Advertisment

ବୋନି କପୁରଙ୍କ ଘରେ ପହଞ୍ଚିଲାଣି କରୋନା

ମୁମ୍ବାଇ: ସାରା ଦୁନିଆକୁ ହନ୍ତସନ୍ତ କରୁଛି ନୋଭେଲ କରୋନା ଭୂତାଣୁ। ଭାରତକୁ ବି ଏହାର ଦାଉରୁ ମୁକ୍ତି ମିଳିନାହିଁ। ଗତ ଦୁଇ ମାସ ହେଲା ଦେଶରେ ଲକଡାଉନ ଚାଲିଥିବା ବେଳେ ବଲିଉଡକୁ ବି ଏଥିରୁ ନିସ୍ତାର ମିଳିଲା ନାହିଁ। ବଲିଉଡର ଅନେକ ତାରକା କରୋନା ସଂକ୍ରମିତ ହେବା ପରେ ଏବେ ଜଣାଶୁଣା ଫିଲ୍ମ ନିର୍ମାତା ବୋନି କପୁରଙ୍କ ଘରେ ପହଞ୍ଚିଲାଣି ଏହି ମହାମାରୀ ଭୂତାଣୁ। ବଲିଉଡର ନାମୀଦାମୀ ଫିଲ୍ମ ନିର୍ମାତା ବୋନୀ କପୁରଙ୍କ ଲୋଖଣ୍ଡଓ୍ୱାଲାସ୍ଥିତ ଘରେ କାମ […]

ବୋନି କପୁରଙ୍କ ଘରେ ପହଞ୍ଚିଲାଣି କରୋନା

bony-kapoor

Advertisment

ମୁମ୍ବାଇ: ସାରା ଦୁନିଆକୁ ହନ୍ତସନ୍ତ କରୁଛି ନୋଭେଲ କରୋନା ଭୂତାଣୁ। ଭାରତକୁ ବି ଏହାର ଦାଉରୁ ମୁକ୍ତି ମିଳିନାହିଁ। ଗତ ଦୁଇ ମାସ ହେଲା ଦେଶରେ ଲକଡାଉନ ଚାଲିଥିବା ବେଳେ ବଲିଉଡକୁ ବି ଏଥିରୁ ନିସ୍ତାର ମିଳିଲା ନାହିଁ। ବଲିଉଡର ଅନେକ ତାରକା କରୋନା ସଂକ୍ରମିତ ହେବା ପରେ ଏବେ ଜଣାଶୁଣା ଫିଲ୍ମ ନିର୍ମାତା ବୋନି କପୁରଙ୍କ ଘରେ ପହଞ୍ଚିଲାଣି ଏହି ମହାମାରୀ ଭୂତାଣୁ।

Advertisment

ବଲିଉଡର ନାମୀଦାମୀ ଫିଲ୍ମ ନିର୍ମାତା ବୋନୀ କପୁରଙ୍କ ଲୋଖଣ୍ଡଓ୍ୱାଲାସ୍ଥିତ ଘରେ କାମ କରୁଥିବା ସହାୟକଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଘରୋଇ ସହାୟକଙ୍କ ବୟସ 23 ବର୍ଷ ହୋଇଥିବା ବେଳେ ତାଙ୍କ ନାମ ହେଉଛି ଚରଣ ସାହୁ। ସେ ଗତ ଶନିବାରଠାରୁ ଅସୁସ୍ଥ ଥିଲେ। ଏଣୁ ବୋନି ତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ପଠାଇବା ସହ ଏକାନ୍ତବାସରେ ରଖିଥିଲେ।

ତେବେ ନମୁନା କରୋନା ପଜିଟିଭ ଆସିବା ପରେ ସୋସାଇଟିର କର୍ମକର୍ତ୍ତା ଓ ବିଏମସି ଅଧିକାରୀଙ୍କୁ ବୋନି ଏ ନେଇ ସୂଚନା ଦେଇଥିଲେ। ସୂଚନା ପାଇ ବିଏମସି ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ ଏବଂ ସାହୁଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନେଇଯାଇଥିଲେ।

Advertisment

ଏନେଇ ବୋନି କହିଛନ୍ତି ଯେ, ସେ, ତାଙ୍କ ପିଲାମାନେ ଏବଂ ଅନ୍ୟ ଷ୍ଟାଫ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେମାନଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ଲକଡାଉନ ଜାରି ହେବା ପରଠାରୁ ପରିବାରର କୌଣସି ସଦସ୍ୟ ଘରୁ ବାହାରକୁ ଯାଇ ନାହାନ୍ତି। ଏହାସହ ଚରଣ ସାହୁ ଶୀଘ୍ର ସୁଦ୍ଧ ହୋଇ ଫେରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସୂଚନା ଥାଉ କି, ସର୍ବ ପ୍ରଥମେ ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ସଂକ୍ରମିତ ହୋଇଥିଲେ। ସେ ଲଣ୍ଡନରୁ ଫେରିବା ପରେ ଲକ୍ଷ୍ନୌ ଯାଇଥିଲେ। ତାଙ୍କପରେ ପ୍ରଯୋଜକ କରୀମ ମୋରାନୀ ଏବଂ ତାଙ୍କ ଦୁଇ ଝିଅ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲେ। ନିକଟରେ ଅଭିନେତା ଫ୍ରେଡି ଦାରୁଓ୍ୱାଲାଙ୍କ ବାପା ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe