Advertisment

ରଜନୀକାନ୍ତଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ହତ୍ୟା ଧମକ। ଗୋଟିଏ ଅଜଣା ନମ୍ୱରରୁ ଫୋନ୍‌ ଆସିଥିଲା ଏବଂ ତାଙ୍କ ଗାର୍ଡେନ୍‌ ପାଖ ଘରେ ବମ୍ ଥିବା ଧମକ ମିଳିଥିଲା। ଏହି ଧମକ ମିଳିବା ପରେ ରଜନୀକାନ୍ତ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଅନୁସାରେ ଗତକାଲି ସକାଳ ପ୍ରାୟ ୧୦ଟା  ବେଳେ ଏହି ଫୋନ୍‌ କଲ୍‌ ଆସିଥିଲା। ଏହାପରେ ଚେନ୍ନାଇ ପୁଲିସର ବମ୍ ସ୍କ୍ୱାଡ୍‌ ଟିମ୍‌ ରଜନୀକାନ୍ତଙ୍କ ସମ୍ପୂର୍ଣ୍ଣ ଘରକୁ ଛାନ୍‌ଭିନ୍‌ କରିଥିଲେ। କିନ୍ତୁ ଘରୁ କୌଣସି ବମ୍ […]

ରଜନୀକାନ୍ତଙ୍କୁ ହତ୍ୟା ଧମକ

rajani

Advertisment

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ହତ୍ୟା ଧମକ। ଗୋଟିଏ ଅଜଣା ନମ୍ୱରରୁ ଫୋନ୍‌ ଆସିଥିଲା ଏବଂ ତାଙ୍କ ଗାର୍ଡେନ୍‌ ପାଖ ଘରେ ବମ୍ ଥିବା ଧମକ ମିଳିଥିଲା। ଏହି ଧମକ ମିଳିବା ପରେ ରଜନୀକାନ୍ତ ପୁଲିସକୁ ସୂଚନା ଦେଇଥିଲେ।

Advertisment

ସୂଚନା ଅନୁସାରେ ଗତକାଲି ସକାଳ ପ୍ରାୟ ୧୦ଟା  ବେଳେ ଏହି ଫୋନ୍‌ କଲ୍‌ ଆସିଥିଲା। ଏହାପରେ ଚେନ୍ନାଇ ପୁଲିସର ବମ୍ ସ୍କ୍ୱାଡ୍‌ ଟିମ୍‌ ରଜନୀକାନ୍ତଙ୍କ ସମ୍ପୂର୍ଣ୍ଣ ଘରକୁ ଛାନ୍‌ଭିନ୍‌ କରିଥିଲେ। କିନ୍ତୁ ଘରୁ କୌଣସି ବମ୍ ମିଳିନଥିଲା। ତେବେ ଫୋନ୍‌ କଲ୍‌ କିଏ କରିଥିଲା ଏବଂ କେଉଁଠୁ ଆସିଥିଲା, ତାହା ଜଣାପଡ଼ିନାହିଁ। ପୁଲିସ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, କରୋନା ଭାଇରସ୍‌ ଯୋଗୁ ରଜନୀକାନ୍ତଙ୍କ ପରିବାର ଲୋକ ଘରେ ରହିଥିବାରୁ ପ୍ରଥମେ ପୁଲିସ ଚେକିଂ ପାଇଁ ମନା କରିଥିଲେ। ହେଲେ ପରେ ରାଜି ହୋଇଥିଲା।

Advertisment

ସେଲେବ୍ରିଟିଙ୍କୁ ମିଥ୍ୟା ହତ୍ୟା ଧମକ ମିଳିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ସେଲେବ୍ରିଟିଙ୍କୁ ଏପରି ଧମକ ମିଳିବା ଦେଖିବାକୁ ମିଳିଛି।

ଶେଷଥର ପାଇଁ ରଜନୀକାନ୍ତଙ୍କୁ ‘ଦରବାର’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ନୟନତାରା ଅଭିନୟ କରିଥିଲେ। ଆଗକୁ ରଜନୀକାନ୍ତ ନିର୍ଦ୍ଦେଶକ ସିରୁଥାଇ ସିବାଙ୍କ ଫିଲ୍ମ ‘ଅନ୍ନାଥଟ୍ଟେ’ ରେ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe