kangana
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମିଳିଲା ବଡ ଆଶ୍ୱସ୍ତି। ଦେଶଦ୍ରୋହ ମାମଲା ଅଭିଯୋଗରେ ସୋମବାର ବମ୍ବେ ହାଇକୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆସନ୍ତା ୨୫ ଜାନୁଆରୀ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି।
କଙ୍ଗନା ରଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ବିରୋଧରେ ମୁମ୍ବାଇ ବାନ୍ଦ୍ରା ପୁଲିସ ଷ୍ଟେସନରେ ୧୨୪ଏ, ୨୯୫ଏ ଏବଂ ୧୫୩ଏ ଆକ୍ଟରେ ଦେଶଦ୍ରୋହ ମାମଲା ଦାୟର ହୋଇଥିଲା। ବାନ୍ଦ୍ରା କୋର୍ଟ କାଷ୍ଟିଂ ଡାଇରେକ୍ଟର ସାହିଲ ଅଶରଫଙ୍କ ଅଭିଯୋଗ ପରେ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏଫ୍ଆଇଆର୍ ମୁତାବକ, କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଟୁଇଟ୍ ଜରିଆରେ ଶାନ୍ତିପୂର୍ଣ୍ଣ ପରିବେଶକୁ ଭଙ୍ଗ କରିବା ଏବଂ ମହାରାଷ୍ଟ୍ର ସରକାରଙ୍କ ନାଁକୁ ବଦ୍ନାମ କରିବାକୁ ଚେଷ୍ଟା କରିଥିଲେ। ଏଥିସହ କଙ୍ଗନା ଲଗାତର ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରୁଥିବା କୋର୍ଟରେ ଦାୟର ହୋଇଥିବା ଆବେଦନରେ କୁହାଯାଇଥିଲା। କଙ୍ଗନା ସୋଶାଲ ମିଡିଆ ପ୍ଲାଟଫର୍ମଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ, ସବୁଠି ଇଣ୍ଡଷ୍ଟ୍ରି ବିରୋଧରେ ବିଷ ଓଗାଳୁଥିବା ଅଭିଯୋଗ ହୋଇଥିଲା।
କେବଳ ସେତିକି ନୁହେଁ କଙ୍ଗନା ହିନ୍ଦୁ ଏବଂ ମୁସଲିମ କଳାକାରଙକ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଏଫଆଇଆର୍ରେ କୁହାଯାଇଛି। ସେ ଲଗାତର ଆପତ୍ତିଜନକ ଟୁଇଟ କରି ଧାର୍ମିକ ଭାବନାକୁ ଆଘାତ ଦେବା ସହ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/kangana.jpg)