Advertisment

ୟାମୀ ହେବେ ମମ୍ମି, ଦେଲେ ଗୁଡ୍‌ ନ୍ୟୁଜ୍‌

ଫଲ୍ମ 'ଆର୍ଟିକଲ-୩୭୦'ର ଟ୍ରେଲର ଲଞ୍ଚ ବେଳେ ଏହି ଗୁଡ୍‌ ନ୍ୟୁଜ୍‌ ଦେଲେ ୟାମୀ।

author-image
Madhupriya Mistry
ଅଦ୍ୟତନ ହୋଇଛି
Yami Goutam and Aditya Dhar

Yami Goutam and Aditya Dhar

ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ୟାମୀ ଗୌତମ। ତାଙ୍କ ଘରକୁ ଆସିବେ କୁନି ସଦସ୍ୟ। ବିବାହର ତିନି ବର୍ଷ ପରେ ସେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଅପ୍‌କମିଂ ଫିଲ୍ମ 'ଆର୍ଟିକଲ-୩୭୦'ର ଟ୍ରେଲର ଲଞ୍ଚ ବେଳେ ନିର୍ଦ୍ଦେଶକ ଆଦିତ୍ୟ ଧର୍‌ ଓ ୟାମୀ ମିଶି ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି।

Advertisment

ନିଜ ପ୍ରେଗ୍ନେସିକୁ ନେଇ ୟାମୀ ବେଶ୍‌ ଉତ୍ସାହିତ ଥିବା ସହ ଖୁସି ମଧ୍ୟ ଅଛନ୍ତି। ସେ ସାଢ଼େ ୫ ମାସର ଗର୍ଭବତୀ ଥିବା ଆଦିତ୍ୟ ଧର କହିଛନ୍ତି। କେବଳ ସେତିକି ନୁହେଁ ଗର୍ଭବତୀ ଥିବା ସମୟରେ କିଭଳି ସେ ଫିଲ୍ମ ସୁଟିଂ କରୁଥିଲେ ସେ ନେଇ ମଧ୍ୟ ଟ୍ରେଲର ଲଞ୍ଚ ଇଭେଣ୍ଟରେ ବଖାଣିଛନ୍ତି ୟାମୀ।

ରିପୋର୍ଟ ମୁତାବକ, ଆସନ୍ତା ମେ' ମାସରେ ୟାମୀ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ୟାମୀ ଗର୍ଭବତୀ ଥିବା ଖବରକୁ ବେଶ୍‌ ପ୍ରାଇଭେଟ ରଖିଥିଲେ। ଏପରିକି ସେ ନିଜ ପରିବାରକୁ ମଧ୍ୟ ଏହି ଖୁସି ଖବର ଜଣାଇନଥିଲେ। ଏବେ କିନ୍ତୁ ଫିଲ୍ମର ଟ୍ରେଲର୍‌ ଲଞ୍ଚ ଇଭେଣ୍ଟରେ ସେ ନିଜ ଫ୍ୟାନ୍‌ମାନଙ୍କୁ ସରପ୍ରାଇଜ ଦେବା ସହ ସମସ୍ତଙ୍କୁ ଗୁଡ୍‌ ନ୍ୟୁଜ ବିଷୟରେ ଜଣାଇ ଚକିତ କରି ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ୟାମୀ ଓ ଆଦିତ୍ୟଙ୍କ ପ୍ରଥମ ଦେଖାସାକ୍ଷାତ ଫିଲ୍ମ 'ଉରି'ର ସେଟ୍‌ରେ ହୋଇଥିଲା। ଫିଲ୍ମ ସେଟ୍‌ରେ ହିଁ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତ ବଢ଼ିଥିଲା ଓ ପରେ ଏହି ସମ୍ପର୍କ ପ୍ରେମରେ ବଦଳି ଯାଇଥିଲା। ପରସ୍ପରକୁ ୨ ଧରି ଡେଟିଂ କରିବା ପରେ ଉଭୟ ୪ ଜୁନ୍‌ ୨୦୨୧ରେ ବିବାହ କରିଥିଲେ। ଆଦିତ୍ୟ ପେସାରେ ଜଣେ ଲେଖକ ଓ ନିର୍ଦ୍ଦେଶକ।

Bollywood News Yami Gautam Aditya Dhar