Advertisment

ଗୁଟ୍‌ଖା ବିଜ୍ଞାପନ ବନ୍ଦ କରିବାକୁ ଅଜୟ ଦେବ୍‌ଗନ୍‌ଙ୍କୁ ଅନୁରୋଧ କଲେ କ୍ୟାନସର୍‌ ରୋଗୀ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଟିଭିରେ ତମାଖୁର ବିଜ୍ଞାପନ କରୁଥିବା ଆପଣ ଦେଖିଥିବେ। ହେଲେ ତାଙ୍କର ଏହି ବିଜ୍ଞାପନକୁ ଦେଖି ଜଣେ କ୍ୟାନ୍‌ସର ରୋଗୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ତମାଖୁଜାତ ଦ୍ରବ୍ୟର ବିଜ୍ଞାପନ ନ କରିବା ପାଇଁ ସେ ଓ ତାଙ୍କ ପରିବାର ଅଜୟ ଦେବ୍‌ଗନଙ୍କୁ ସାର୍ବଜନୀନ ଭାବରେ ଅପିଲ୍‌ କରିଛନ୍ତି। ଏହି କ୍ୟାନ୍‌ସର ପୀଡିତ ବ୍ୟକ୍ତି ଜଣକ  ଜୟପୁରର । ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, କ୍ୟାନସର୍‌ରେ ଆକ୍ରାନ୍ତ ହେବା ପୂର୍ବରୁ […]

ଅଦ୍ୟତନ ହୋଇଛି
ଗୁଟ୍‌ଖା ବିଜ୍ଞାପନ ବନ୍ଦ କରିବାକୁ ଅଜୟ ଦେବ୍‌ଗନ୍‌ଙ୍କୁ ଅନୁରୋଧ କଲେ କ୍ୟାନସର୍‌ ରୋଗୀ

pp3

Advertisment

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଟିଭିରେ ତମାଖୁର ବିଜ୍ଞାପନ କରୁଥିବା ଆପଣ ଦେଖିଥିବେ। ହେଲେ ତାଙ୍କର ଏହି ବିଜ୍ଞାପନକୁ ଦେଖି ଜଣେ କ୍ୟାନ୍‌ସର ରୋଗୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ତମାଖୁଜାତ ଦ୍ରବ୍ୟର ବିଜ୍ଞାପନ ନ କରିବା ପାଇଁ ସେ ଓ ତାଙ୍କ ପରିବାର ଅଜୟ ଦେବ୍‌ଗନଙ୍କୁ ସାର୍ବଜନୀନ ଭାବରେ ଅପିଲ୍‌ କରିଛନ୍ତି।

Advertisment

ଏହି କ୍ୟାନ୍‌ସର ପୀଡିତ ବ୍ୟକ୍ତି ଜଣକ  ଜୟପୁରର । ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, କ୍ୟାନସର୍‌ରେ ଆକ୍ରାନ୍ତ ହେବା ପୂର୍ବରୁ ସେ ଅଜୟ ଦେବଗନ୍‌ଙ୍କର ଜଣେ ପ୍ରଶଂସକ ଥିଲେ ଏବଂ ଅଜୟ ଦେବଗନ୍‌ ଟିଭିରେ ବିଜ୍ଞାପନ କରୁଥିବା ତମାଖୁକୁ ସେ ମଧ୍ୟ ବ୍ୟବହାର କରୁଥିଲେ। ସେହି ତମାଖୁକୁ ବ୍ୟବହାର କରି ଆଜି କ୍ୟାନସର୍‌ରେ ପୀଡ଼ିତ ହୋଇଛନ୍ତି।

କ୍ୟାନସର୍‌ରେ ପୀଡ଼ିତ ହେବା ପରେ ରୋଗୀଙ୍କ ପରିବାର ଲୋକେ ଅଜୟ ଦେବଗନ୍‌ଙ୍କର ଫଟୋ ସହିତ ତମାଖୁ ବ୍ୟବହାର ନ କରିବା ପାଇଁ ଆଖପାଖ ଅଞ୍ଚଳରେ ପର୍‌ଚି ବାଣ୍ଟିବା ସହିତ ଲୋକମାନଙ୍କୁ ସଚେତନ କରିବାରେ ଲାଗିଛନ୍ତି।

Advertisment

ଏପରିକି ପୀଡ଼ିତଙ୍କ ପୁଅ ପିଟିଆଇକୁ କହିଛନ୍ତି, “ମୋର ବାପା ଅଜୟ ଦେବଗନ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ବିଜ୍ଞାପନ କରୁଥିବା ତମାଖୁ ହିଁ ସେବନ କରୁଥିଲେ। ତେଣୁ ମୁଁ ଅନୁରୋଧ କରୁଛି ଅଜୟ ଦେବଗନ୍‌ଙ୍କ ପରି ଜଣେ ବଡ଼ ଷ୍ଟାର୍‌ ମଦ, ସିଗାରେଟ୍‌ ଓ ଗୁଟ୍‌ଖା ପରି ତମାଖୁଜାତ ଦ୍ରବ୍ୟର ବିଜ୍ଞାପନ କରନ୍ତୁ ନାହିଁ।“

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe