି ବନ୍ଧୁ ନାହାନ୍ତି। ତେଣୁ ଆତ୍ମସମର୍ପଣ ହିଁ ତାଙ୍କ ପାଖରେ ଏକମାତ୍ର ବିକଳ୍ପ।

ଚେକ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟରେ ସୁରକ୍ଷା ଆବେଦନ କରି ନିରାଶ ହେବା ପରେ ତିହାର ଜେଲରେ ରାଜପାଲ ଯାଦବଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିଥିଲା। ରାଜପାଲଙ୍କୁ ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। କିନ୍ତୁ ସେ ନିର୍ଦ୍ଦେଶ ଅନୁସାରେ ଆତ୍ମସମର୍ପଣ କରି ନଥିଲେ। ଏଥିଯୋଗୁ କୋର୍ଟ ତାଙ୍କୁ ଆଉ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ମନା କରି ଦେଇଛନ୍ତି। ସମସ୍ତେ ଆଇନ ଆଗରେ ସମାନ ବୋଲି ହାଇକୋର୍ଟ କହିଥିବାରୁ ରାଜପାଲ ବାଧ୍ୟ ହୋଇ ଫେବୃଆରୀ ୫ରେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। 

Advertisment

ନିଜର ପରିସ୍ଥିତି ସମ୍ପର୍କରେ ରାଜପାଲ ଯାଦବ କହିଛନ୍ତି ଯେ “ସାର, ଆଉ କ’ଣ କରିବି? ମୋ ପାଖରେ ଟଙ୍କା ନାହିଁ। ମୁଁ କେଉଁଠୁ ଋଣ ଟଙ୍କା ଫେରସ୍ତ କରିବି। ମୋ ପାଖରେ ଆଉ କୌଣସି ଉପାୟ ନାହିଁ।” ନିଜର ସହକର୍ମୀ ଓ ସିନେମା ଇଣ୍ଡଷ୍ଟ୍ରୀରୁ ସେ ସହାୟତା ପାଇଁ ଚେଷ୍ଟା କରିଛନ୍ତି ପ୍ରଶ୍ନରେ ରାଜପାଲ ଯାଦବ କହିଛନ୍ତି, “ସାର୍‌, ଏଠି ଆମେ ସମସ୍ତେ ଏକା। ଏଠାରେ କେହି ସାଙ୍ଗ ନୁହନ୍ତି। ମୋର କେହି ସାଙ୍ଗ ନାହାନ୍ତି। ମୋତେ ଏହି ସଙ୍କଟକୁ ନିଜେ ହିଁ ସମାଧାନ କରିବାକୁ ପଡ଼ିବ।” 

ଚେକ ବାଉନ୍ସ ମାମଲା

୨୦୧୮ରେ ରାଜପାଲ ଓ ତାଙ୍କ ପତ୍ନୀ ରାଧା ଯାଦବଙ୍କ ବିରୋଧରେ ୫ କୋଟି ଋଣ ଟଙ୍କା ଫେରସ୍ତ ନ କରିବା ଅଭିଯୋଗରେ ମାମଲା ହୋଇଥିଲା। ଦିଲ୍ଲୀ ଭିତ୍ତିକ ଜଣେ ବ୍ୟବସାୟୀଙ୍କ ଠାରୁ ୨୦୧୦ରେ ସେମାନେ ଏହି ଟଙ୍କା ଆଣିଥିଲେ। ୨୦୧୦ରେ ଆତା ପତା ଲାପତା ସିନେମାର ନିର୍ଦ୍ଦେଶନା ଦେବାକୁ ଏହି ଟଙ୍କା ସେ ଆଣିଥିଲେ। ୨୦୧୨ରେ ଫିଲ୍ମ ରିଲିଜ ହୋଇଥିଲେ ହେଁ ସୁପର ଫ୍ଲପ ହୋଇଥିଲା। ରାଜପାଲ ଯାଦବ ମଧ୍ୟ ଋଣ ଟଙ୍କା ପୈଠ କରିପାରି ନଥିଲେ। ବର୍ତ୍ତମାନ ସୁଦ୍ଧା ସୁଧମୂଳକୁ ମିଶାଇ ୯ କୋଟିରୁ ଅଧିକ ଟଙ୍କା ରାଜପାଲଙ୍କ ଉପରେ ବାକି ରହିଛି। 

ଏଥିପାଇଁ ପ୍ରଥମେ ତଳ କୋର୍ଟ ତାଙ୍କୁ ୬ ମାସର ଜେଲଦଣ୍ଡ ଦେଇଥିଲେ। ହେଲେ ଏହାକୁ ସେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୁଣାଣି ବେଳେ ତାଙ୍କୁ ଏକଦା ୧୦ ଦିନ ପାଇଁ ନ୍ୟାୟିକ ହେପାଜତକୁ ଯିବାକୁ ପଡ଼ିଥିଲା। ଫେବୃଆରୀ ୫ରେ ସେ କୋର୍ଟରେ ହାଜର ହୋଇ ୨୫ ଲକ୍ଷ ଟଙ୍କା ଦେବାକୁ ରାଜି ଥିବା କହିଥିଲେ। କିନ୍ତୁ କୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରିବା ସହ ତତ୍କାଳ ଆତ୍ମସମର୍ପଣ କରିବାକୁ କହିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜପାଲ ଜେଲରେ ଆତ୍ମସମର୍ପଣ କରି ୬ ମାସ ଜେଲଦଣ୍ଡ କାଟୁଛନ୍ତି।

ଏହାପୂର୍ବରୁ କୋର୍ଟ ତାଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଋଣ ଟଙ୍କା ପରିଶୋଧ କରିବାକୁ କହିଥିଲେ। କିନ୍ତୁ ସେ ଟଙ୍କା ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି। 
ତେଣୁ କୋର୍ଟ ତାଙ୍କୁ ତୁରନ୍ତ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କହିଥିଲେ। 

ଏହି ଖବର ପ୍ରଚାର ହେବା ପରେ ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜ ପ୍ରତାପ ଅଭିନେତା ରାଜପାଲଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେ ୧୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିଥିବା ଏକ୍ସରେ ସୂଚନା ଦେଇଛନ୍ତି।

ସେହିପରି ଅଭିନେତା ସୋନୁ ସୁଦ ମଧ୍ୟ ସିନେମା ଇଣ୍ଡଷ୍ଟ୍ରୀର ସମସ୍ତ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ରାଜପାଲଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। 

Tihar Jail