Advertisment

ଶୁଟିଂ ସେଟ୍‌କୁ ଯାଇପାରିବେ ବରିଷ୍ଠ କଳାକାର

ମୁମ୍ୱାଇ: କରୋନା ଭାଇରସ ଯୋଗୁଁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ୬୫ ବର୍ଷରୁ ଅଧିକ ବୟସ ଥିବା କଳାକାରଙ୍କୁ ଶୁଟିଂ ନକରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ବମ୍ୱେ ହାଇକୋର୍ଟ ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ବରିଷ୍ଠ କଳାକାରମାନେ ଆଉଟଡୋର୍‌ ଓ ଷ୍ଟୁଡିଓରେ ଶୁଟିଂ‌ କରିପାରିବେ। କରୋନା ପାଇଁ ମାର୍ଚ୍ଚ ମାସରୁ ପୂରା ଦେଶରେ ଲକଡାଉନ ହୋଇଥିଲା। ଏହାପରେ ଟିଭି ଓ ଫିଲ୍ମର ଶୁଟିଂ ବନ୍ଦ ହୋଇଥିଲା। ଅନଲକ ୧ରେ ସରକାର ଟିଭି ଶୋ’ର ଶୁଟିଂ […]

ଶୁଟିଂ ସେଟ୍‌କୁ ଯାଇପାରିବେ ବରିଷ୍ଠ କଳାକାର

senior33

Advertisment

ମୁମ୍ୱାଇ: କରୋନା ଭାଇରସ ଯୋଗୁଁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ୬୫ ବର୍ଷରୁ ଅଧିକ ବୟସ ଥିବା କଳାକାରଙ୍କୁ ଶୁଟିଂ ନକରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ବମ୍ୱେ ହାଇକୋର୍ଟ ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ବରିଷ୍ଠ କଳାକାରମାନେ ଆଉଟଡୋର୍‌ ଓ ଷ୍ଟୁଡିଓରେ ଶୁଟିଂ‌ କରିପାରିବେ।

Advertisment

କରୋନା ପାଇଁ ମାର୍ଚ୍ଚ ମାସରୁ ପୂରା ଦେଶରେ ଲକଡାଉନ ହୋଇଥିଲା। ଏହାପରେ ଟିଭି ଓ ଫିଲ୍ମର ଶୁଟିଂ ବନ୍ଦ ହୋଇଥିଲା। ଅନଲକ ୧ରେ ସରକାର ଟିଭି ଶୋ’ର ଶୁଟିଂ ପାଇଁ ଅନୁମତି ଦେଇଥିଲେ। କିନ୍ତୁ କିଛି ନିୟମ ଓ ସୁରକ୍ଷାରେ ଶୁଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିୟମ ଅନୁସାରେ ୬୫ ବର୍ଷ ବୟସରୁ ଅଧିକ ବୟସ ଥିବା କଳାକାର ଶୁଟିଂ କରିପାରିବେ ନାହିଁ। ତାଙ୍କୁ ସେଟ୍‌ ଉପରକୁ ଯିବାକୁ ଦିଆଯିବ ନାହିଁ। ଏହି ନିର୍ଦ୍ଦେଶ ପରେ ମାମଲା ବମ୍ୱେ ହାଇକୋର୍ଟରେ ପହଞ୍ଚିଥିଲା।

ଟିଭି ଅଭିନେତା ପ୍ରମୋଦ ପାଣ୍ଡେ ଏହାକୁ ନେଇ ଏକ ପିଟିସନ୍‌ ଦାଏର କରିଥିଲେ। ସେ ଏଥିରେ ଦାବି କରିଥିଲେ ଯେ ୬୫ ବର୍ଷରୁ ଅଧିକ ବୟସ ଥିବା କଳାକାରଙ୍କୁ ଶୁଟିଂ କରିବା ପାଇଁ ଅନୁମତି ଦିଆଯାଉ। କାରଣ ଏପରି କିଛି କଳାକାର ଅଛନ୍ତି, ଯେଉଁମାନେ ଶୁଟିଂ କଲେ ତାଙ୍କ ପରିବାର ଚଳିଥାଏ।

Advertisment

କେଉଁ ତଥ୍ୟ ଆଧାରରେ ବରିଷ୍ଠ କଳାକାରଙ୍କୁ ଶୁଟିଂ କରିବାକୁ ମନା କରାଯାଉଛି, ଏହାକୁ ନେଇ ବମ୍ୱେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଜବାବ ତଲବ କରିଥିଲେ। ଏବେ ବମ୍ୱେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶକୁ ଖାରଜ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe