Advertisment

ବକ୍ସ ଅଫିସକୁ ଆସିଲା ’ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’

ଭୁବନେଶ୍ୱର:ରିଲିଜ ହୋଇଛି ରୋମାଣ୍ଟିକ କମେଡି ଫିଲ୍ମ ’ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’। ଏହି ଫିଲ୍ମରେ ଦେଖିବାକୁ ମିଳିଛି  କଙ୍ଗନାଙ୍କ ରାଜ। ପ୍ରଥମ ଥର ଡବଲ ରୋଲରେ କମାଲ କରିଛନ୍ତି ହିମାଚଳର ଏହି ନାୟିକା।ଏହିଭଳି ଏକ  ରୋମାଣ୍ଟିକ କମେଡି ଫିଲ୍ମରେ ଦେଖିବାକୁ ମିଳିଛି ତାଙ୍କର ଦମଦାର ଅଭିନୟ। ତାଙ୍କ ଅପୋଜିଟରେ ଆର.ମାଧବନ୍, ଥିଲାବେଳେ ଏହାକୁ ନିଦ୍ଦେର୍ଶନା ଦେଇଛନ୍ତି ଆନନ୍ଦଏଲ.ରାୟ।ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଜିମ୍ମି ସେରଗିଲ୍,ଇଜାଜଖାନ୍,ଦୀପକ ଦୋବ୍ରିୟାଲ,ଧାନୁଶ। ୨୦୧୧ରେ ଚହଳ ସୃଷ୍ଟି କରିଥିବା ତନୁ ୱେଡ୍ସ ମନୁର ସିକ୍ୟୁଏଲ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବକ୍ସ ଅଫିସକୁ ଆସିଲା ’ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’

tanu-weds-manu-returns-trailer

ଭୁବନେଶ୍ୱର:ରିଲିଜ ହୋଇଛି ରୋମାଣ୍ଟିକ କମେଡି ଫିଲ୍ମ ’ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’। ଏହି ଫିଲ୍ମରେ ଦେଖିବାକୁ ମିଳିଛି  କଙ୍ଗନାଙ୍କ ରାଜ। ପ୍ରଥମ ଥର ଡବଲ ରୋଲରେ କମାଲ କରିଛନ୍ତି ହିମାଚଳର ଏହି ନାୟିକା।ଏହିଭଳି ଏକ  ରୋମାଣ୍ଟିକ କମେଡି ଫିଲ୍ମରେ ଦେଖିବାକୁ ମିଳିଛି ତାଙ୍କର ଦମଦାର ଅଭିନୟ। ତାଙ୍କ ଅପୋଜିଟରେ ଆର.ମାଧବନ୍, ଥିଲାବେଳେ ଏହାକୁ ନିଦ୍ଦେର୍ଶନା ଦେଇଛନ୍ତି ଆନନ୍ଦଏଲ.ରାୟ।ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଜିମ୍ମି ସେରଗିଲ୍,ଇଜାଜଖାନ୍,ଦୀପକ ଦୋବ୍ରିୟାଲ,ଧାନୁଶ। ୨୦୧୧ରେ ଚହଳ ସୃଷ୍ଟି କରିଥିବା ତନୁ ୱେଡ୍ସ ମନୁର ସିକ୍ୟୁଏଲ ହେଉଛି ଏହି ଚଳଚ୍ଚିତ୍ର।

Advertisment

ଏହି ଫିଲ୍ମର ନୂଆ ଧରଣର ଗୀତ  ବେଶ ଚହଳ ସୃଷ୍ଟି କରିଛି ବଲିଉଡରେ। ବନୋ ସଙ୍ଗଟିରେ  ବ୍ରିଜେସ୍ ସିଣ୍ଡିଲ୍ୟ ଏବଂ ସ୍ୱାତି ଶର୍ମାଙ୍କ ଗାଇକି ସହିତ କଙ୍ଗନାଙ୍କ ଠୁମକା ଦର୍ଶକଙ୍କୁ ଦେଇଛି ଏଣ୍ଟରଟେନମେଣ୍ଟର ନୂଆ ତଡକା। ସ୍ପୋର୍ଟସ ଲୁକରେ ଆସିଥିବା ଏହି ଗ୍ଲାମର ମଡେଲ ତାଙ୍କ ଆକଟିଙ୍ଗ ବଳରେ ବଲିଉଡରେ ସୃଷ୍ଟି କରିଛନ୍ତି ହଲଚଲ।"ମୁଭ ଅନ୍"  ସଙ୍ଗରେ ସୁନିଧୀ ଚୌହାନ ନିଜ ଭଏସକୁ ନେଇ କରିଛନ୍ତି ନୂଆ ଧରଣର ଏକ୍ସପେରିମେଣ୍ଟ। ଡିଫରେଣ୍ଟ ସେଡ୍ସରେ ଦେଖିବାକୁ ମିଳିଛି ଗ୍ଲାମର କୁଇନ କଙ୍ଗନାଙ୍କୁ। ଲୁକ୍ ୱାଇଜ୍ ତାଙ୍କ ଚରିତ୍ରରେ ହେଇଛି ଅନେକ ପରୀକ୍ଷା ନିରୀକ୍ଷା।ଦେଶୀ ଏବଂ  ବିଦେଶୀ ଅବତାରକୁ ସୁନ୍ଦର ଭାବରେ ପୋଟ୍ରେ କରିଛନ୍ତି ଏହି ଟ୍ୟାଲେଣ୍ଟେଡ ଆକ୍ଟ୍ରେସ। ଅଙ୍କିତ ତିୱାରୀଙ୍କ କଣ୍ଠରେ 'ମତ୍ ଜାରେ' ଗୀତଟି ବହୁତ ଟଚ୍ଚି ହୋଇଥିବା ବେଳେ ମନୁ ଶର୍ମା କ୍ୟାରେକ୍ଟରରେ ଥିବା ମାଧବନ ଏବେ ଅଛନ୍ତି ଦୋଛକିରେ । ତନୁଙ୍କ ଠାରୁ ଡିଭୋର୍ସ ହେବା ପରେ ମନୁ ଶର୍ମା ବିବାହ କରୁଛନ୍ତି ହରିୟାଣୀ ଆଥଲେଟ କୁସୁମଙ୍କୁ।  ହେଲେ ଏକ୍ସ ୱାଇଫ ତନୁଙ୍କ ଗୋଟେ ଜିଦ ସେ ଏହି ବିବାହର ଶେଷ ପର୍ଯ୍ୟନ୍ତ ରହିବେ। "ଘାନ୍ନି ବାୱାରୀ"  ସଙ୍ଗରେ ଫୁଲ ବବାଲ କରିଛନ୍ତି କଙ୍ଗନା।ଜ୍ୟୋତି ନୁରାନ୍ ଙ୍କ ଗାଇକି ସାଙ୍ଗକୁ ମିସ ରଣାୱତଙ୍କ ଠୁମକା ଗୀତରେ ଭରିଦେଇଛି ନୂଆ ରଙ୍ଗ।"ମାରି ଗଲି" ସଙ୍ଗରେ ଦେଖିବାକୁ ମିଳିଛି ନୂଆ ଫ୍ଲେଭର। କଲରଫୁଲ ଲୋକାଲ ବ୍ୟାକଡ୍ରପରେ ଗଜ ଏନ ଏସ୍ ଚୌହାନ୍ ଏବଂ ଦିଲବାଗ ସିଂହଙ୍କ ଗାଇକି କରିଛି କମାଲ। କଙ୍ଗନାଙ୍କ ଅଭିନୟରେ ଦେଖିବାକୁ ମିଳିଛି ଅନେକ ୟୁନିକନେସ। ଦୁଇଟି ଭିନ୍ନ ଭିନ୍ନ ଚରିତ୍ରକୁ ସୁନ୍ଦର ଭାବରେ ଜଷ୍ଟିସ ଦେଇପାରିଛନ୍ତି ଏହି ନାୟିକା। ହିନ୍ଦୀ ଏବଂ ହରିୟାଣି ଲାଙ୍ଗୁଏଜର ଗୋଟେ ଫେଣ୍ଟା ଫେଣ୍ଟି କମ୍ୱିନେସନ ଦେଖିବାକୁ ମିଳିଛି ଫିଲ୍ମ 'ତନୁ ୱେଟ୍ସ ମନୁ ରିଟର୍ଣ୍ଣସ୍'ରେ। ଜୀବନରେ କରିଥିବା ଅନେକ ଏକ୍ସପେରିମେଣ୍ଟାଲ ରୋଲ ମଧ୍ୟରୁ ଏହି ଫିଲ୍ମର ଅଭିନୟ ତାଙ୍କ ପାଇଁ ଆଣିଦେଇପାରେ ଅନେକ ସଫଳତା। ମିସ୍ ପରଫେକ୍ସନିଷ୍ଟ ଟାଇଟଲକୁ ହାସଲ କରିବା ରେସରେ ଆଗେଇ ଚାଲିଛନ୍ତି କଙ୍ଗନା ରନାୱତ।