Advertisment

ଖୁବ୍ ଶୀଘ୍ର ଆସିବ 'ଯବାନ'ର ଫାର୍ଷ୍ଟ୍ ସଙ୍ଗ୍, ଖର୍ଚ୍ଚ ହେବ 15 କୋଟି

ଖୁବ୍ ଶୀଘ୍ର ଆସିବାକୁ ଯାଉଛି 'ଯବାନ'ର ଫାଷ୍ଟ ସଙ୍ଗ୍। ଗୋଟିଏ ଗୀତରେ ଠୁମକା ଲଗାଇବେ ଏକ ହଜାରରୁ ଅଧିକ ନୃତ୍ୟଶୀଳ୍ପ।

Jawan First Song Shoot

Jawan First Song Shoot

Advertisment

ପରଦାକୁ ଆସିବା ପୂର୍ବରୁ ହଇଚଇ ମଚେଇଛି 'ଯବାନ'। ସିନେମାର ରିଭ୍ୟୁ ଭିଡିଓକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ। ଶାହରୁଖ ଖାନଙ୍କ ଲୁକ୍ ଏବଂ ଫିଲ୍ମର ଷ୍ଟୋରୀକୁ ସସ୍ପେନ୍ସ ରହିଛି। ଏହାରି ମଧ୍ୟରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ସିନେମାର ପ୍ରଥମ ଗୀତ 'ଜିନ୍ଦା ବୃନ୍ଦା'। ନୂଆ ରେକର୍ଡ କରିବାକୁ ଯାଉଛି ଚଳଚ୍ଚିତ୍ରର ଫାର୍ଷ୍ଟ୍ ସଙ୍ଗ୍।

Advertisment
Jawan shot with 1000+ girlsହଜାରେରୁ ଅଧିକ ନୃତ୍ୟଶିଳ୍ପୀଙ୍କୁ ନେଇ ସୁଟ୍ ହେବ ଯବାନ

ସିନେମାର ଆକ୍ସନ୍, ଷ୍ଟାଇଲ୍ ଧମାକା ମଚାଇବା ପରେ ଏବେ ସଙ୍ଗର ଡ୍ୟାନ୍ସ ନମ୍ବର ଫ୍ୟାନ୍ସଙ୍କ ମନ କିଣିବ। ସୂଚନାନୁସାରେ, ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଚେନ୍ନାଇରେ ଏହି ସଙ୍ଗ୍ ସୁଟ୍ ହେବ, ଯେଉଁଥିରେ ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋର, ମଦୁରାଇ, ମୁମ୍ବାଇ ସହ ଅନ୍ୟାନ୍ୟ ସହରର 1000ରୁ ଅଧିକ ମହିଳା ନୃତ୍ୟଶିଳ୍ପୀ ସାମିଲ୍ ରହିବେ। 15 କୋଟି ଟଙ୍କାରୁ ଅଧିକ ବ୍ୟୟରେ 'ଜିନ୍ଦା ବୃନ୍ଦା' ସୁଟିଂ କରାଯାଉଛି।

ଅନିରୁଦ୍ଧ ଜିନ୍ଦା ବୃନ୍ଦା'ର ସଂଗୀତ ରଚନା କରିବା ସହ ଟ୍ରାକରେ ନିଜର କଣ୍ଠଦାନ ମଧ୍ୟ ଦେଇଛନ୍ତି। ଶୋବି ଡ୍ୟାନ୍ସ ନଂର କୋରିଓଗ୍ରାଫି କରିଛନ୍ତି। ନିକଟରେ ଆଲବମ୍ 'ବିକ୍ରମ'ର 'ଭାଥୀ କମିଂ', 'ଆରବୀ କୁଥୁ' ଏବଂ ରେକର୍ଡ-ବ୍ରେକିଂରେ ଅନିରୁଦ୍ଧଙ୍କ ସଂଗୀତକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଆଗକୁ 'ଜିନ୍ଦା ବୃନ୍ଦା' ମଧ୍ୟ ରେକର୍ଡ କରିବ ବୋଲି ଆଶା। 

Advertisment
Entertainment Jawan SRK Zinda Banda Song Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe