Advertisment

ବୁଦ୍ଧାଦିତ୍ୟ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କଟକର ସିଡିଏ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି।

author-image
Jitendra Garnayak
Buddhaditya Mohanty

Buddhaditya Mohanty

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକର ସିଡିଏ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁସଫୁସ ସଂକ୍ରମଣଜନିତ ସମସ୍ୟା ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନାହିଁ। ତାଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।  ଏବେ ଡାକ୍ତରଖାନାରେ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଉଥିବା ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ସୂଚନା ଅନୁଯାୟୀ, ଗତ ପ୍ରାୟ ୫/୬ ଦିନ ହେବ ବୁଦ୍ଧାଦିତ୍ୟଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ରଖାଯାଇଥିଲା। ଆଜି ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କାହିଁକି ତାଙ୍କୁ ଭୁବନେଶ୍ୱରରୁ କଟକ ସ୍ଥାନାନ୍ତର କରାଗଲା, ତାହା ସ୍ପଷ୍ଟ ହୋଇପାରିନାହିଁ। କୁହାଯାଉଛି, ବୁଦ୍ଧାଦିତ୍ୟଙ୍କ ଘର କଟକରେ ହୋଇଥିବାରୁ ଓ ତାଙ୍କ ପରିବାର ଲୋକେ କଟକରେ ରହୁଥିବାରୁ ତାଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟର ଜଣାଶୁଣା ସଂଗୀତକାର ଅଭିଜିତ ମଜୁମଦାର ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ସେ ଲିଭର ଜନିତ ରୋଗରେ ପୀଡ଼ିତ ହୋଇଛନ୍ତି। ତା’ସହିତ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ରହିଛି। ତାଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି।    

Advertisment
buddhaditya-mohanty