Advertisment

ବଡ଼ ପରଦାରେ ବୋନି କପୁର!

ମୁମ୍ବାଇ: ବଡ଼ ପରଦାରେ ନଜର ଆସିବେ ବଲିଉଡର ଫିଲ୍ମ ମେକର ବୋନି କପୁର ।  ପରଦା ପଛରେ ରହୁଥିବା ବୋନି କପୁର ଏବେ ଅଭିନୟ କରିବେ।  ଖୁବଶୀଘ୍ର ସେ ତାଙ୍କ ବଲିଉଡ ଡେବ୍ୟୁ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ ନିକଟରେ ସୂଚନା ମିଳିଛି। ଲଭ ରଞ୍ଜନଙ୍କ ଅପକମିଂ ଫିଲ୍ମରେ ବୋନି କପୁର ନଜର ଆସିବେ। ଏଥିରେ ତାଙ୍କୁ ରଣବୀର କପୁରଙ୍କ ବାପା ଭୂମିକାରେ ଦେଖିବାକୁ ମିଳିବ । ପ୍ରଥମେ ଏହି ଫିଲ୍ମରେ ଅଭିନୟ […]

ବଡ଼ ପରଦାରେ ବୋନି କପୁର!

boney kapoor

Advertisment

ମୁମ୍ବାଇ: ବଡ଼ ପରଦାରେ ନଜର ଆସିବେ ବଲିଉଡର ଫିଲ୍ମ ମେକର ବୋନି କପୁର ।  ପରଦା ପଛରେ ରହୁଥିବା ବୋନି କପୁର ଏବେ ଅଭିନୟ କରିବେ।  ଖୁବଶୀଘ୍ର ସେ ତାଙ୍କ ବଲିଉଡ ଡେବ୍ୟୁ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ ନିକଟରେ ସୂଚନା ମିଳିଛି।

Advertisment

ଲଭ ରଞ୍ଜନଙ୍କ ଅପକମିଂ ଫିଲ୍ମରେ ବୋନି କପୁର ନଜର ଆସିବେ। ଏଥିରେ ତାଙ୍କୁ ରଣବୀର କପୁରଙ୍କ ବାପା ଭୂମିକାରେ ଦେଖିବାକୁ ମିଳିବ । ପ୍ରଥମେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଲଭ ରଞ୍ଜନ ବୋନିଙ୍କୁ ପ୍ରପୋଜାଲ ଦେଇଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ବୋନି । ପରେ ତାଙ୍କ ପୁଅ ତଥା ଅଭିନେତା ଅର୍ଜୁନ କପୁର, ଜାହ୍ନବି ଏବଂ ତ୍ରିଶାଲା ବାପା ବୋନିଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ମନାଇଥିଲେ । ଶେଷରେ ରାଜି ହୋଇଯାଇଥିଲେ ବୋନି କପୁର।

ଏହି ଫିଲ୍ମରେ ବୋନି କପୁରଙ୍କ ଅପୋଜିଟରେ ଡିମ୍ପଲ କପାଡିଆ ନଜର ଆସିବେ । ଦୁହିଁଙ୍କୁ ରଣବୀର କପୁରଙ୍କ ବାପା-ମା' ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ଫିଲ୍ମର ଲିଡ ରୋଲରେ ରଣବୀର କପୁର ଥିବା ବେଳେ ତାଙ୍କ ଲେଡି ଲଭ୍‌ ସାଜିବେ ଅଭିନେତ୍ରୀ ଶ୍ରଦ୍ଧା କପୁର। ଗତ ଶନିବାର ଦିନ ରଣବୀର ଏବଂ ଶ୍ରଦ୍ଧା ଫିଲ୍ମର ଶୁଟିଂ ପାଇଁ ନଏଡାରେ ପହଞ୍ଚିଥିଲେ। ସେପଟେ ବୋନି ମଧ୍ୟ ଶୁଟିଂ ପାଇଁ ହାଇଦ୍ରାବାଦ ଯାଇଥିବା ମଡିଆ ରିପୋର୍ଟରୁ ଜଣାପଡିଛି। ଲଭ ରଞ୍ଜନଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଥିବା ଏହି ଫିଲର କିନ୍ତୁ ଟାଇଟଲ କ'ଣ ରହିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Advertisment
Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe