Advertisment

ଜେଲ୍‌ ଗଲେ ଏଲଭିଶ ଯାଦବ

ଏଲଭିଶଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।

ଅଦ୍ୟତନ ହୋଇଛି
Elvish Yadav Arrset

Elvish Yadav Arrset

Advertisment

ଜେଲ୍‌ ଗଲେ ବିଗ୍‌ ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବ। ସାପ ବିଷ ଚାଲାଣ ମାମଲାରେ ଗିରଫ ହୋଇଥିବା ଏଲଭିଶଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ।

Advertisment

ଆଜି ନୋଏଡା ପୁଲିସ ରେଭ୍‌ ପାର୍ଟିରେ ସାପ ବିଷ ସପ୍ଲାଏ ମାମଲାରେ ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରଥମେ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ଏହାପରେ ତାଙ୍କ ବିରୋଧରେ ପ୍ରର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରି ସୁରଜପୁର କୋର୍ଟରେ ହାଜର କରାଯାଇଥିଲା। ଏଠାରେ କୋର୍ଟ ଏଲଭିଶଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଏହି ୟୁଟ୍ୟୁବରଙ୍କ ଗିରଫଦାରୀ ପରେ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପୁଲିସ ଟିମ୍‌ ସହ ହସୁଥିବା ନଜର ଆସିଛନ୍ତି। ଏଲଭିଶ ଯାଦବଙ୍କ ଆଗକୁ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି। ଏନ୍‌ଡିପିସି ଆକ୍ଟ ଅଧିନରେ ତାଙ୍କୁ ୧୦ ବର୍ଷ ଯାଏଁ ଜେଲ୍‌ ହୋଇପାରେ।

Advertisment

ଗତ ବର୍ଷ ସାପ ବିଷ ମାମଲାର ଖୁଲାସା ପରେ ନୋଏଡା ପୁଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାହୁଲ, ଟିଟୁନାଥ, ଜୟ କରଣ, ନାରାୟଣ ଏବଂ ରବିନାଥ। ବିଜେପି ନେତା ମନେକା ଗାନ୍ଧୀଙ୍କ ପଶୁ କଲ୍ୟାଣ ସଂଗଠନ 'ପିଏଫ'ର ଉଦ୍ୟମରେ ଏହି ପାଞ୍ଚଜଣଙ୍କୁ ଗିରଫ କରାଯାଇଥିଲା।

ଏହା ପରେ ରାହୁଲ ଏଲଭିଶଙ୍କ କାରନାମା ବିଷୟରେ ପ୍ରକାଶ କରିଥିଲେ। ସେତେବେଳେ ପୁଲିସ ୟୁଟ୍ୟୁବରକୁ ଅନେକ ଥର ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ କୌ ଣସି ଗିରଫଦାରୀ ହୋଇପାରି ନଥିଲା।

ଏଲଭିଶ ଯାଦବ ରେବ୍ ପାର୍ଟି ପାଇଁ ସାପର ବିଷ ସପ୍ଲାଏ କରୁଥିଲେ ଏବଂ ତାଙ୍କ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ରହିଛି। 

Bigg Boss OTT Winner Snake Venom Elvish Yadav Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe