ଲୋକପ୍ରିୟ କାର୍ଟୁନ୍ ‘ଟମ୍ ଆଣ୍ଡ ଜେରି’ ନିର୍ଦ୍ଦେଶକଙ୍କ ପରଲୋକ

ପ୍ରାଗ୍:  ଆନିମେଶନ୍ ୱାର୍ଲ୍ଡ ସହ ଦୁନିଆକୁ ପରିଚିତ କରାଇଥିବା ଓସ୍କାର ବିଜେତା ଜିନ୍ ଡିଚ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଜିନ୍ ଏକାଧାରରେ ଜଣେ ଆନିମେଟର, ଫିଲ୍ମ ନିର୍ମାତା ଓ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ। ବିଶେଷ କରି ଜିନ୍ ଲୋକପ୍ରିୟ କାର୍ଟୁନ୍ ‘ଟମ୍ ଆଣ୍ଡ ଜେରି’ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ। ସୂଚନା ମୁତାବକ ଗତ ଶୁକ୍ରବାର ରାତିରେ ପ୍ରାଗରେ ଥିବା ନିଜ ଆପାର୍ଟମେଣ୍ଟରେ ଜିନ୍ ମୃତ୍ୟୁବରଣ କରିଛନ୍ତି। ତାଙ୍କର ହଠାତ୍ […]

tom-jerry

tom-jerry

Chinmayee Roy
  • Published: Tuesday, 21 April 2020
  • Updated: 21 April 2020, 02:36 PM IST

ପ୍ରାଗ୍:  ଆନିମେଶନ୍ ୱାର୍ଲ୍ଡ ସହ ଦୁନିଆକୁ ପରିଚିତ କରାଇଥିବା ଓସ୍କାର ବିଜେତା ଜିନ୍ ଡିଚ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଜିନ୍ ଏକାଧାରରେ ଜଣେ ଆନିମେଟର, ଫିଲ୍ମ ନିର୍ମାତା ଓ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ। ବିଶେଷ କରି ଜିନ୍ ଲୋକପ୍ରିୟ କାର୍ଟୁନ୍ ‘ଟମ୍ ଆଣ୍ଡ ଜେରି’ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ। ସୂଚନା ମୁତାବକ ଗତ ଶୁକ୍ରବାର ରାତିରେ ପ୍ରାଗରେ ଥିବା ନିଜ ଆପାର୍ଟମେଣ୍ଟରେ ଜିନ୍ ମୃତ୍ୟୁବରଣ କରିଛନ୍ତି। ତାଙ୍କର ହଠାତ୍ ମୃତ୍ୟୁ ଘଟିଛି ଏବଂ ମୃତ୍ୟୁର କାରଣ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

ଜିନ୍ ଡିଚ୍  ୧୯୨୪ ଅଗଷ୍ଟ ୮ରେ ସିକାଗୋରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୂରା ନାମ ୟୁଜିନି ମେରିଲ ଡିଚ୍‌। ତେବେ ଲୋକେ ତାଙ୍କୁ ଶ୍ରଦ୍ଧାରେ ଜିନ୍‌ ବୋଲି ଡାକନ୍ତି। ଜିନ୍ ଉତ୍ତର ଆମେରିକାରେ ପାଇଲଟ୍ ପ୍ରଶିକ୍ଷଣ କେନ୍ଦ୍ର ଓ ସେନା ଲାଗି ଡ୍ରାଫ୍ଟସ୍‌ମ୍ୟାନ ଭାବେ କାମ କରୁଥିଲେ। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ତାଙ୍କୁ ୧୯୪୪ ମସିହାରେ ଚାକିରୀରୁ ବାହାର କରିଦିଆଯାଇଥିଲା। ଏହାପରେ ସେ ଆନିମେସନକୁ ନିଜର କ୍ୟାରିୟର କରିଥିଲେ। ସେ ୧୯୫୯ରେ ମାତ୍ର ୧୦ ଦିନ ପାଇଁ ପ୍ରାଗରେ ସମୟ ବିତାଇବାକୁ ଯାଇଥିଲେ। ହେଲେ ସେଠାରେ ଜୁଡେଙ୍କୋଙ୍କ ପ୍ରେମରେ ପଡ଼ିବା ପରେ ସେ ଚେକୋସ୍ଲୋଭାକିଆରେ ହିଁ ତାଙ୍କ ସହ ଘର କରି ରହିଯାଇଥିଲେ। ଚେକୋସ୍ଲୋଭାକିଆ ଏବଂ ଚେକରେ କମ୍ୟୁନିଷ୍ଟ ବିରୋଧୀ ବିପ୍ଳବ ହେବା ପରେ ଜିନ୍ ୧୯୮୯ରେ ପ୍ରାଗରେ ରହିବାକୁ ସ୍ଥିର କଲେ।

୧୯୫୮ରେ ‘ସିଡନିଜ୍ ଫ୍ୟାମିଲି ଟ୍ରି’ ଓ ଅନ୍ୟ କେତେକ ଫିଲ୍ମ ଲାଗି ଓସ୍କାର ନୋମିନେସନ ପାଇଥିଲେ। ୧୯୬୦ରେ ତାଙ୍କ ଫିଲ୍ମ ‘ମୁନ୍ରୋ’ ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମର ଏକାଡେମୀ ପୁରସ୍କାର ଲାଭ କରିଥିବାବେଳେ ୧୯୬୧ରେ ଏଥିପାଇଁ ଓସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ। ସେ ପ୍ରସିଦ୍ଧ କାର୍ଟୁନ ସିରିଏଲ ‘ଟମ୍‌ ଏଣ୍ଡ ଜେରି’ର ୧୩ଟି ଏପିସୋଡ ମଧ୍ୟ ନିର୍ଦ୍ଦେଶନା କରିଥିଲେ। ଏହି ସିରିୟେଲର ଜିନ୍‌ ତୃତୀୟ ନିର୍ଦ୍ଦେଶକ ଥିଲେ। ଏଥିଲାଗି ସେ ନିଜେ ସ୍କ୍ରିପ୍ଟ ବି ଲେଖିଥିଲେ। ୨୦୦୪ରେ, ଆନିମେସନରେ ତାଙ୍କର ଅପୂର୍ବ ଅବଦାନ ପାଇଁ ତାଙ୍କୁ Winsor McCay ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସେ ଆହୁରି ଅନେକ ଭଲ ଭଲ ଫିଲ୍ମ ଓ ସିରିଜ୍ ତିଆରି କରି ବିଭିନ୍ନ ଆୱାର୍ଡ଼ ଜିତିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos