Advertisment

ମା' ହେଲେ ୟାମୀ ଗୌତମ

୨୦୨୧ ଜୁନ୍‌ ୪ ତାରିଖରେ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ ୟାମୀ।

Yami Gautam

Yami Gautam

Advertisment

ମା' ବଲିଉଡ ଅଭିନେତ୍ରୀ ୟାମୀ ଗୌତମ। ତାଙ୍କ ଘରକୁ ଆସିଲେ ନୂଆ ଅତିଥି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ଆଦିତ୍ୟ ଧର ସୋଶାଲ ମିଡିଆରେ ଏହି ଗୁଡ୍ ନ୍ୟୁଜ୍‌ ସେୟାର କରିଛନ୍ତି।

Advertisment

ସୂଚନା ମୁତାବକ, ୟାମୀ ପବିତ୍ର ଅକ୍ଷୟ ତୃତୀୟ ଅବସରରେ ନିଜ ପୁଅକୁ ଜନ୍ମ ଦେଇଛନ୍ତି। ଅର୍ଥାତ୍‌ ମେ' ୧୦ ତାଙ୍କ ପୁଅ ଜନ୍ମ ହୋଇଛି। କେବଳ ସେତିକି ନୁହେଁ ସେ ତାଙ୍କ ପୁଅର ନାଁ ମଧ୍ୟ ରିଭିଲ୍‌ କରିଛନ୍ତି।

ୟାମୀ ଓ ଆଦିତ୍ୟ ନିଜ ପୁଅର ନାଁ 'ବେଦାଭିଦ୍‌' ରଖିଛନ୍ତି। ଏହା ଏକ ସଂସ୍କୃତ ନାମ। ବେଦ ଓ ଭିଦ୍‌କୁ ମିଶାଇ ପୁଅର ନାଁ ରଖିଛନ୍ତି ଏହି ବଲିଉଡ ଷ୍ଟାର୍‌। ଏହା ଭଗବାନ ବିଷ୍ଣୁଙ୍କ ମଧ୍ୟ ଗୋଟିଏ ନାଁ। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ୟାମୀ ଓ ଆଦିତ୍ୟଙ୍କୁ ପୂରା ବି-ଟାଉନ୍‌ ଶୁଭେଚ୍ଛା ଜଣାଇଛି। ଅନେକ ଫ୍ୟାନ୍ସମାନଙ୍କ ତରଫରୁ ମଧ୍ୟ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

କହିରଖୁ ଯେ, ୨୦୨୧ ଜୁନ୍‌ ୪ ତାରିଖରେ ୟାମୀ ଗୌତମ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ତେବେ ବିବାହର ତିନି ବର୍ଷ ପରେ ଉଭୟ ବାପା-ମା' ହୋଇଛନ୍ତି। ୟାମୀଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଆର୍ଟିକେଲ ୩୭୦' ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମକୁ ଭଲ ରେସ୍‌ପନ୍ସ ମଧ୍ୟ ମିଳିଥିଲା।

Yami Gautam Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe