Advertisment

କାନ୍ସରେ ଜଲୱା ଦେଖାଇଲେ ବଲିଉଡ ସୁନ୍ଦରୀ

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜ ଜଲୱାରେ ସମସ୍ତଙ୍କୁ ଦିବାନା କରୁଛନ୍ତି ବଲିଉଡ ସୁନ୍ଦରୀ । ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ନିଜ ଦେଶୀ ଅନ୍ଦାଜର ଜଲୱା ଦେଖାଇ ସାରିଥିବା ବେଳେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ଚର୍ଯ୍ୟା ରାୟ ବି ପଛରେ ନାହାନ୍ତି।  କାନ୍ସର ରେଡ କାର୍ପେଟରେ ଐଶ୍ଚର୍ଯ୍ୟା ନିଜ ସୁନ୍ଦରତାର ଯାଦୁ ଚଲାଇଥିବା ବେଳେ ବଲିଉଡ ଷ୍ଟାର ଉର୍ବଶୀ ରୌତେଲା, ତେଲଗୁ ସୁପରଷ୍ଟାର ତମନ୍ନା, ଟିଭି ଅଭିନେତ୍ରୀ ହିନା ଖାନ ମଧ୍ୟ ନିଜ ଉପସ୍ଥିତି […]

author-image
Niharika Rout
ଅଦ୍ୟତନ ହୋଇଛି
କାନ୍ସରେ ଜଲୱା ଦେଖାଇଲେ ବଲିଉଡ ସୁନ୍ଦରୀ

beauty

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜ ଜଲୱାରେ ସମସ୍ତଙ୍କୁ ଦିବାନା କରୁଛନ୍ତି ବଲିଉଡ ସୁନ୍ଦରୀ । ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ନିଜ ଦେଶୀ ଅନ୍ଦାଜର ଜଲୱା ଦେଖାଇ ସାରିଥିବା ବେଳେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ଚର୍ଯ୍ୟା ରାୟ ବି ପଛରେ ନାହାନ୍ତି।  କାନ୍ସର ରେଡ କାର୍ପେଟରେ ଐଶ୍ଚର୍ଯ୍ୟା ନିଜ ସୁନ୍ଦରତାର ଯାଦୁ ଚଲାଇଥିବା ବେଳେ ବଲିଉଡ ଷ୍ଟାର ଉର୍ବଶୀ ରୌତେଲା, ତେଲଗୁ ସୁପରଷ୍ଟାର ତମନ୍ନା, ଟିଭି ଅଭିନେତ୍ରୀ ହିନା ଖାନ ମଧ୍ୟ ନିଜ ଉପସ୍ଥିତି ଜାହିର କରିଛନ୍ତି।

Advertisment

କାନ୍ସର ରେଡ କାର୍ପେଟରେ ବ୍ଲାକ ଗାଉନରେ ନଜର ଆସିଥିବା ଐଶ୍ଚର୍ଯ୍ୟା କୌଣସି ପରୀଠୁ କମ୍‌ ଲାଗୁ ନ ଥିଲେ। ଐଶ୍ଚର୍ଯ୍ୟାଙ୍କ ଗାଉନ୍‌ ଅନ୍ୟ କଷ୍ଟ୍ୟୁମ୍‌ଠୁ ଟିକେ ହଟକେ ଥିଲା। କାରଣ ଏଥିରେ ଫ୍ଲୋରାଲ ୩ଡି ଫ୍ଲାୱାର୍ସ ଲାଗିଥିଲା, ଯାହାକି ଗାଉନ୍‌ର ସୁନ୍ଦରତାକୁ ଚାରଚାନ୍ଦ ଲଗାଉଥିଲା। ସେହିପରି ସିମ୍ପଲ ମେକଅପ୍‌ରେ ନଜର ଆସିଥିବା ଐଶ୍ଚର୍ଯ୍ୟା  କାଜଲ  ସହ ପିଙ୍କ କଲର ଲିପ ବ୍ଲଶ୍‌କୁ ଚୟନ କରିଥିଲେ। ଖୋଲା ହେୟାର ଷ୍ଟାଇଲ ସହ ନିଜ ଗର୍ଜିୟସ ଲୁକ୍‌କୁ କମ୍ପ୍ଲିଟ କରିଥିଲେ ନିଳ ନୟନା।

[caption id="attachment_735264" align="aligncenter" width="650"]aishwarya କାନ୍ସ ରେଡ କାର୍ପେଟରେ ଐଶ୍ଚର୍ଯ୍ୟା ରାୟ ।[/caption]

Advertisment

ଏହାବାଦ କାନ୍ସ ରେଡ କାର୍ପେଟ ପାଇଁ ତେଲଗୁ ସୁରପଷ୍ଟାର ତମନ୍ନା ଭାଟ୍ଟିଆ ମୋନୋକ୍ରୋମ୍ ଗାଉନ୍‌ ବାଛିଥିଲେ। ଏହାକୁ ଶଲିନା ନଥାନୀ ଡିଜାଇନ କରିଥିଲେ। ନିଜ ଲୁକ୍‌କୁ କମ୍ପ୍ଲିଟ କରିବାକୁ ତମନ୍ନା ଡାଇମଣ୍ଡ ଇୟରରିଙ୍ଗ୍ସ ସହ ଡ୍ରାମାଟିକ ଆଇ ମେକଅପ ଓ ନ୍ୟୁଡ ଲିପ୍ସ ଚୟନ କରିଥିଲେ।

[caption id="attachment_735265" align="aligncenter" width="650"]tammana ତମନ୍ନା ଭାଟ୍ଟିଆ ।[/caption]

ଏଥର କାନ୍ସରେ ସାମିଲ ହୋଇଥିବା ଉର୍ବଶୀ ବି ଖୁବ୍‌ ଲାଇମ୍‌ଲାଇଟରେ ଅଛନ୍ତି। ଏହି ଖାସ୍‌ ଅବସରରେ ସେ ଧଳା ଟୁଲ୍ ଗାଉନ୍‌ରେ ନଜର ଆସିଥିବା ବେଳେ  ରେଡ ଲିପ୍ସ ସହ ବଡ ଇୟରରିଙ୍ଗ୍ସ କ୍ୟାରି କରିଥିଲେ ।

[caption id="attachment_735266" align="aligncenter" width="650"]urvasi ଉର୍ବଶୀ ରୌତେଲା।[/caption]

ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ମଧ୍ୟ କାନ୍ସ ଫେଷ୍ଟିଭାଲରେ  ଗ୍ଲାମରର ତଡ଼କା ଲଗାଇଛନ୍ତି।  ହିନା ନିଜ ଲୁକ୍‌ ପାଇଁ ରାମୀ ଅଲି ଅଲି ଲେବୁଲର ରେଡ  ଷ୍ଟ୍ରାପଲେସ୍‌ ଗାଉନ ସହ ଚଙ୍କି ଇୟରରିଙ୍ଗ୍ସ ଓ ମେସି ହେୟାର ଷ୍ଟାଇଲ୍‌କୁ ବାଛିଥିଲେ। ସେହିପରି ମେକଅପ୍‌ରେ ହିନା ଲାଇଟ୍‌ ବେସ୍‌ ଓ ନ୍ୟୁଡ ଲିପ୍ସକୁ ସିଲେକ୍ଟ କରିଥିଲେ।

[caption id="attachment_735267" align="aligncenter" width="650"]hina-khan ହିନା ଖାନ ।[/caption]

କାନ୍ସ ଫେଷ୍ଟିଭାଲରେ ସବୁଠୁ  ଅଧିକ ଚର୍ଚ୍ଚାରେ ରହିଛି ଦୀପିକାଙ୍କ ଦେଶୀ ଲୁକ୍‌।  ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ବ୍ଲାକ ଓ ଗୋଲଡେନ ଶାଢୀରେ ଜଲୱା ଦେଖାଇ ସାରିଲେଣି ଏହି ବଲିଉଡ ଡିଭା। ତାଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ବାଦ କାନ୍ସ ଫେଷ୍ଟିଭାଲରେ ଦୀପିକାଙ୍କ ଆଉ ୨ ଗ୍ଲାମରସ୍‌ ଲୁକ୍‌ ବି ନଜର ଆସିଛି।  ସେଥିମଧ୍ୟରେ ଏକ ମିଡି ଡ୍ରେସ୍‌ ଓ ଗ୍ରୀନ୍‌ ପ୍ୟାଣ୍ଟସ୍‌ ଓ ଶର୍ଟ ଲୁକ୍‌ ବି ରହିଛି। ହେଲେ ସବୁଠୁ ଅଧିକ ଚର୍ଚ୍ଚା ଦୀପିକାଙ୍କ ଶାଢୀ ଲୁକ୍‌କୁ ନେଇ ହୋଇଛି। ଡ୍ରାମାଟିକ୍‌ ସ୍ମୋକି ଆଇଲାଇନର୍‌ ସାଙ୍ଗକୁ ନ୍ୟୁଡ୍‌ ଲିପଷ୍ଟିକ୍‌ ଓ ହେଭି ଇୟରିଂ ପିନ୍ଧି ସେ ନିଜ ଲୁକ୍‌କୁ କମ୍ଲିଟ୍‌ କରିଥିଲେ।  ତାଙ୍କ ହେୟାର ଷ୍ଟାଇଲ୍‌ ମଧ୍ୟ ଥିଲା ବେଶ୍‌ ନିଆରା। ୯୦ ଦଶକର ଲୁକ୍‌ରେ ହାଇ ଟାଇ ହେୟାର୍ସ ଷ୍ଟାଇଲ୍‌ କରିଥିଲେ ସେ। ତାଙ୍କ ଲୁକ୍‌କୁ ଖୁବ୍‌ ପ୍ରଶଂସା ମିଳିଥିଲା।

[caption id="attachment_735268" align="aligncenter" width="1200"]deepika-padukone- ଡିଜାଇନର ସବ୍ୟସାଚୀଙ୍କ ଶାଢୀରେ ଦୀପିକା ।[/caption]

ବିଗତ ବର୍ଷମାନଙ୍କରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇ ଆସୁଥିବା ଦୀପିକା ପାଦୁକୋନ୍‌ ଏଥର ଜୁରୀ ଟେବୁଲରେ ନଜର ଆସିଛନ୍ତି। ଚଳିତ ଥର ଦୀପିକା ଜଣାଶୁଣା ମେକଅପ୍‌ ବ୍ରାଣ୍ଡ ଲରିଆଲ୍‌ର  ପ୍ରମୋସନ କରୁଛନ୍ତି।

Bollywood Cannes Festival