Advertisment

ରବିନା, ଫର୍‌ହା ଓ ଭାରତୀଙ୍କ ନାଁରେ ଥାନାରେ ଅଭିଯୋଗ

ମୁମ୍ବାଇ: ଗତକାଲି ସବୁଆଡ଼େ ଖ୍ରୀଷ୍ଟ ଧର୍ମୀଙ୍କ ବଡ଼ ପର୍ବ ବଡ଼ଦିନ ବା ଖ୍ରୀଷ୍ଟମାସ୍‌ ଡେ’ ସମସ୍ତଙ୍କ ପାଇଁ ଖୁସି ଆଣିଦେଇଥିବାବେଳେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରହା ଖାନ୍‌ ଓ କମେଡ଼ିଆନ୍ ଭାରତୀ ସିଂହଙ୍କୁ ମିଳିଛି ଝଟକା। ଏହି ସେଲେବ୍ରିଟିଙ୍କ ବିରୁଦ୍ଧରେ ଅମୃତସର୍‌ ଥାନାରେ ଅଭିଯୋଗ ଦାଖଲ ହୋଇଛି। ଏମାନଙ୍କ ନାଁରେ ଧର୍ମିକ ଭାବନାକୁ ଆହତ କରିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ତିନିଜଣଙ୍କ ବିରୁଦ୍ଧରେ ଅମୃତସର୍‌ର ଅଜନାଲାରେ ଅଭିଯୋଗ ହୋଇଛି। ଏ ଘଟଣାର […]

author-image
Chinmayee Roy
ରବିନା, ଫର୍‌ହା ଓ ଭାରତୀଙ୍କ ନାଁରେ ଥାନାରେ ଅଭିଯୋଗ

raveena

ମୁମ୍ବାଇ: ଗତକାଲି ସବୁଆଡ଼େ ଖ୍ରୀଷ୍ଟ ଧର୍ମୀଙ୍କ ବଡ଼ ପର୍ବ ବଡ଼ଦିନ ବା ଖ୍ରୀଷ୍ଟମାସ୍‌ ଡେ’ ସମସ୍ତଙ୍କ ପାଇଁ ଖୁସି ଆଣିଦେଇଥିବାବେଳେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରହା ଖାନ୍‌ ଓ କମେଡ଼ିଆନ୍ ଭାରତୀ ସିଂହଙ୍କୁ ମିଳିଛି ଝଟକା। ଏହି ସେଲେବ୍ରିଟିଙ୍କ ବିରୁଦ୍ଧରେ ଅମୃତସର୍‌ ଥାନାରେ ଅଭିଯୋଗ ଦାଖଲ ହୋଇଛି। ଏମାନଙ୍କ ନାଁରେ ଧର୍ମିକ ଭାବନାକୁ ଆହତ କରିବାର ଅଭିଯୋଗ ହୋଇଛି।

Advertisment

publive-imageସୂଚନା ଅନୁଯାୟୀ ତିନିଜଣଙ୍କ ବିରୁଦ୍ଧରେ ଅମୃତସର୍‌ର ଅଜନାଲାରେ ଅଭିଯୋଗ ହୋଇଛି। ଏ ଘଟଣାର ଆରମ୍ଭ ସୋଶାଲ୍‌ ମିଡିଆରେ ଘୂରି ବୁଲୁଥିବା ଏକ ଭିଡିଓରୁ ହୋଇଛି। ଯାହାକି ଏକ କମେଡ଼ି କାର୍ଯ୍ୟକ୍ରମର। ଏହି  ଭିଡିଓରେ ଏମାନେ ଏମିତି କିଛି କହିଛନ୍ତି ଯାହାକୁ ଦେଖି ଲୋକମାନେ ରାଗିଯାଇଛନ୍ତି। ଏମାନେ ଶୋ’ରେ ଖ୍ରୀଷ୍ଟ ଧର୍ମକୁ ନେଇ କିଛି ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି।  ଯାହାକି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରଛି। ଆଉ ସବୁଠୁ ବଡ଼ କଥା ହେଉଛି ଏହି ଏପିସୋଡ୍‌ ଖ୍ରୀଷ୍ଟମାସ୍‌ ଡେ’ରେ ହିଁ ଟେଲିକାଷ୍ଟ ହୋଇଛି।

ସୂଚନା ଅନୁଯାୟୀ ପଞ୍ଜାବ ପୁଲିସ୍‌ ଏହି କାର୍ଯ୍ୟକ୍ରମର ଭିଡିଓକୁ ଭଲଭାବେ ଯାଞ୍ଚ କରି ଆଇପିସି ଧାରା ୨୯୫-ଏ ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ଏବେ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ତିନି ଜଣ ସେଲେବ୍ରଟିଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ପୁଲିସ୍‌ ସେମାନଙ୍କ ବିରୁଦ୍ଧରେ ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ନେବେ ସେ ବିଷୟରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ଧର୍ମର ଅପମାନ କରିଥିବାରୁ ଏମାନଙ୍କ ଅଡ଼ୁଆ ବଢ଼ିପାରେ।

Advertisment