Advertisment

ଯୁବରାଜ କହିଲେ, ସଞ୍ଜୟ ଆପଣ ଜଣେ ଫାଇଟର୍‌

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଷ୍ଟେଜ୍‌-୩ ଫୁସଫୁସ୍‌ କ୍ୟାନସର। ସଞ୍ଜୟ ଦତ୍ତ ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଫ୍ୟାନ୍ସ ଫଲୋୟର୍ସ ତାଙ୍କର ଆଶୁଆରୋଗ୍ୟ କାମନା କରିବାରେ ଲାଗିଛନ୍ତି। ଆଜି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ମଧ୍ୟ ସୋଶାଲ ମିଡିଆରେ ସଞ୍ଜୟ ଦତ୍ତଙ୍କୁ ଏକ ପ୍ରେରଣାଦାୟକ ମେସେଜ୍‌ ଲେଖି ଭାବବିହ୍ୱଳ ହୋଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ସଞ୍ଜୟ ଦତ୍ତ ଆପଣ ଜଣେ ଫାଇଟର୍ […]

author-image
Puspanjali Panda
ଯୁବରାଜ କହିଲେ, ସଞ୍ଜୟ ଆପଣ ଜଣେ ଫାଇଟର୍‌

yuvraj55

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଷ୍ଟେଜ୍‌-୩ ଫୁସଫୁସ୍‌ କ୍ୟାନସର। ସଞ୍ଜୟ ଦତ୍ତ ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଫ୍ୟାନ୍ସ ଫଲୋୟର୍ସ ତାଙ୍କର ଆଶୁଆରୋଗ୍ୟ କାମନା କରିବାରେ ଲାଗିଛନ୍ତି।

Advertisment

ଆଜି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ମଧ୍ୟ ସୋଶାଲ ମିଡିଆରେ ସଞ୍ଜୟ ଦତ୍ତଙ୍କୁ ଏକ ପ୍ରେରଣାଦାୟକ ମେସେଜ୍‌ ଲେଖି ଭାବବିହ୍ୱଳ ହୋଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ସଞ୍ଜୟ ଦତ୍ତ ଆପଣ ଜଣେ ଫାଇଟର୍ ଥିଲେ ଏବଂ ସବୁଦିନ ପାଇଁ ରହିବେ। ମୁଁ ଜାଣିଛି କ୍ୟାନସର ହେଲେ କେତେ ଯନ୍ତ୍ରଣା ହୋଇଥାଏ। ମୁଁ ଏହା ମଧ୍ୟ ଜାଣିଛି ଯେ ଆପଣ ବହୁତ ମଜବୁତ୍‌, ଏହି କଠିନ ସମୟ ସହିତ ଲଢ଼େଇ କରି ନିଶ୍ଚୟ ଜିତି ପାରିବେ। ଆପଣ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଭଗବାନଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି।’

Advertisment

୨୦୧୧ରେ ଯୁବରାଜ ସିଂହ ମଧ୍ୟ ସଞ୍ଜୟ ଦତ୍ତଙ୍କ ପରି ଫୁସଫୁସ କ୍ୟାନସରରେ ପୀଡ଼ିତ ହୋଇଥିଲେ ଏବଂ ସୁସ୍ଥ ହୋଇ ପୁଣିଥରେ କ୍ରିକେଟ ମଇଦାନକୁ ଫେରିଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୮ ତାରିଖରେ ସଞ୍ଜୟ ଦତ୍ତଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତେଣୁ ତାଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯିବା ପରେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାପରେ ଅଗଷ୍ଟ ୧୧ ତାରିଖରେ ଫୁସଫୁସ କ୍ୟାନସର ହୋଇଥିବା ନେଇ ସଞ୍ଜୟ ଦତ୍ତ ସୋଶାଲ ମିଡିଆରେ ସୂଚନା ଦେଇଥିଲେ।