/odisha-reporter/media/post_attachments/uploadimage/library/16_9/16_9_0/Boss_1709380326.jpg)
Boss
ଦୀର୍ଘ ଦିନର ନିରବତା ପରେ ବଡ଼ ପରଦାକୁ ଆସୁଛି ବର୍ଷା ପ୍ରିୟଦର୍ଶିନୀଙ୍କ ‘ବସ୍’। ଏହି ଫିଲ୍ମରେ ଦମ୍ଦାର ରୁଲ୍ରେ ଆସୁଛନ୍ତି ବର୍ଷା। ପୂରା ଭିନ୍ନ ଗେଟ୍ଅପ ନଜର ଆସୁଛନ୍ତି। ହେଲେ ଫିଲ୍ମରେ ନିଜର ଚରିତ୍ର ସମ୍ପର୍କରେ ମୁହଁ ଖୋଲିନାହାନ୍ତି। ଟ୍ରେଲ୍ର ଦେଖିଲେ ଲାଗୁଛି, ବର୍ଷା ସୁପର ବସ୍ ହୋଇଛନ୍ତି। ଆଉ କଥା କଥାରେ ଆକ୍ସନ୍ କରୁଛନ୍ତି। ଆସନ୍ତା ୭ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ବର୍ତ୍ତମାନ ଫିଲ୍ମ ପ୍ରମୋସନ୍ରେ ଲାଗି ପଡ଼ିଛନ୍ତି ବର୍ଷା ଓ ତାଙ୍କ ପୂରା ଟିମ୍।
ନୂଆ ଓଡ଼ିଆ ଫିଲ୍ମ ‘ବସ୍’ରେ ବର୍ଷା ମୁଖ୍ୟ ଚରିତ୍ରରେ ଅଛନ୍ତି। ଏଥିସହ ଫିଲ୍ମର କାହାଣୀ, ସ୍କ୍ରିନ୍ପ୍ଲେ ଓ କ୍ରିଏଟିଭ୍ ହେଡ୍ ଭୂମିକା ଗ୍ରହଣ କରିଛନ୍ତି। ଆର୍ଆର୍ ଇଭେଣ୍ଟ ଆଣ୍ଡ ସିନେପ୍ରଡକ୍ସନ୍ ବ୍ୟାନ୍ରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ। ଆଉ ପ୍ରଯୋଜନା କରିଛନ୍ତି ରମେଶ ବାରିକ। ଡାଇଲ୍ଗ ଲେଖିଛନ୍ତି ବିଜୟ ମଲ୍ଲ ଓ ମ୍ୟୁଜିକ୍ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।
ଫିଲ୍ମକୁ ନେଇ ବର୍ଷା କହିଛନ୍ତି, ଫିଲ୍ମରେ ଭିନ୍ନ ଏକ ଚିରିତ୍ରରେ ମୁଁ ଆସୁଛି। ଏହି ଚରିତ୍ର ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। ଆଜିର ସମାଜରେ ଘଟୁଥିବା ଘଟଣାବଳୀକୁ ଭିନ୍ନ ରୂପରେ ଫିଲ୍ମରେ ଦେଖିବାକୁ ମିଳିବ। ଯାହା ସମସ୍ତଙ୍କୁ ନିଶ୍ଚିତ ଭଲ ଲାଗିବ। ଆଉ ସେହି ଫିଲ୍ମୀରୁ ଲୋକଙ୍କୁ ବହୁ କିଛି ଶିଖିବାକୁ ମିଳିବ। ମାର୍ଚ୍ଚ ୭ ତାରିଖରେ ‘ବସ୍’ ରିଲିଜ ହେଉଛି ବୋଲି ବର୍ଷା କହିଛନ୍ତି।
BOSS odia movie trailer Releasing soon. pic.twitter.com/xTkmFjCck2
— VARSHA PRIYADARSHINI (@VarshaPriyadar3) February 27, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
