Advertisment

କେକେଙ୍କ ପରିବାର ପ୍ରତି ଛୁଟିଲା ସମବେଦନାର ସୁଅ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସେଲିବ୍ରିଟି

ମୁମ୍ବାଇ:  ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି ବଲିଉଡର ଆଗ ଧାଡ଼ିର ସିଙ୍ଗର କେକେ । କୋଲକାତାରେ ଲାଇଭ୍ କନ୍ସର୍ଟ ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ରାତିରେ କୋଲକାତାରେ ଏକ ଇଭେଣ୍ଟରେ ଲାଇଭ୍ ପରଫର୍ମାନ୍ସ କରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କେକେଙ୍କ ଦେହାନ୍ତ ଖବର ଫ୍ୟାନ୍ସ ତଥା ବଲିଉଡ ଇଣ୍ଡଷ୍ଟ୍ରିକୁ […]

author-image
Niharika Rout
ଅଦ୍ୟତନ ହୋଇଛି
କେକେଙ୍କ ପରିବାର ପ୍ରତି ଛୁଟିଲା ସମବେଦନାର ସୁଅ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସେଲିବ୍ରିଟି

kk

ମୁମ୍ବାଇ:  ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି ବଲିଉଡର ଆଗ ଧାଡ଼ିର ସିଙ୍ଗର କେକେ । କୋଲକାତାରେ ଲାଇଭ୍ କନ୍ସର୍ଟ ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ରାତିରେ କୋଲକାତାରେ ଏକ ଇଭେଣ୍ଟରେ ଲାଇଭ୍ ପରଫର୍ମାନ୍ସ କରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

କେକେଙ୍କ ଦେହାନ୍ତ ଖବର ଫ୍ୟାନ୍ସ ତଥା ବଲିଉଡ ଇଣ୍ଡଷ୍ଟ୍ରିକୁ ଖୁବ୍‌ ଶକ୍ତ ଝଟ୍‌କା ଦେଇଛି। ପିଏମ ମୋଦୀଙ୍କଠାରୁ ‌ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ବହୁ ଆଗ ଧାଡ଼ିର ଖେଳାଳୀ ବି ଟ୍ୱିଟ କରି କେକେଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।

ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି, ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ଅକାଳ ବିୟୋଗରେ ଖୁବ୍‌ ଦୁଃଖିତ । ତାଙ୍କର ଗୀତଗୁଡିକ ବିଭିନ୍ନ ବୟସ ବର୍ଗର ଲୋକଙ୍କ ଭାବାବେଗକୁ ପରିପ୍ରକାଶ କରିଥିଲା । ତାଙ୍କ ଗୀତ ମାଧ୍ୟମରେ ଆମେ ତାଙ୍କୁ ସର୍ବଦା ସ୍ମରଣ କରିବୁ ।

Advertisment


ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ କରିଛନ୍ତି  ଯେ କେକେଙ୍କ ଦେହାନ୍ତ ସଙ୍ଗୀତ ଜଗତ ପାଇଁ ଏକ ବଡ଼ କ୍ଷତି। "ଖ୍ୟାତନାମା ଗାୟକ ଶ୍ରୀକୃଷ୍ଣମଣ କୁନ୍ନାଥଙ୍କ ଆକସ୍ମିକ ଦେହାନ୍ତରେ ଗଭୀର ଦୁଃଖିତ।  କେକେଙ୍କ ଦେହାନ୍ତ ସଙ୍ଗୀତ ଜଗତ ପାଇଁ ଏକ  ବଡ କ୍ଷତି। ଓମ୍ ଶାନ୍ତି!"

କେକେଙ୍କ ଦେହାନ୍ତ ଖବର ଶୁଣି   ଅଜୟ ଦେବଗନ୍ ଟ୍ୱିଟ୍ କରି ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଅଶୁଭ। ଲାଇଭ୍ ପରଫର୍ମାନ୍ସ ପରେ କେକେଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଭୟଙ୍କର। ଯେଉଁ ଫିଲ୍ମରେ ସେ ଗୀତ ଗାଇଥିଲେ, ସେଥିରେ ମୁଁ ଜଡିତ ଥିଲି, ତେଣୁ ତାଙ୍କର ଏପରି ଯିବା ମୋର ହୃଦୟକୁ ଖୁବ୍‌ ବାଧିଛି।  କୃଷ୍ଣ କୁମାର କୁନ୍ନାଥଙ୍କ ଆତ୍ମାକୁ ​​ଶାନ୍ତି ମିଳୁ। ତାଙ୍କ ପରିବାର ପ୍ରତି ପ୍ରାର୍ଥନା ଏବଂ ଗଭୀର ସମବେଦନା।’

ସେହିପରି ଅକ୍ଷୟ କୁମାର ଟ୍ୱିଟ୍ କରି ଲେଖିଛନ୍ତି, କେକେଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ଜାଣି ମୁଁ ବହୁ ଦୁଃଖିତ ଏବଂ ସ୍ତବ୍ଧ …ଓମ୍ ଶାନ୍ତି।

ବରୁଣ ଧାୱନ, ମୃଣାଲ ଠାକୁର, ବିବେକ ଓବରୋଇ, ସଲିମ ମର୍ଚାଣ୍ଟ, ଅଦନାନ ସାମି, ରାହୁଲ ବୈଦ, ଅନୁ ମଲିକ, ଅଭିଷେକ ବଚ୍ଚନ, ଏବଂ କରଣ ଜୋହରଙ୍କ ସମେତ ସମସ୍ତ ତାରକା କେକେଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଆତ୍ମାର ଶାନ୍ତି ପାଇଁ କାମନା କରିଛନ୍ତି।

ଅନ୍ୟପଟେ ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି, କେ.କେ.ର ମୃତ୍ୟୁ ଖବର ଶୁଣି ଦୁଖିତ ଏବଂ ଚକିତ … । ବରୁଣ ଧାୱନ, ବିବେକ ଓବରୋଇ, ସଲିମ ମର୍ଚାଣ୍ଟ, ଅଦନାନ ସାମି, ଅନୁ ମଲିକ, ଅଭିଷେକ ବଚ୍ଚନ ଏବଂ କରଣ ଜୋହରଙ୍କ ସମେତ ଅନେକ ବଡ ବଡ ତାରକା କେ.କେ.ଙ୍କ ଦେହାନ୍ତ ଖବରରେ ଆଶ୍ଚର୍ଯ୍ୟ ହୋଇଥିବା ସହ ସମବେଦନା ଜଣାଇଛନ୍ତି ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ବୀରେନ୍ଦ୍ର ସେହୱାଗ ଟ୍ୱିଟ କରି କହିଛନ୍ତି,  କେକେଙ୍କ ମୃତ୍ୟୁ ଖୁବ୍‌ ଦୁଃଖ ଦେଇଛି । ଜୀବନ କେତେ ଦୁର୍ବଳ ଏହା ତାହାର ଏକ ନମୁନା ।  କେକେଙ୍କ ପରିବାର ପ୍ରତି ଗଭୀର ସମବେଦନା ।

ଏହାବାଦ ବରୁଣ ଧାୱନ, ବିବେକ ଓବରୋଇ, ସଲିମ ମର୍ଚାଣ୍ଟ, ଅଦନାନ ସାମି, ଅନୁ ମଲିକ, ଅଭିଷେକ ବଚ୍ଚନ ଏବଂ କରଣ ଜୋହରଙ୍କ ସମେତ ଅନେକ ବଡ ବଡ ତାରକା କେ.କେ.ଙ୍କ ଦେହାନ୍ତ ଖବରରେ ଦୁଃଖିଦ ସମବେଦନା ଜଣାଇଛନ୍ତି ।

କେ.କେ ଦକ୍ଷିଣ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ପୁରା ନାମ କୃଷ୍ଣ କୁମାର କୁନ୍ନାଥ। ଅଳ୍ପ ସମୟରେ ତାଙ୍କ ଗୀତ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରି ପାରୁଥିଲା । ପ୍ରାୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ସେ ଲୋକଙ୍କ ହୃଦୟରେ ରାଜ କରିଥିଲେ। ତାଙ୍କୁ ବଲିଉଡର ଶ୍ରେଷ୍ଠ ଗାୟକମାନଙ୍କ ମଧ୍ୟରେ ଗଣାଯାଇଥିଲା ।

Singer KK Passes Away