Advertisment

କରୋନାକୁ ହରାଇ ଘରକୁ ଫେରିଲେ ଜୋୟା

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ କୋଭିଡ୍-୧୯ ଆକ୍ରାନ୍ତ ବଲିଉଡ୍ ଅଭିନେତ୍ରୀ ଜୋୟା ମୋରାନି। କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି। ଏନେଇ ସେ ନିଜ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।   View this post on Instagram   A post shared by Zoa💫 (@zoamorani) on Jan 16, 2020 at 12:40am PST ଜୋୟା ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ସେଲଫି […]

ଅଦ୍ୟତନ ହୋଇଛି
କରୋନାକୁ ହରାଇ ଘରକୁ ଫେରିଲେ ଜୋୟା

Zoa Morani

Advertisment
ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ କୋଭିଡ୍-୧୯ ଆକ୍ରାନ୍ତ ବଲିଉଡ୍ ଅଭିନେତ୍ରୀ ଜୋୟା ମୋରାନି। କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି। ଏନେଇ ସେ ନିଜ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।
Advertisment

ଜୋୟା ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ସେଲଫି ଫଟୋ ଶେଆର କରି ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ଜଣାଇଛନ୍ତି। ଫଟୋରେ ଅଭିନେତ୍ରୀ ଜୋୟା ଏକ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାସହ ସେଲଫିରେ ହସ୍ପିଟାଲର କେତେଜଣ କର୍ମଚାରୀ ମଧ୍ୟ ତାଙ୍କ ସେଲଫିରେ ନଜରକୁ ଆସିଛନ୍ତି। ଏହାକୁ ଶେଆର କରି ଜୋୟା ହସ୍ପିଟାଲକୁ ବିଦାୟ ବୋଲି ମଧ୍ୟ କହିଛନ୍ତି।
Advertisment
ଜୋୟା ସେଲଫି ଶେଆର କରି ଲେଖିଛନ୍ତି, "ଏହି ସ୍ଥାନରୁ ମୋର ଯୋଦ୍ଧାମାନଙ୍କୁ ବିଦାୟ ଦେବାର ସମୟ ଆସିଛି ଏବଂ ମୋର ପ୍ରାର୍ଥନାରେ ସବୁଦିନ ପାଇଁ ମୁଁ ସେମାନଙ୍କୁ ମନେ ପକାଇବି। ବିଦାୟ ଆଇସିୟୁ। ଏବେ ଘରକୁ ଯିବା ସମୟ। "

ସୂଚନାଯୋଗ୍ୟ, ଅଭିନେତ୍ରୀ ଜୋୟା ମୋରାନିଙ୍କ ସହିତ ତାଙ୍କ ଭଉଣୀ ଶଜା ମୋରାନି ଏବଂ ପିତା କରିମ ମୋରାନିଙ୍କ ମଧ୍ୟ ନମୁନା କରୋନା ପଜିଟିଭ୍ ଆସିଛି। ତେବେ ଗତ ଶନିବାର ନାନାବତୀ ହସ୍ପିଟାଲରୁ ଶଜା ମୋରାନି ଡିସଚାର୍ଜ ହୋଇଥିବାବେଳେ ତାଙ୍କ ବାପା କରିମ୍ ଏବେ ସୁଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
କିଛିଦିନ ପୂର୍ବେ ଜୋୟା ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରୁ ଏକ ପୋଷ୍ଟ ଶେଆର କରିଥିଲେ। ସେ କହିଥିଲେ ଯେ, ଡାକ୍ତରଖାନାରେ ଉପସ୍ଥିତ ନର୍ସ ଏବଂ ଡାକ୍ତରମାନେ ବିନା ଭୟରେ ସେମାନଙ୍କର ଯତ୍ନ ନେଉଛନ୍ତି। ସେହିପରି ସ୍ୱାସ୍ଥ୍ୟ କର୍ମୀଙ୍କ ବିଷୟରେ ବର୍ଣ୍ଣନା କରିବାକୁ ତାଙ୍କ ପାଖରେ ଶବ୍ଦ ଅଭାବ ପଡ଼ୁଛି।

ପ୍ରକାଶ ଥାଉ କି, ଜୋୟା ମୋରାନି 'ଅଲୱେଜ କଭି କଭି' ଫିଲ୍ମରୁ ବଲିଉଡ୍ ଜଗତରେ ପ୍ରବେଶ କରିଥିଲେ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe