Advertisment

ପ୍ରଭାସଙ୍କ ‘ଆଦିପୁରୁଷ’କୁ ବୟକଟ୍

ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’କୁ ବୟକଟ ଦାବି । ଟ୍ୱିଟରରେ ଏହି ଫିଲ୍ମକୁ ବୟକଟ କରିବା ପାଇଁ ଜୋରଦାର ଟ୍ରେଣ୍ଡ ଆରମ୍ଭ ହୋଇଛି । ସୋଶାଲ ମିଡିଆରେ #BoycottAdipurush ଟ୍ରେଣ୍ଡ କରୁଛି । ନିକଟରେ ଏହି ଫିଲ୍ମକୁ ନେଇ ପୁଣି ବିବାଦରେ ଫସିଛନ୍ତି ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ। ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣିଥରେ ହରଡଘଣାରେ ପଡିଛନ୍ତି । ପ୍ରକୃତରେ ଏହି ଫିଲ୍ମରେ ଲଙ୍କେଶ ବା ରାବଣ ଭୂମିକାରେ […]

ଅଦ୍ୟତନ ହୋଇଛି
ପ୍ରଭାସଙ୍କ ‘ଆଦିପୁରୁଷ’କୁ ବୟକଟ୍

boycutt-adipurush

Advertisment

ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’କୁ ବୟକଟ ଦାବି । ଟ୍ୱିଟରରେ ଏହି ଫିଲ୍ମକୁ ବୟକଟ କରିବା ପାଇଁ ଜୋରଦାର ଟ୍ରେଣ୍ଡ ଆରମ୍ଭ ହୋଇଛି । ସୋଶାଲ ମିଡିଆରେ #BoycottAdipurush ଟ୍ରେଣ୍ଡ କରୁଛି ।

Advertisment

ନିକଟରେ ଏହି ଫିଲ୍ମକୁ ନେଇ ପୁଣି ବିବାଦରେ ଫସିଛନ୍ତି ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ। ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣିଥରେ ହରଡଘଣାରେ ପଡିଛନ୍ତି । ପ୍ରକୃତରେ ଏହି ଫିଲ୍ମରେ ଲଙ୍କେଶ ବା ରାବଣ ଭୂମିକାରେ ସୈଫଙ୍କୁ ଦଖିବାକୁ ମିଳିବ । ନିକଟରେ ଏକ ସାକ୍ଷାତକାରରେ ସୈଫ ନିଜ ରାବଣ ଭୂମିକା ନେଇ ସୂଚନା ଦେଇଥିଲେ । ରାବଣ ସୀତାଙ୍କୁ ଚୋରି କରିବା ନ୍ୟାୟୋଚିତ ଥିଲା ବୋଲି ସେ କହିଥିଲେ । ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ତେଜିବାରେ ଲାଗିଛି । ପ୍ରଶଂସକମାନଙ୍କୁ ସୈଫଙ୍କ ଏହି ମନ୍ତବ୍ୟ ପସନ୍ଦ ଆସିନାହିଁ ।  ଫିଲ୍ମକୁ ବୟକଟ କରିବା ସହ ସୈଫଙ୍କୁ ‘ଆଦିପୁରୁଷ’ରୁ ଆଉଟ୍ କରିବା ପାଇଁ ଦାବି କରିଛନ୍ତି।

Advertisment


ପୂର୍ବରୁ ମଧ୍ୟ ଫିଲ୍ମ ‘ତାନାଜୀ’ ଏବଂ ଇତିହାସକୁ ନେଇ ସୈଫ ଅଲ୍ଲି ଖାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏଥିସହ ସୋଶାଲ ମିଡିଆରେ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ।


ନିର୍ଦ୍ଦେଶକ ଓମ ରାଉତଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆଦି ପୁରୁଷ’ । ଏହା ରାମାୟଣର କାହାଣୀ ଉପରେ ଆଧାରିତ। ଏଥିରେ ଭଗବାନ ରାମ ଭୂମିକାରେ ବାହୁବଳୀ ଫେମ୍ ପ୍ରଭାସ ଏବଂ ସୀତା ଭୂମିକାରେ କ୍ରିତି ସାନନ ନଜର ଆସିବେ। ଲଙ୍କେଶ ବା ରାବଣ ଭୂମିକାରେ ସୈଫ ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ଆରମ୍ଭ ହୋଇନଥିବା ବେଳେ ଏହାର ରିଲିଜ ଡେଟ୍ କିନ୍ତୁ ଘୋଷଣା ହୋଇସାରିଛି। ୨୦୨୨, ଅଗଷ୍ଟ ୧୧ ତାରିଖ ଫିଲ୍ମଟି ଫ୍ଲୋରକୁ ଆସିବ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe