Advertisment

ବକ୍ସିଂ କରିବେ ସିଦିକି

ମୁମ୍ବାଇ: ଶିରୋନାମା ପଢ଼ି ଭାବି ନେଲେ କି ନୱାଜୁଦ୍ଧିନ ସିଦିକି ଅଭିନୟ ଛାଡ଼ି ଖେଳାଖେଳିରେ ମନ ଦେଲେଣି ବୋଲି। ନା, ସେମତି କିଛି ନୁହେଁ। ସିଦିକି ବକ୍ସିଂ କରିବେ, କିନ୍ତୁ ସେଥିପାଇଁ ସେ ଫିଲ୍ମ ଛାଡ଼ିବେ ନାହିଁ। ଫିଲ୍ମରେ କରିବେ ବକ୍ସିଂ। ସୁଜୋୟ ଘୋଷଙ୍କ ଆଗାମୀ ଫିଲ୍ମରେ ଏହି ଭର୍ସାଟାଇଲ ଆକ୍ଟରଙ୍କୁ ଦେଖିବାକୁ ମିଳିବ ଜଣେ ବକ୍ସର ଭୂମିକାରେ। ପ୍ରଥମ ଥର ପାଇଁ ବକ୍ସର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ସିଦ୍ଧିକି। ଫିଲ୍ମଟିର ନାଁ ଏଯାଏଁ ସ୍ଥିର […]

ବକ୍ସିଂ କରିବେ ସିଦିକି

Nawazuddin

Advertisment

ମୁମ୍ବାଇ: ଶିରୋନାମା ପଢ଼ି ଭାବି ନେଲେ କି ନୱାଜୁଦ୍ଧିନ ସିଦିକି ଅଭିନୟ ଛାଡ଼ି ଖେଳାଖେଳିରେ ମନ ଦେଲେଣି ବୋଲି। ନା, ସେମତି କିଛି ନୁହେଁ। ସିଦିକି ବକ୍ସିଂ କରିବେ, କିନ୍ତୁ ସେଥିପାଇଁ ସେ ଫିଲ୍ମ ଛାଡ଼ିବେ ନାହିଁ। ଫିଲ୍ମରେ କରିବେ ବକ୍ସିଂ। ସୁଜୋୟ ଘୋଷଙ୍କ ଆଗାମୀ ଫିଲ୍ମରେ ଏହି ଭର୍ସାଟାଇଲ ଆକ୍ଟରଙ୍କୁ ଦେଖିବାକୁ ମିଳିବ ଜଣେ ବକ୍ସର ଭୂମିକାରେ। ପ୍ରଥମ ଥର ପାଇଁ ବକ୍ସର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ସିଦ୍ଧିକି। ଫିଲ୍ମଟିର ନାଁ ଏଯାଏଁ ସ୍ଥିର ହୋଇନି। ‘ଦ ଡିଭୋସନ୍ ଅଫ୍ ସସ୍ପେକ୍ଟ ଏକ୍ସ’ ପୁସ୍ତକର କାହାଣୀ ଆଧାରରେ ସୁଜୋୟ ଘୋଷ ଏହି ଫିଲ୍ମ ନିର୍ମାଣ କରିବେ । ଏଥିରେ ସିଦିକିଙ୍କ ସହିତ ସୈଫ ଅଲ୍ଲୀ ଖାଁ ଓ କଙ୍ଗନା ରଣାୱତ ବି ଅଭିନୟ କରିବେ।

Advertisment

ବକ୍ସର ଭୂମିକାକୁ ନିଖୁଣ ଭାବେ ନିଭାଇବା ପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି ସିଦିକି। ଦୁଇ ମାସ ଧରି ଜଣେ ଟ୍ରେନରଙ୍କ ଅଧୀନରେ ସେ ତାଲିମ ନେବେ। ଏହି ସମୟ ମଧ୍ୟରେ ତାଙ୍କର ଫିଟନେସ୍ ଓ ଖାଦ୍ୟ ଉପରେ ଖାସ୍ ନଜର ରଖାଯିବ।

ସୈଫ ଅଲ୍ଲୀ ଖାଁ ବି ଏହି ଫିଲ୍ମରେ ବକ୍ସର ଭୂମିକାରେ ଅଭିନୟ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe