Advertisment

ଅର୍ଜୁନ ଓ ସଲ୍‌ମାନ୍‌ଙ୍କ ବିଗିଡ଼ିଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବୋନି

ମୁମ୍ବାଇ: ବଲିଉଡ୍‌ ଟାଇଗର ସଲମାନ ଖାଁ ନିଜ ଦରଦୀ ହୃଦୟ ପାଇଁ ଯେତିକି ଜଣାଶୁଣା ନିଜ ରାଗକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି। ଇଣ୍ଡଷ୍ଟ୍ରିରେ ସମସ୍ତେ ସଲମାନଙ୍କ ରାଗକୁ ଭୟ କରନ୍ତି। ତେଣୁ କେହି ବି ତାଙ୍କ ସହ ଅଯଥା ପଙ୍ଗା ନେବାକୁ ଚାହାଁନ୍ତି ନାହିଁ। ଯଦି ସେ କାହା ଉପରେ ବିଗିଡ଼ି ଯାଆନ୍ତି ତେବେ କଥା ସରିଲା। ସେହି ବ୍ୟକ୍ତିଙ୍କୁ ଆଉ ପାଖକୁ ଆସିବାକୁ ଦିଅନ୍ତି ନାହିଁ। ଏବେ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁର […]

ଅର୍ଜୁନ ଓ ସଲ୍‌ମାନ୍‌ଙ୍କ ବିଗିଡ଼ିଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବୋନି

arjun

Advertisment

ମୁମ୍ବାଇ: ବଲିଉଡ୍‌ ଟାଇଗର ସଲମାନ ଖାଁ ନିଜ ଦରଦୀ ହୃଦୟ ପାଇଁ ଯେତିକି ଜଣାଶୁଣା ନିଜ ରାଗକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି। ଇଣ୍ଡଷ୍ଟ୍ରିରେ ସମସ୍ତେ ସଲମାନଙ୍କ ରାଗକୁ ଭୟ କରନ୍ତି। ତେଣୁ କେହି ବି ତାଙ୍କ ସହ ଅଯଥା ପଙ୍ଗା ନେବାକୁ ଚାହାଁନ୍ତି ନାହିଁ। ଯଦି ସେ କାହା ଉପରେ ବିଗିଡ଼ି ଯାଆନ୍ତି ତେବେ କଥା ସରିଲା। ସେହି ବ୍ୟକ୍ତିଙ୍କୁ ଆଉ ପାଖକୁ ଆସିବାକୁ ଦିଅନ୍ତି ନାହିଁ। ଏବେ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁର ଓ ସଲମାନ୍‌ ଖାନ୍‌ଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଛି। ପୂର୍ବରୁ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା।  କିନ୍ତୁ ଦୀର୍ଘଦିନ ହେଲା ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଛି। ଆଉ ଏବେ ଅର୍ଜୁନଙ୍କ ବାପା ବୋନି କପୁର ମଧ୍ୟ ଏହି କଥା ମାନିଛନ୍ତି।

Advertisment

publive-imageସମୟ ଥିଲା ଯେବେ ବୋନି କପୁର  ଓ ସଲ୍‌ମାନ ବେଶ ଭଲ ବନ୍ଧୁ ଥିଲେ। ସେ ସଲ୍‌ମାନଙ୍କ ବହୁତ ଫିଲ୍ମ ପ୍ରଯୋଜନା କରିଛନ୍ତି। କୁହାଯାଏ ଯେ ସଲ୍‌ମାନ୍‌ ବୋନିଙ୍କ ଖରାପ ସମୟରେ ତାଙ୍କ ଫିଲ୍ମରେ ଫ୍ରିରେ ମଧ୍ୟ କାମ କରିଛନ୍ତି। କେବଳ ଏତିକି ନୁହେଁ ଅର୍ଜୁନଙ୍କ ବଲିଉଡରେ ଏଣ୍ଟ୍ରି ପଛରେ ମଧ୍ୟ ସଲ୍‌ମାନଙ୍କ ହାତ ରହିଛି। ହେଲେ ଏବେ ଅର୍ଜୁନ ଓ ସଲ୍‌ମାନଙ୍କ ଝଗଡ଼ା ପାଇଁ ବୋନି କପୁରଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ବିଗିଡ଼ିଯାଇଛି। ତେବେ ବର୍ତ୍ତମାନ ବୋନି ତାଙ୍କ ପୁଅ ଅର୍ଜୁନଙ୍କ ସହ ସଲ୍‌ମାନ୍‌ଙ୍କ ବିଗିଡ଼ିଥିବା ସମ୍ପର୍କ ବିଷୟରେ ଖୋଲି କଥା ହୋଇଛନ୍ତି।

publive-image ଏକ ସାକ୍ଷାତକାରରେ ବୋନି କହିଛନ୍ତି, ‘ଅର୍ଜୁନ ଜଣେ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ, ମୁଁ ମଧ୍ୟ କେବେ ତାଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବାକୁ ଭାବିନଥିଲି। ହେଲେ ସଲ୍‌ମାନ୍‌ ହିଁ ତାଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବାକୁ ମୋତେ କହିଥିଲେ। ସଲ୍‌ମାନ୍‌ କହିଥିଲେ ଯେ ଅର୍ଜୁନ୍‌ଙ୍କୁ ଅଭିନୟରେ କ୍ୟାରିୟର୍‌ କରିବା ଉଚିତ୍। ଜଣେ ଅଭିନେତା ହେବାର ସମସ୍ତ ଗୁଣ ତାଙ୍କ ପାଖରେ ରହିଛି। ସଲ୍‌ମାନ୍‌ ଅର୍ଜୁନ୍‌ଙ୍କୁ ବହୁତ ସାହାଯ୍ୟ କରିଛନ୍ତି, ସେ ହିଁ ତାଙ୍କୁ ଗାଇଡ୍‌ କରିଛନ୍ତି।’ ଆଗକୁ ବୋନି କହିଥିଲେ, ‘ଏହା ଦୁର୍ଭାଗ୍ୟଜନକ ଯେ ସଲ୍‌ମାନ୍‌ ସହ ଏବେ ସମ୍ପର୍କ ଖରାପ ହୋଇଯାଇଛି। ଅର୍ଜୁନଙ୍କୁ ଅଭିନୟ ଦୁନିଆରେ ଆଣିବା ପାଇଁ ସେ ଯେଉଁଭଳି ଭାବେ ପ୍ରୋତ୍ସାହନ ଦେଇଥିଲେ ସେଥିପାଇଁ ମୁଁ ତାଙ୍କ ନିକଟରେ ଚିର ଋଣୀ।’ ଅବଶ୍ୟ ବୋନି ସମ୍ପର୍କ ଖରାପ ହେବାର କାରଣ କ’ଣ, ସେ ବିଷୟରେ କିଛି ବି କହିନାହାଁନ୍ତି।

Advertisment

publive-imageକାହିଁକି ହେଲା ସଂପର୍କ ଖରାପ: ଚର୍ଚ୍ଚା ହୁଏ ଯେ ସଲ୍‌ମାନ୍‌ଙ୍କ ଭାଉଜ ମଲାଇକାଙ୍କ ସହ ଅର୍ଜୁନ୍‌ କପୁରଙ୍କ ଅଫେୟାରକୁ ନେଇ ସଲ୍‌ମାନ୍‌ ରାଗି ଯାଇଥିଲେ।  ସଲ୍‌ମାନ୍‌ ସେମାନଙ୍କ ସଂପର୍କ ବିଷୟରେ ଜାଣିଲା ପରେ ଅର୍ଜୁନ୍‌ଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ରିପୋର୍ଟ ମୁତାବକ୍‌ ଅରବାଜ ଓ ମଲାଇକାଙ୍କ ମଧ୍ୟରେ  ବିବାହ ବିଚ୍ଛେଦର କାରଣ ଅର୍ଜୁନ୍‌ ବୋଲି ସଲମାନ୍‌ ମନେକରନ୍ତି। ଅନ୍ୟପଟେ ଅରବାଜ୍‌ଙ୍କ ସହ ଡିଭୋର୍ସ ହେବା ପରେ ମଲାଇକା ଓ ଅର୍ଜୁନ ନିଜ ସମ୍ପର୍କ ବିଷୟରେ ଘୋଷଣା କରିସାରିଲେଣି। ଏମାନେ ପ୍ରାୟ ସମୟରେ ଏକାଠି ଛୁଟି ବିତେଇବାକୁ ଯାଆନ୍ତି ଓ ଏହାର ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଶେୟାର କରିଥାନ୍ତି। ଚର୍ଚ୍ଚା ହେଉଛି ଯେ ଚଳିତବର୍ଷ ଶେଷ ଆଡ଼କୁ ଏମାନେ ବାହା ହୋଇପାରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe