Advertisment

ଅଭିନେତା ନାଗାର୍ଜୁନଙ୍କ କନଭେନସନ ସେଣ୍ଟରରେ ବୁଲିଲା ବୁଲଡୋଜର

ହାଇଦ୍ରାବାଦରେ ଥିବା ସାଉଥ୍ ଅଭିନେତା ନାଗାର୍ଜୁନଙ୍କ କନଭେନସନ ସେଣ୍ଟରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି।

ଅଦ୍ୟତନ ହୋଇଛି
Nagarjuna

Nagarjuna

Advertisment

ସାଉଥ୍ ଅଭିନେତା ନାଗାର୍ଜୁନଙ୍କ କନଭେନସନ ସେଣ୍ଟର ବା ସମ୍ମିଳନୀ କେନ୍ଦ୍ରରେ ବୁଲିଛି ବୁଲଡୋଜର। ହାଇଦ୍ରାବାଦ ଡିଜାଷ୍ଟର ରେସ୍ପନ୍ସ ଆଣ୍ଡ ଆସେଟ୍ସ ମୋନିଟରିଂ ଆଣ୍ଡ ପ୍ରୋଟେକ୍ସନ (HYDRA) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

Advertisment

ସୂଚନା ଅନୁସାରେ, ବେଆଇନ ନିର୍ମାଣ ଅଭିଯୋଗରେ ଅଭିନେତା ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏନ-କନଭେନସନ୍ ସେଣ୍ଟରକୁ ଭଙ୍ଗାଯାଇଛି। ଆଜି ସକାଳେ HYDRA ଅଧିକାରୀ ଏବଂ ପୁଲିସ କର୍ମୀ ଘଟଣାସ୍ଥଳରେ ଉପସ୍ଥିତ ରହି କନଭେନସନ ସେଣ୍ଟର ଉପରେ ବୁଲଡୋଜର ବୁଲାଇଛନ୍ତି।

ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏହି କନଭେନସନ କେନ୍ଦ୍ର ୧୦ ଏକର ଜମିରେ ନିର୍ମାଣ ହୋଇଥିଲା। ଏହା ହାଇଦ୍ରାବାଦ ମାଧପୁରରେ ଥିବା ଫୁଲ୍ ଟ୍ୟାଙ୍କ୍ ଲେଭଲ୍ (FTL) ଅଞ୍ଚଳ ଏବଂ ଥମିଦିକୁଣ୍ଟା ହ୍ରଦର ବଫର୍ ଜୋନ୍ ମଧ୍ୟରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା। 

Advertisment

ଅଭିଯୋଗ କ୍ରମେ ଦୀର୍ଘ ଦିନ ଧରି ଏ ଉପରେ ଯାଞ୍ଚ କରାଯାଉଥିଲା। ଶେଷରେ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କନଭେନସ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

Nagarjuna Convention Centre N Convention Centre Nagarjuna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe