Advertisment

ଘରୋଇ ହିଂସା ବିରୋଧରେ ମୁହଁ ଖୋଲିବାକୁ ଅନୁରୋଧ କଲେ ସେଲେବ୍ରିଟି

ମୁମ୍ବାଇ: ନୋଭେଲ୍ କରୋନା ଭାଇରସ୍ ସହ ମୁକାବିଲା ପାଇଁ ସରକାର ଦେଶରେ ମେ ୩ ଯାଏ ଲକଡାଉନ୍ ଘୋଷଣା କରିଛନ୍ତ। କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ବାରମ୍ବାର ଦେଶବାସୀଙ୍କୁ  ଘରେ ରହିବାକୁ ଅନୁରୋଧ କରୁଛନ୍ତି। ହେଲେ ଏହି ଲକଡାଉନ୍ ସମୟରେ ଦେଶରେ ବହୁ ଘରୋଇ ହିଂସା ମାମଲା ବୃଦ୍ଧି ପାଇଛି। ତେଣୁ ବଲିଉଡ ସେଲେବ୍ରିଟିମାନେ ଏହାର ବିରୋଧ କରିବାକୁ ଅନୁରୋଧ କରିଛନ୍ତି। ସେଲେବ୍ରିଟିମାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ଲକଡାଉନ୍ ସମୟରେ ବଢ଼ୁଥିବା […]

ଘରୋଇ ହିଂସା ବିରୋଧରେ ମୁହଁ ଖୋଲିବାକୁ ଅନୁରୋଧ କଲେ ସେଲେବ୍ରିଟି

violence

Advertisment

ମୁମ୍ବାଇ: ନୋଭେଲ୍ କରୋନା ଭାଇରସ୍ ସହ ମୁକାବିଲା ପାଇଁ ସରକାର ଦେଶରେ ମେ ୩ ଯାଏ ଲକଡାଉନ୍ ଘୋଷଣା କରିଛନ୍ତ। କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ବାରମ୍ବାର ଦେଶବାସୀଙ୍କୁ  ଘରେ ରହିବାକୁ ଅନୁରୋଧ କରୁଛନ୍ତି। ହେଲେ ଏହି ଲକଡାଉନ୍ ସମୟରେ ଦେଶରେ ବହୁ ଘରୋଇ ହିଂସା ମାମଲା ବୃଦ୍ଧି ପାଇଛି। ତେଣୁ ବଲିଉଡ ସେଲେବ୍ରିଟିମାନେ ଏହାର ବିରୋଧ କରିବାକୁ ଅନୁରୋଧ କରିଛନ୍ତି।

Advertisment

ସେଲେବ୍ରିଟିମାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ଲକଡାଉନ୍ ସମୟରେ ବଢ଼ୁଥିବା ଘରୋଇ ହିଂସା ବିରୁଦ୍ଧରେ ରିପୋର୍ଟ କରିବାକୁ ଦାବି କରିଛନ୍ତି। ଏଥିରେ ଅଭିନେତ୍ରୀ ଅନୁଷ୍କା ଶର୍ମା, ବିଦ୍ୟା ବାଲାନ, ନିର୍ଦ୍ଦେଶକ କରଣ ଜୋହର, ଦିଆ ମିର୍ଜା, ମାଧୁରୀ ଦୀକ୍ଷିତ, ଫରହାନ ଅଖତର୍ ଓ ରାହୁଲ୍ ବୋଷଙ୍କ ବ୍ୟତୀତ କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମା ପ୍ରମୁଖ ନଜରକୁ ଆସିଛନ୍ତି।

https://www.instagram.com/p/B_KoJMbpSZT/?utm_source=ig_web_copy_link

ଭିଡିଓରେ ସେଲେବ୍ରିଟିମାନେ କହିଛନ୍ତି, ଲକଡାଉନ୍ ସମୟରେ ଘରୋଇ ହିଂସା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ହିଂସା ବିରୋଧରେ ଛିଡ଼ା ହେବା ଏବଂ କହିବା ପାଇଁ ଏହା ହେଉଛି ସମୟ। ନୀରବତାକୁ ଭାଙ୍ଗିବା ପାଇଁ ଏହା ହେଉଛି ସମୟ। ଯଦି ଆପଣ ନିଜ ଘରେ ଘରୋଇ ହିଂସାର ଶିକାର ହେଉଛନ୍ତି, ତେବେ ରିପୋର୍ଟ କରନ୍ତୁ। ଏହା ବ୍ୟତୀତ ଯଦି ଆପଣଙ୍କ ପଡ଼ୋଶୀ ବ୍ୟକ୍ତିଙ୍କ ସହ ଘରୋଇ ହିଂସା ହେଉଛି ତେବେ ବି ରିପୋର୍ଟ କରନ୍ତୁ। ଆସନ୍ତୁ ଏହି ଘରୋଇ ହିଂସା ଉପରେ ମଧ୍ୟ ଲକଡାଉନ୍ ଲଗାଇବା।

Advertisment

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ବୃଦ୍ଧି ରେକର୍ଡ କରାଯାଇଛି। ଜାତୀୟ ମହିଳା ଆୟୋଗ ଦେଇଥିବା ତଥ୍ୟ ଅନୁଯାୟୀ, ୨୩ ମାର୍ଚ୍ଚରୁ ୧୬ ଏପ୍ରିଲ ଭିତରେ ଦେଶରେ ୫୮୭ଟି ଅଭିଯୋଗ ହୋଇଛି, ଯେଉଁଥିରୁ ୨୩୯ଟି ମାମଲା ଘରୋଇ ହିଂସା ସହ ଜଡ଼ିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe