Advertisment

ଇନଷ୍ଟାରେ ଭିଡିଓ ପୋଷ୍ଟ କଲେ, ତା'ପରେ ବିମାନ ଦୁର୍ଘଟଣାରେ ଚାଲିଗଲା ଗାୟିକାଙ୍କ ଜୀବନ

ସାଓ ପାଓଲୋ: ବ୍ରାଜିଲର ଅନ୍ୟତମ ଲୋକପ୍ରିୟ ଗାୟକ ତଥା ଲାଟିନ୍ ଗ୍ରାମୀ ବିଜେତା ମାରିଲିଆ ମେଣ୍ଡୋଙ୍କା ଅକାଳ ବିୟୋଗ ହୋଇଛି। ଶୁକ୍ରବାର ଦିନ ଏକ କନସର୍ଟକୁ ଯିବାବେଳେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ମେଣ୍ଡୋଙ୍କାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ ତାଙ୍କ ମୃତ୍ୟୁ ଖବରର ସୂଚନା ଦେଇଛି। ମେଣ୍ଡୋଙ୍କାଙ୍କ ବ୍ୟତୀତ ବିମାନରେ ଥିବା ଅନ୍ୟ ଚାରି ଜଣ ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା କହିଛନ୍ତି। ମେଣ୍ଡୋଙ୍କାଙ୍କ ବିମାନ […]

author-image
Ranjit Kumar Jena
ଇନଷ୍ଟାରେ ଭିଡିଓ ପୋଷ୍ଟ କଲେ, ତା'ପରେ ବିମାନ ଦୁର୍ଘଟଣାରେ ଚାଲିଗଲା ଗାୟିକାଙ୍କ ଜୀବନ

Marília-Mendonça

ସାଓ ପାଓଲୋ: ବ୍ରାଜିଲର ଅନ୍ୟତମ ଲୋକପ୍ରିୟ ଗାୟକ ତଥା ଲାଟିନ୍ ଗ୍ରାମୀ ବିଜେତା ମାରିଲିଆ ମେଣ୍ଡୋଙ୍କା ଅକାଳ ବିୟୋଗ ହୋଇଛି। ଶୁକ୍ରବାର ଦିନ ଏକ କନସର୍ଟକୁ ଯିବାବେଳେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା।

Advertisment

ମେଣ୍ଡୋଙ୍କାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ ତାଙ୍କ ମୃତ୍ୟୁ ଖବରର ସୂଚନା ଦେଇଛି। ମେଣ୍ଡୋଙ୍କାଙ୍କ ବ୍ୟତୀତ ବିମାନରେ ଥିବା ଅନ୍ୟ ଚାରି ଜଣ ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା କହିଛନ୍ତି। ମେଣ୍ଡୋଙ୍କାଙ୍କ ବିମାନ ରିଓ ଡି ଜେନେରିଓର ଉତ୍ତରରେ ଥିବା ମିନାସ୍ ଜେରାଇସ୍ ରାଜ୍ୟର ଏକ ଛୋଟ ସହର ଗୋଇଆନିଆ ଏବଂ କାରାଟିଙ୍ଗା ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ମିନାସ୍ ଜେରାଇସ୍ ରାଜ୍ୟ ପୁଲିସ୍ ମଧ୍ୟ ଦୁର୍ଘଟଣାର କାରଣ ସମ୍ପର୍କରେ ସବିଶେଷ ତଥ୍ୟ ନ ଦେଇ ମେଣ୍ଡୋଙ୍କାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। ଫଟୋ ଏବଂ ଭିଡିଓରେ ଦର୍ଶାଯାଇଛି ଯେ ବିମାନଟି ଜଳପ୍ରପାତର ଠିକ୍ ତଳେ ଖସିପଡିଛି। ଏହାପୂର୍ବରୁ ମେଣ୍ଡୋଙ୍କା ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କୁ ବିମାନ ଆଡକୁ ଯାଉଥିବାର ଦେଖିବାକୁ ମିଳିଥିଲା।

Advertisment

ମେଣ୍ଡୋଙ୍କା ବ୍ରାଜିଲର 'ସର୍ଟାନେଜୋ' ନାମକ ଦେଶ ସଙ୍ଗୀତରେ ପରିବେଷଣ କରିଥିଲେ। ସେ ତାଙ୍କ ଗୀତ ମାଧ୍ୟମରେ ନାରୀବାଦୀ ପ୍ରସଙ୍ଗ କଥା ଉଠାଇଥିଲେ। ସେ ତାଙ୍କ ଗୀତ ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ ଦେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ମେଣ୍ଡୋଙ୍କାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡ଼ିଥିଲେ। ମେଣ୍ଡୋଙ୍କାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୩.୮ କୋଟି ଫଲୋଅର୍ସ ଅଛନ୍ତି।

ମେଣ୍ଡୋଙ୍କାଙ୍କ ବନ୍ଧୁ ତଥା ବ୍ରାଜିଲର ଷ୍ଟାର୍ ଫୁଟବଲର୍ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଏହାକୁ ବିଶ୍ୱାସ କରିପାରୁନି। ବ୍ରାଜିଲର ସରକାର ମଧ୍ୟ ମେଣ୍ଡୋଙ୍କାଙ୍କ ଦେହାନ୍ତରେ ସମବେଦନା ବ୍ୟକ୍ତ କରିଛି। ମେଣ୍ଡୋଙ୍କା ତାଙ୍କର ଆଲବମ୍ 'ଏମ୍ ଟୋଡୋସ ଓସ୍ କାଣ୍ଟୋସ୍' ପାଇଁ ୨୦୧୯ରେ ଲାଟିନ୍ ଗ୍ରାମୀ ପୁରସ୍କାର ଜିତିଥିଲେ।