Advertisment

ଫିଲ୍ମ ହଲରେ ବୃଦ୍ଧଙ୍କ ଜୀବନ ନେଇଗଲା ଭୂତ !

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଟିକେ ଆଚମ୍ବିତ ହୋଇଯାଇଥିବେ ନିଶ୍ଚିତ। ଫିଲ୍ମ ହଲରେ ଭୂତ କେମିତି ନେଲା ଜୀବନ। ତେବେ ପଢ଼ନ୍ତୁ ପୁରା ଘଟଣାଟି। ଗତମାସ ଜୁନ୍‌ ୨୬ ତାରିଖରେ ହଲିଉଡ୍‌ ହରର୍‌ ଫିଲ୍ମ ‘ଏନାବେଲା କମସ୍‌ ହୋମ୍‌’ ରିଲିଜ୍‌ ହୋଇଛି। ଏହି ହଲିଉଡ୍‌ ଫିଲ୍ମଟିକୁ ଦର୍ଶକେ ପସନ୍ଦ ମଧ୍ୟ କରିଛନ୍ତି। କିନ୍ତୁ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଭୟଙ୍କର ଭୂତ ଫିଲ୍ମକୁ ଦେଖୁଥିବା ସମୟରେ ସିନେମା ହଲ୍‌ରେ ହିଁ ଜଣେ ବ୍ୟକ୍ତିଙ୍କର […]

ଅଦ୍ୟତନ ହୋଇଛି
ଫିଲ୍ମ ହଲରେ ବୃଦ୍ଧଙ୍କ ଜୀବନ ନେଇଗଲା ଭୂତ !

pic2

Advertisment

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଟିକେ ଆଚମ୍ବିତ ହୋଇଯାଇଥିବେ ନିଶ୍ଚିତ। ଫିଲ୍ମ ହଲରେ ଭୂତ କେମିତି ନେଲା ଜୀବନ। ତେବେ ପଢ଼ନ୍ତୁ ପୁରା ଘଟଣାଟି।

Advertisment

ଗତମାସ ଜୁନ୍‌ ୨୬ ତାରିଖରେ ହଲିଉଡ୍‌ ହରର୍‌ ଫିଲ୍ମ ‘ଏନାବେଲା କମସ୍‌ ହୋମ୍‌’ ରିଲିଜ୍‌ ହୋଇଛି। ଏହି ହଲିଉଡ୍‌ ଫିଲ୍ମଟିକୁ ଦର୍ଶକେ ପସନ୍ଦ ମଧ୍ୟ କରିଛନ୍ତି। କିନ୍ତୁ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଭୟଙ୍କର ଭୂତ ଫିଲ୍ମକୁ ଦେଖୁଥିବା ସମୟରେ ସିନେମା ହଲ୍‌ରେ ହିଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁସାରେ, ଏହି ଘଟଣାଟି ଥାଇଲ୍ୟାଣ୍ଡର ବୋଲି ଜଣାପଡ଼ିଛି। ଥାଇଲ୍ୟାଣ୍ଡରେ ‘ଏନାବେଲା କମସ୍‌ ହୋମ୍‌’ ଦେଖୁଥିବା ସମୟରେ ଜଣେ ୭୭ ବୟସ୍କ ବୃଦ୍ଧ ବ୍ରିଟିସ୍‌ ନାଗରିକ ବନାର୍ଡ ଚେନିଙ୍ଗ୍‌ଙ୍କର ମୃତ୍ୟୁ ହୋଇଛି। ବନାର୍ଡ ଛୁଟି କାଟିବା ପାଇଁ ଥାଇଲ୍ୟାଣ୍ଡ ଆସିଥିଲେ ଏବଂ ଏହି ସମୟରେ ସେ ‘ଏନାବେଲା’ ଫିଲ୍ମ ଦେଖିବା ପାଇଁ ଯାଇଥିଲେ। ଫିଲ୍ମଟି ଶେଷ ହେବା ପରେ ହଲ୍‌ରେ ଲାଇଟ୍‌ ଜଳିଥିଲା, ସେହି ସମୟରେ ବନାର୍ଡଙ୍କୁ ମୃତ ଅବସ୍ଥାରେ ତାଙ୍କ ପାଖରେ ବସିଥିବା ଜଣେ ମହିଳା ଦେଖିବାକୁ ପାଇଥିଲେ।

Advertisment

publive-image

ମହିଳା ଜଣକ ବନାର୍ଡଙ୍କୁ ଦେଖିବା ପରେ ଚିତ୍କାର କରିଥିଲେ ଏବଂ ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ଫୋନ୍‌ ମଧ୍ୟ କରିଥିଲେ। କିନ୍ତୁ ସେତେବେଳକୁ ବିଳମ୍ୱ ହୋଇସାରିଥିଲା।

ଏମିତି ଏକ ସମାନ ଘଟଣା ୨୦୧୬ ମସିହାରେ ମଧ୍ୟ ପ୍ରଦେଶରେ ଦେଖିବାକୁ ମିଳିଥିଲା। ହଲିଉଡ୍‌ ଫିଲ୍ମ ‘କନଜ୍ୟୁରିଙ୍ଗ୍‌ ୨’ ଦେଖୁଥିବା ସମୟରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା।

‘ଏନାବେଲା କମସ୍‌ ହୋମ୍‌’ ଫିଲ୍ମଟି ସତ କାହାଣୀ ଉପରେ ଆଧାରିତ ହୋଇଛି ବୋଲି କୁହାଯାଉଛି। ସୂଚନା ଅନୁସାରେ, ୧୯୭୦ ମସିହାରେ ଆମେରିକାରେ ଜଣେ ମା’ ତାର ଝିଅ ଡାଏନା ପାଇଁ ଏକ କଣ୍ଢେଇ କିଣିଥିଲେ। ଏହି କଣ୍ଢେଇଟି କିଛି ଦିନ ପରେ ମନକୁ ମନ ହଲିବା ଆରମ୍ଭ କରିଥିଲା। କୁହାଯାଏ କି ଏହି କଣ୍ଢେଇ ଭିତରେ ‘ଏନାବେଲା’ ନାମରେ ଜଣେ ଝିଅର ଆତ୍ମା ରହିଥିଲା। ଏହି ସତ ଘଟଣାକୁ ନେଇ ହିଁ ‘ଏନାବେଲା କମସ୍‌ ହୋମ୍‌’ ଫିଲ୍ମଟି ନିର୍ମାଣ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe