Prakruti Mishra
କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ମଧ୍ୟରେ ଲାଗିରହିଥିବା କଳି ଘନେଇବାରେ ଲାଗିଛି। ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପ୍ରକୃତି ମିଶ୍ର ଉଠାଇଥିବା କାଷ୍ଟିଂ କାଉଚ ଅଭିଯୋଗ ବିରୋଧରେ ପ୍ରଯୋଜକ ସଞ୍ଜୟ ନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଆଜି ମୁମ୍ବାଇରେ ଏକ ଥାନାରେ ଏତଲା ଦେଇଛନ୍ତି ପ୍ରକୃତି।
ପ୍ରକୃତି ମିଶ୍ର ୱେଷ୍ଟ ଅନ୍ଧେରୀ ଦାଦା ଭାଇ ନାରୋଜି ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି। ନିଜର ଓ ପରିବାରର ମାନହାନୀ ହୋଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି ପ୍ରକୃତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଆଇପିସି ଦଫା ୫୦୦, ୫୦୪ ଏବଂ ୫୦୬ରେ ମାମଲା ରୁଜୁ କରିଛି।
ଅଭିନୟକୁ ଆସୁଥିବା ନୂଆ ଝିଅଙ୍କୁ କଂପ୍ରମାଇଜ୍ ପାଇଁ ସିନେ ପ୍ରଯୋଜକ ସଂଜୟ ନାୟକ ପ୍ରବର୍ତ୍ତାଉ ଥିଲେ ବୋଲି ଏକ ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମନ୍ତବ୍ୟ ଦେଇଥିଲେ। ତେବେ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ବିରୋଧରେ କୋର୍ଟର ଆଶ୍ରୟ ନେବି ବୋଲି ଚେତାବନୀ ଦେଇଥିଲେ ସଞ୍ଜୟ ନାୟକ। ତେବେ ଆଜି ସଞ୍ଜୟଙ୍କ ବିରୋଧରେ ପ୍ରକୃତି ଥାନାରେ ପାଲଟା ଏତଲା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1686412845.jpg)